ଏକ ବାହାଘର ଭୋଜିରେ ହୋଇଥିଲା ଦେଖା , ବଲିଉଡ ସୁନ୍ଦରୀଙ୍କୁ ହୃଦୟ ଦେଇଥିଲେ ବିଜନେସ୍ ଟାଇକୁନଙ୍କ ପୁଅ
4/06/2020 at 2:29 PM

ମୁମ୍ବାଇ ୪/୬: ପ୍ରସିଦ୍ଧ ଉଦ୍ୟୋଗପତି ଅନୀଲ ଅମ୍ବାନିଙ୍କ ଜୁନ୍ ୪ତାରିଖ ଅର୍ଥାତ୍ ଆଜି ଜନ୍ମଦିନ। ଅନୀଲ ଅମ୍ବାନି ଏବର୍ଷ ନିଜର ୬୦ତମ ଜନ୍ମଦିନ ସେଲିବ୍ରେଟ୍ କରୁଛନ୍ତି। ଅନୀଲ ଅମ୍ବାନିଙ୍କ ବଲିଉଡ ସହ ଖାସ୍ କନେକ୍ସନ୍ ରହିଛି। କାରଣ ତାଙ୍କ ପତ୍ନୀ ଟିନା ଅମ୍ବାନି ଜଣେ ଜଣାଶୁଣା ବଲିଉଡ ଅଭିନେତ୍ରୀ ରହି ଆସିଛନ୍ତି। ଟିନା ଏକ ଗୁଜୁରାଟୀ ଜୈନ ପରିବାରର। ଉଭୟଙ୍କ ଲଭଷ୍ଟୋରି କୌରସି ଫିଲ୍ମ କାହାଣୀଠୁ କମ୍ ନୁହେଁ। ଅନୀଲ ଅମ୍ବାନିଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ଉଭୟଙ୍କ ଲଭଷ୍ଟୋରି ବିଷୟରେ

ଟିନା ଅମ୍ବାନି ଏବଂ ଅନୀଲ ଅମ୍ବାନିଙ୍କ ସାକ୍ଷାତ ଅଜଣାଙ୍କ ଭାବେ ହୋଇଥିଲା। ଧୀରେ ଧୀରେ ଉଭୟେ ପରସ୍ପରକୁ ଦେଖା କରିବାକୁ ଲାଗିଲେ ଏବଂ କେତେବେଳେ ସେମାନଙ୍କର ପ୍ରେମ ଆରମ୍ଭ ହେଲା ଜଣା ପଡ଼ିନଥିଲା। ଉଭ

ଙ୍କ ଲଭଷ୍ଟୋରିରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। କିନ୍ତୁ ସେମାନେ ସବୁ ପ୍ରକାର ସମସ୍ୟାର ସମାଧାନ କରି ଏବେ ଖୁସିରେ ଅଛନ୍ତି। ଉଭୟଙ୍କ ସାକ୍ଷାତ ଏକ ବିବାହରେ ହୋଇଥିଲା। ଅନୀଲ ସେଠାରେ ଟିନାଙ୍କୁ ପ୍ରଥମ ଥର ଦେଖି ଫିଦା ହୋଇଯାଇଥିଲେ। କିନ୍ତୁ ତାଙ୍କ ପରିବାର ଏହି ବିବାହ ସପକ୍ଷରେ ନଥିଲା କାରଣ ସେମାନଙ୍କୁ ଟିନାଙ୍କ ଅଭିନେତ୍ରୀ ହେବା ପସନ୍ଦ ନଥିଲା।

ପରିବାର ପାଇଁ ଉଭୟଙ୍କ ବ୍ରେକଅପ୍ ହୋଇଯାଇଥିଲା। ପୁଣି ୧୯୮୯ମସିହା ଆମେରିକାରେ ଭୂମିକମ୍ପ ହେବା ପରେ ଟିନା ଏବଂ ଅନୀଲଙ୍କ ବିବାହ ହୋଇଥିଲା। ଆମେରିକାର ଲସ୍ ଏଞ୍ଜେଲସରେ ବଡ଼ ଭୂମିକମ୍ପ ଆସିଥିଲା। ସେହି ସମୟରେ ଟିନା ସେଠାରେ ଥିଲେ। ଏପରି ପରିସ୍ଥିତିରେ ଅନୀଲ ଟିନାଙ୍କ ନମ୍ବର ଖୋଜିଥିଲେ ଏବଂ ତାଙ୍କୁ ଫୋନ୍ କରି ତାଙ୍କ ହାଲଚାଲ ପଚାରିଥିଲେ ଯାହା ପରେ ଉଭୟଙ୍କ କଥାବାର୍ତ୍ତା ଆରମ୍ଭ ହୋଇ ଯାଇଥିଲା।

ଶେଷରେ ଅନୀଲ ଅମ୍ବାନିଙ୍କ ଜିଦ୍ ଆଗରେ ପରିବାରକୁ ନଇଁବାକୁ ପଡ଼ିଥିଲା। ଶେଷରେ ତାଙ୍କ ପରିବାର ବିବାହ ପାଇଁ ରାଜି ହୋଇଯାଇଥିଲେ ଏବଂ ୧୯୯୧ମସିହାରେ ଅନୀଲ ଏବଂ ଟିନାଙ୍କ ବିବାହ ହୋଇଥିଲା। ଟିନା ୩୫ରୁ ଅଧିକ ବଲିଉଡ ଫିଲ୍ମ କରିଛନ୍ତି କିନ୍ତୁ ବିବାହ ପରେ ସେ ବଲିଉଡ ଏବଂ ଗ୍ଲାମର ଦୁନିଆକୁ ଅଲବିଦା କହିଥିଲେ।