Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

୩୦ ବର୍ଷ ପରେ ପରଦାରେ ନଜର ଆସିବେ ରାମ ଲଖନ୍‌…

24/01/2020 at 11:53 AM

ମୁମ୍ବାଇ୨୪|୧: ବଲିଉଡର ପ୍ରତିଷ୍ଠିତ କଳାକାର ଅନୀଲ କପୁର ଓ ଜ୍ୟାକି ଶ୍ରଫ୍‌ ୩୦ ବର୍ଷ ପରେ ପୁଣି ସ୍କ୍ରିନ୍‌ରେ ନଜର ଆସିବେ। ଫିଲ୍ମ ‘ରାମ ଲଖନ୍‌ ‘ ଓ ‘କର୍ମା’ ରେ ଏକାଠି କାମ କରି ବେଶ୍‌ ଚର୍ଚ୍ଚାରେ ଥିଲେ ଅନୀଲ ଓ ଜ୍ୟାକି। ଫିଲ୍ମର ନାଁ ହେଉଛି ‘ରାମଚନ୍ଦ କିଶନ୍‌ଚନ୍ଦ’। ଏହି ଫିଲ୍ମରେ ଉଭୟ ସୁପରଷ୍ଟାର ୫୦ ବର୍ଷ ବୟସ୍କ ଦୁଇ ପୋଲିସ ଅଧିକାରୀ ଭୂମିକାରେ ନଜର ଆସିବେ। ଫିଲ୍ମର ନିର୍ମାତା ହେଉଛନ୍ତି ସବଭାଷ ଘାଇ। ବଲିଉଡର ଜଣେ ଲୋକପ୍ରିୟ ନିର୍ଦ୍ଦେଶକ ହେଉଛନ୍ତି ସୁଭାଷ ଘାଇ।

ସୁଭାଷ ବଲିଉଡକୁ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ସେଗୁଡିକ ହେଉଛି- କାଳୀଚରଣ, ବିଶ୍ୱନାଥ, ମେରି ଜଙ୍ଗ୍‌, କର୍ମା, ହିରୋ, ରାମଲଖନ୍‌ ,ବିଧାତା, ସୌଦାଗର, ଖଲନାୟକ, ପରଦେଶ ଓ ତାଲ୍‌ । ଏବେ ସୁଭାଷ ଘାଇ କିଛି ବର୍ଷର ବ୍ୟବଧାନରେ ଏକ ନୂଆ ଫିଲ୍ମ ନିର୍ମାଣ କରୁଛନ୍ତି। ଅନୀଲ କପୁର ଓ ଜ୍ୟାକି ଶ୍ରଫଙ୍କୁ ଏକା ସହ ପରଦାରେ ଦେଖିବା ପାଇଁ ଦର୍ଶକ ଉତ୍ସାହିତ ଅଛନ୍ତି। ‘ରାମଚନ୍ଦ କିଶନଚନ୍ଦ’ ଏକ କ୍ରାଇମ୍‌-କମେଡି ଫିଲ୍ମ ହେବ ବୋଲି ଜଣାପଡିଛି। ଫିଲ୍ମର ରିଲିଜ ଡେଟ୍‌ ନେଇ ଏଯାଏଁ କିଛି ଘୋଷଣା ହୋଇନାହିଁ।

   Related Posts