ଏବେ ଅନିଲ ଅମ୍ବାନୀ କାହିଁକି କହୁଛନ୍ତି ନିଜକୁ ଗରିବ : ପଢ଼ନ୍ତୁ ପୂରା ଖବର

Published By : Prameya-News7 Bureau | February 08, 2020 IST

ନୂଆଦିଲ୍ଲୀ ୮/୨: ରିଲାଏନ୍ସ ଗ୍ରୃପର ଚେୟାରମ୍ୟାନ୍ ଅନିଲ ଅମ୍ବାନୀଙ୍କ ମୁଣ୍ଡରୁ ଚିନ୍ତା ଥମିବାର ନାଁ ନେଉନାହିଁ। ଅନିଲ ଅମ୍ବାନୀ ଏବେ ନିଜକୁ ଗରିବ ବୋଲି ଦେଖାଉଛନ୍ତି। ଲଣ୍ଡନର ଏକ ଅଦାଲତରେ ଶୁଣାଣି ସମୟରେ ଅମ୍ବାନୀଙ୍କ ଓକିଲ କହିଥିଲେ ଯେ ଏବେ ସେ ଆଉ ଧନୀ ନାହାନ୍ତି। ଚାଇନା ବ୍ୟାଙ୍କର ୬୮କୋଟି ଡଲାର କରଜ ମାମଲାରେ ଶୁଣାଣି ସମୟ​‌ରେ ଅମ୍ବାନୀଙ୍କ ଓକିଲ କହିଥିଲେ ଯେ ଅନିଲ ଅମ୍ବାନୀ ଦିନେ ଜଣେ ଧନୀ ବ୍ୟବସାୟୀ ଥିଲେ। କିନ୍ତୁ ଟେଲିକମ୍ ମାର୍କେଟରେ ସ୍ଥିତି ଉଦବେଗ ଜନକ ହେବାରୁ ସବୁ ବରବାଦ ହୋଇଗଲା।

{"id":221726,"sizeSlug":"large"}

 ବ୍ୟାଙ୍କ୍ କୋର୍ଟଙ୍କୁ ଅପିଲ କରିଛି ଯେ ଅମ୍ବାନିଙ୍କୁ ପାଖାପାଖି ୪,୭୬୦କୋଟି ଟଙ୍କା କୋର୍ଟରେ ଜମା କରିବାକୁ ନିର୍ଦେଶ ଜାରି କରାଯାଉ। କିନ୍ତୁ ଶୁକ୍ରବାର ବିଚାରପତି ସ୍ଥିର କରିଥିଲେ ଯେ ଅମ୍ବାନୀଙ୍କୁ ଅଦାଲତରେ ୧୦୦ମିଲିୟନ ଡଲାର ଅର୍ଥାତ୍ ପାଖାପାଖି ୭୧୫କୋଟି ଟଙ୍କା ଜମା କରିବା ଉଚିତ୍। ବିଚାରପତି ଏହି ଟଙ୍କା ଜମା କରିବାକୁ ଅମ୍ବାନୀଙ୍କୁ ୬ସପ୍ତାହ ସମୟ ଦେଇଛନ୍ତି ଏବଂ କହିଛନ୍ତି ଅମ୍ବାନୀଙ୍କୁ ବଞ୍ଚାଇବା ପାଇଁ କୁହାଯାଇଥିବା କଥାକୁ ସେ ମାନିପାରିବେ ନାହିଁ ଯେ ତାଙ୍କ ମୋଟ ସମ୍ପତ୍ତି ଏବେ ଶୂନ ହୋଇଯାଇଛି ଏବଂ ତାଙ୍କ ପରିବାର ସଙ୍କଟମୟ ସ୍ଥିତିରେ ତାଙ୍କୁ ସାହାଯ୍ୟ କରିପାରିବ ନାହିଁ।

{"id":221727,"sizeSlug":"large"}

ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ କର୍ମସିଆଲ୍ ବ୍ୟାଙ୍କ୍ ଅଫ ଚାଇନାର ମୁମ୍ବାଇ ଶାଖା,ଚାଇନା ଡେଭଲପମେଣ୍ଟ ବ୍ୟାଙ୍କ୍ ତଥା ଏକଜିମ୍ ବ୍ୟାଙ୍କ୍ ଅଫ ଚାଇନା ଗତ କିଛି ବର୍ଷରୁ ଅନିଲ ଅମ୍ବାନୀଙ୍କ ବିରୋଧରେ ଲଣ୍ଡନର ଏକ ଅଦାଲତରେ କେସ୍ ଲଢ଼ୁଛନ୍ତି। ୩ଟି ବ୍ୟାଙ୍କ୍ ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ କମ୍ୟୁନିକେସନକୁ ୯୨୫.୨୦ ମିଲିୟନ ଡଲାର ଲୋନ୍ ଦେଇଥିଲେ। ସେହି ସମୟରେ ଅନିଲ ଅମ୍ବାନୀ କହିଥିଲେ ଯେ ସେ ଏହି ଲୋନର ପର୍ସନାଲ ଗ୍ୟାରେଣ୍ଟି ଦେଉଛନ୍ତି,କିନ୍ତୁ ୨୦୧୭ଫେବୃୟାରୀ ପରେ କମ୍ପାନୀ ଲୋନ୍ ସୁଝି ପାରିନଥିଲା।

{"id":221728,"sizeSlug":"large"}

ଅନିଲ ଅମ୍ବାନୀ ରିଲାଏନ୍ସ କମ୍ୟୁନିକେସନର ଚେୟାରମ୍ୟାନ୍ ଏବଂ ତାଙ୍କ ରିଲାଏନ୍ସ ଗ୍ରୃପ୍ ଗତ କିଛି ବର୍ଷ ହେଲା କଠିନ ପରିସ୍ଥିତି ଦେଇ ଗତି କରୁଛି। ଏହି ଗ୍ରୁପ୍ ଉପରେ କରଜର ବହୁତ ବଡ଼ ବୋଝ ରହିଛି,ଯାହା ଫଳରେ ସେ ସଙ୍କଟରେ ପଡ଼ିଛନ୍ତି। ସେପ୍ଟେମ୍ବର ଯାଏଁ ଏହି ଗ୍ରୃପ୍ ଉପରେ ୧୩.୨ଆରବ ଡଲାର ଅର୍ଥାତ୍ ୯୩ହଜାର କୋଟିର କରଜ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.