ଅନୀଲ ଅମ୍ବାନୀଙ୍କ ପାଇଁ ମାଲାମାଲ ନିବେଶକ, ବଢିଲା କମ୍ପାନୀର ଷ୍ଟକ୍ ପ୍ରାଇସ

Published By : Prameya-News7 Bureau | September 12, 2021 IST

ନୂଆଦିଲ୍ଲୀ, ୧୨/୯:  ରିଲାଏନ୍ସ ଗ୍ରୁପର ମୁଖ୍ୟ ଅନୀଲ ଅମ୍ବାନୀ ଲଗାତର ଭାବେ ଋଣ ଭାରରେ ବୁଡି ରହିଛନ୍ତି । ଏଥିରୁ ସେ ମୁକୁଲିବା ପାଇଁ ଢେର କସରତ କରୁଛନ୍ତି । ଏହାମଧ୍ୟରେ ଅନୀଲଙ୍କୁ ସୁପ୍ରିମକୋର୍ଟ ଏକ ଭଲ ଖବର ମିଳିଛି ।ଯଦ୍ୱାରା ନିବେଶକମାନେ ଖୁବ ଲାଭ କମାଇଛନ୍ତି ।

ରିପୋର୍ଟ ଅନୁସାରେ, ସେୟାର ବଜାରରେ ରିଲାଏନ୍ସ ଗ୍ରୁପର ଅଧିକାଂଶ କମ୍ପାନୀର ଷ୍ଟକ ପ୍ରାଇସରେ ବୃଦ୍ଧି ପରିଲକ୍ଷିତ ହୋଇଛି । ରିଲାଏନ୍ସ କ୍ୟାପିଟାଲ, ପାଓ୍ୱାର, ଇନଫ୍ରାର ସେୟାର ୪.୫୦ ପ୍ରତିଶତ ବଢିଛି । ହୋମ୍ ଫାଇନାନ୍ସର ଷ୍ଟକ୍ ମଧ୍ୟ ୫ ପ୍ରତିଶତ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ. ସୁପ୍ରିମକୋର୍ଟ ଅନୀଲ ଅମ୍ବାନୀଙ୍କ କମ୍ପାନୀ ଦିଲ୍ଲା ଏୟାରପୋର୍ଟ ମେଟ୍ରୋ ଏକ୍ସପ୍ରେସ ପ୍ରାଇଭେଟ୍ ଲିମିଟେଡ ପକ୍ଷରେ ଏକ ରାୟ ଦେଇଥିଲେ । ୨୦୧୭ରେ ଏକ ମଧ୍ୟସ୍ତତା ପ୍ରସଙ୍ଗରେ କୋର୍ଟ କମ୍ପାନୀ ସପକ୍ଷରେ ନିଷ୍ପତ୍ତି ଶୁଣାଇଥିଲେ ।

ଏହାଦ୍ୱାରା ରିଲାଏନ୍ସ ଇନଫ୍ରାଷ୍ଟ୍ରକଚରକୁ ୬୩.୨ କୋଟି ଡଲାର ବା ୪୬୦୦ କୋଟି ଟଙ୍କାର ଲାଭ ହେବ । କମ୍ପାନୀର ଆଇନଜୀବୀ କୋର୍ଟରେ କହିଥିଲେ ଯେ, ଡିଏଇଏଣପିଏଲ ଏହି ଟଙ୍କାର ବ୍ୟବହାର ଋଣ ପରିଶୋଧ ପାଇଁ କରିପାରିବ । ଡିଏଏମଇପିଏଲ ୨୦୦୮ରେ ଏୟାରପୋର୍ଟ ମେଟ୍ରୋଲାଇନର ପରିଚାଳନା ଦାୟିତ୍ୱ ନେଇଥିଲା । ଉଭୟ ପକ୍ଷର ବିବାଦ କାରଣରୁ ଏହାର ପରିଚାଳନା ଉପରେ ରୋକ୍ ଲଗାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.