Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||
  • କେମ୍ରୁନରେ ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୫୩ ମୃତ, ୨୯ ଗୁରୁତର
  • ||
  • ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ
  • ||
  • ଖଲ୍ଲିକୋଟ : ଫାଟିଗଲା କାର୍ ଚକା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
  • ||
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||

ରିଲାଏନ୍ସ କମ୍ପାନୀରୁ ଇସ୍ତଫା ଦେଲେ ଅନିଲ ଅମ୍ବାନିଙ୍କ ଦୁଇ ପୁଅ

5/02/2020 at 10:04 AM

ନୂଆଦିଲ୍ଲୀ ୫/୨: କରଜରେ ବୁଡ଼ି ରହିଥିବା ଅନିଲ ଅମ୍ବାନିଙ୍କ ରିଲାଏନ୍ସ ଗ୍ରୃପ୍‌ର ମାଲିକାନା କମ୍ପାନୀ ରିଲାଏନ୍ସ ଇନଫ୍ରାରୁ ତାଙ୍କ ପୁଅମାନେ ଇସ୍ତଫା ଦେଇ ଦେଇଛନ୍ତି। ଗତ ବର୍ଷ ଅକ୍ଟୋବରରେ ଅନିଲ ଅମ୍ବାନିଙ୍କ ପୁଅ ଜୟ ଅନମୋଲ ଅମ୍ବାନି ଏବଂ ଜୟ ଅଂଶୁଲ ଅମ୍ବାନିଙ୍କୁ କମ୍ପାନୀର ନିର୍ଦେଶକ ମଣ୍ଡଳୀରେ ସାମିଲ କରାଯାଇଥିଲା।

ପାଖାପାଖି ୬ମାସ ମଧ୍ୟରେ ଉଭୟେ ନିଜ ପଦରୁ ଇସ୍ତଫା ଦେଇ ଦେଇଛନ୍ତି। କମ୍ପାନୀ ତରଫରୁ ଜାନୁୟାରୀ ୩୧ତାରିଖରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ଲେଖାଯାଇଥିବା ଚିଠିରେ ଏହି ସୂଚନା ଦିଆଯାଇଛି। ଉଭୟଙ୍କ ଇସ୍ତଫାର ଖବର ପରେ କମ୍ପାନୀର ସେୟାରରେ ଅଧିକ ହ୍ରାସ ଦେଖାଯାଇଛି। କମ୍ପାନୀ ତରଫରୁ ଇସ୍ତଫାର କାରଣ ଏବଂ ଦୁଇ ଭାଇଙ୍କ ଭବିଷ୍ୟତର ଭୂମିକାକୁ ନେଇ କୌଣସି ସୂଚନା ଦିଆଯାଇନାହିଁ। ରିଲାଏନ୍ସ ଇନଫ୍ରା ସହ ଯୋଡ଼ିବା ପୂର୍ବରୁ ମଧ୍ୟ ଅନିଲ ଅମ୍ବାନିଙ୍କ ବଡ଼ ପୁଅ ଅଂଶୁଲ ଗ୍ରୃପର ଫାଇନାନ୍ସିଆଲ ସର୍ଭିସ୍ କମ୍ପାନୀ ରିଲାଏନ୍ସ କ୍ୟାପିଟାଲରେ ଏକ୍ସିକ୍ୟୁଟିଭ ଡାୟରେକ୍ଟର ଭାବେ କାମ କରୁଥିଲେ। ୨୦୧୬ମସିହା ଅଗଷ୍ଟରେ ଗ୍ରୃପରେ ଯୋଡ଼ିଥିବା ସାନ ପୁଅ ଅନମୋଲଙ୍କୁ ରିଲାଏନ୍ସ ଇନଫ୍ରାର ଡିଫେନ୍ସ ପ୍ରୋଜେକ୍ଟକୁ ଦେଖିବାର ଦାୟିତ୍ବ ପ୍ରଦାନ କରାଯାଇଥିଲା।

ରିଲାଏନ୍ସ ଇନଫ୍ରା ପୂର୍ବରୁ ୬୦୦୦କୋଟି ଟଙ୍କାର କରଜ ସଙ୍କଟରେ ବୁଡ଼ି ରହିଛି। ଏପରି ପରିସ୍ଥିତିରେ ଅନିଲ ଅମ୍ବାନିଙ୍କ ଦୁଇ ପୁଅଙ୍କ ହଠାତ୍ ଇସ୍ତଫାର ଖବର ଯୋଗୁଁ ବିନିଯୋଗକାରୀଙ୍କ ଭରସା ଆହୁରି କମ୍ ହେବାର ଆଶଙ୍କା ରହିଛି। ଗତ ୪ମାସ ମଧ୍ୟରେ ରିଲାଏନ୍ସ ଇନଫ୍ରାର ସେୟାରରେ ୨୮ପ୍ରତିଶତ ହ୍ରାସ ଆସିଛି। କେବଳ ଏତିକି ନୁହେଁ ଗତ ବର୍ଷକର କଥା କହିବା ଯଦି କମ୍ପାନୀର ସେୟାରରେ ୯୧ପ୍ରତିଶତ ହ୍ରାସ ଦେଖାଦେଇଛି।

   Related Posts