Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଅଜବ ପ୍ରେମର ଗଜବ କାହାଣୀ : ଲକଡାଉନରେ ଖାଇବା ବାଣ୍ଟିବା ବେଳେ ହୋଇଥିଲା ଦେଖା,ଦେଖାରୁ ପ୍ରେମ ଓ ଶେଷରେ ବିବାହ କଲେ ପ୍ରେମୀଯୁଗଳ

23/05/2020 at 6:48 PM

କାନପୁର ୨୩/୫: ପ୍ରେମ କେଉଁଠି ବି କେଉଁ ଅବସ୍ଥାରେ ମଧ୍ୟ ହୋଇପାରେ। ଅନିଲ୍ ଏବଂ ନିଲମ୍ ଏହାର ଏକ ବଡ଼ ଉଦାହରଣ। ଯୁବତୀ ଏତେ ଗରିବ ଥିଲେ ଯେ ଖାଇବାକୁ ପାଉନଥିଲେ ଏବଂ ଯୁବକ ନିଜ ମାଲିକଙ୍କ ସହ ମିଶି ଗରିବଙ୍କୁ ଖାଦ୍ୟ ବାଣ୍ଟୁଥିଲେ। ଖାଦ୍ୟ ବାଣ୍ଟିବା ଏବଂ ଖାଦ୍ୟ ନେବା ସମୟରେ ଦୁହେଁ ପରସ୍ପରର ଏତେ ନିକଟତର ହୋଇଯାଇଥିଲେ ବିବାହ ବନ୍ଧନରେ ବାନ୍ଧି ହୋଇ ସାତ ଜନ୍ମରେ ଏକାଠି ରହିବେ ବୋଲି ଶପଥ ନେଇଥିଲେ। ଲକଡାଉନରେ ଏହା ଏକ ନିଆରା ବିବାହ ହୋଇଛି।

ଅନିଲ୍ ସାମାଜିକ କର୍ମୀ ଏବଂ ପ୍ରପର୍ଟି ଡିଲର୍ ଲାଲତା ପ୍ରସାଦଙ୍କ କାର୍ ଚଳାଉଥିଲେ। ପ୍ରତିଦିନ ଲାଲତାଙ୍କ ସହ ଗରିବଙ୍କୁ ଖାଦ୍ୟ ବାଣ୍ଟିବା ପାଇଁ ସେ ବାହାରି ଯାଉଥିଲେ। ନିଲମ୍ ମେଡିକାଲ୍ କଲେଜ ପୋଲ ତଳେ ଫୁଟପାଥରେ ଭିକାରୀଙ୍କ ମଧ୍ୟରେ ଖାଦ୍ୟ ନେବା ପାଇଁ ବସୁଥିଲେ। ପ୍ରତିଦିନ ଅନିଲ୍ ତାଙ୍କୁ ଖାଦ୍ୟ ଦେଉଥିଲେ ଏବଂ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଯାଇଥିଲା। ଲାଲତା ପ୍ରସାଦଙ୍କୁ ଏବିଷୟରେ ଜଣା ପଡ଼ିବାରୁ ସେ ଅନିଲଙ୍କୁ ଦୁଇବେଳା ଖାଦ୍ୟ ଦେବାକୁ କହିଥିଲେ।

ଅନିଲଙ୍କ ଘରେ ପୂରା ପରିବାର ଅଛି। ଅନିଲ ପ୍ରତିଦିନ ରାତିରେ ନିଜ ଘରେ ନିଲମଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ତାଙ୍କୁ ପୋଲ ତଳେ ଦେବାକୁ ଯାଉଥିଲେ। ପରିବାର ଲୋକେ ଅନିଲଙ୍କ ଉପରେ ରାଗୁଥିଲେ ଏବଂ କହୁଥିଲେ ଯେ ଏତେ ପ୍ରେମ ଯଦି ବିବାହ କରି ନେଇ ଆସ। ଅନିଲଙ୍କୁ ଏହା ପ୍ରଥମେ ଥଟ୍ଟା ଲାଗିଥିଲା।

ସୂଚନା ଅନୁଯାୟୀ ନିଲମଙ୍କ ମାଆ-ବାପାଙ୍କର ମୃତ୍ୟୁ ହୋଇସାରିଛି। ତାଙ୍କ ଭାଇ-ଭାଉଜ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି। ଲାଲତା ପ୍ରସାଦ ଏବଂ ଆଉ ଜଣେ ସାମାଜିକ କର୍ମୀ ଅନିଲଙ୍କ ପରିବାରକୁ ବୁଝାଇଥିଲେ। ଏହା ପରେ ଅନିଲଙ୍କ ବାପା ନିଲମଙ୍କ ସହ କଥାବାର୍ତ୍ତା କରିଥିଲେ।

   Related Posts