ରିଲାଏନ୍ସ କମ୍ୟୁନିକେସନ ଡାଇରେକ୍ଟର ପଦରୁ ଅନୀଲ ଅମ୍ବାନୀଙ୍କ ଇସ୍ତଫା, ଅନ୍ୟ ୪ ନିର୍ଦ୍ଦେଶକ ମଧ୍ୟ ଇସ୍ତଫା ଦେଲେ
16/11/2019 at 5:07 PM

ମୁମ୍ବାଇ : ରିଲାଏନ୍ସ କମ୍ୟୁନିକେସନ ନିର୍ଦ୍ଦେଶକ ପଦରୁ ଅନୀଲ ଅମ୍ବାନୀ ଇସ୍ତଫା ଦେଇଛନ୍ତି। ଅନୀଲଙ୍କ ସହ କମ୍ପାନୀର ଅନ୍ୟ ୪ ଜଣ ଅଧିକାରୀ ମଧ୍ୟ ଇସ୍ତଫା ଦେଇଥିବା ଜଣାପଡିଛି। ଦ୍ୱିତୀୟ ତ୍ରୈମାସିକରେ ରିଲାଏନ୍ସ କମ୍ୟୁନିକେସନର ୩୦, ୧୪୨ କୋଟି ଟଙ୍କା କ୍ଷତି ହୋଇଛି। କମ୍ପାନୀ ଏବେ ଇନସଲଭେନ୍ସୀ ପ୍ରକ୍ରିୟା ଦେଇ ଗତି କରୁଥିବା ବେଳେ ଏବେ ଏହାର ସମ୍ପତ୍ତି ମଧ୍ୟ ବିକ୍ରୟ ହେବ।

ବମ୍ବେଷ୍ଟକ ଏକ୍ସଚେଞ୍ଜକୁ ଦିଆଯାଇଥିବା ସୂଚନା ଅନୁସାରେ ଅନୀଲ ଅମ୍ବାନୀଙ୍କ ସହ ଇସ୍ତଫା ଦେଇଥିବା ଅନ୍ୟ ୪ ଜଣ ହେଉଛନ୍ତି ଛାୟା ବିରାନୀ, ରାୟନା କରାନୀ, ମଞ୍ଜରୀ କେକର ଓ ସୁରେଶ ରଙ୍ଗାଚାର। ଏମାନେ ମଧ୍ୟ କମ୍ପାନୀର ଜଣେ ଜଣେ ଡାଇରେକ୍ଟର ଥିଲେ। ଏମାନଙ୍କ ପୂର୍ବରୁ କମ୍ପାନୀର ନିର୍ଦ୍ଦେଶକ ଓ ମୁଖ୍ୟ ଆର୍ଥିକ ଅଧିକାରୀ ପଦରୁ ବି.ମଣିକାନ୍ତନ ଇସ୍ତଫା ଦେଇଥିଲେ।