ରିଲାଏନ୍ସ କମ୍ୟୁନିକେସନରୁ ଅନୀଲ ଅମ୍ବାନୀଙ୍କ ଇସ୍ତଫା ଅଗ୍ରାହ୍ୟ, ଜାଣନ୍ତୁ କ'ଣ କହିଲେ ଋଣଦାତା ସମିତି

Published By : Prameya-News7 Bureau | November 24, 2019 IST

ମୁମ୍ବାଇ : ରିଲାଏନ୍ସ କମ୍ୟୁନିକେସନ (ଆରକମ)ରୁ ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କ ଇସ୍ତଫା ଅଗ୍ରାହ୍ୟ ହୋଇଛି। ଆରକମ ଋଣଦାତା ସମିତି (ସିଓସି) କମ୍ପାନୀର ଅଧ୍ୟକ୍ଷଙ୍କ ସମେତ ୪ ନିର୍ଦ୍ଦେଶକଙ୍କ ଇସ୍ତଫାକୁ ରବିବାର ଅଗ୍ରାହ୍ୟ କରିଦେଇଛନ୍ତି। କମ୍ପାନୀ ଏବେ ଦେବାଳିଆ ପ୍ରକ୍ରିୟା ଦେଇ ଗତିକରୁଛି। ଏଣୁ ଏଥିରେ ସେମାନଙ୍କୁ ସହଯୋଗ କରିବା ଲାଗି ସିଓସି କହିଛନ୍ତି। କମ୍ପାନୀ ପ୍ରକ୍ରିୟାରୁ ବାହାରକୁ ଆସିବା ପରେ ଅଧ୍ୟକ୍ଷ ଓ ନିର୍ଦ୍ଦେଶକ ଚାହିଁଲେ ସେମାନଙ୍କ ପଦରୁ ଇସ୍ତଫା ଦେଇପାରିବେ ବୋଲି ସିଓସି କହିଥିବା ବେଳେ ଏ ନେଇ ଶେୟାର ବଜାରକୁ ମଧ୍ୟ ସୂଚିତ କରି ଦିଆଯାଇଛି। 

{"id":189285,"width":571,"height":368,"sizeSlug":"large"}

ଆରକମ ରବିବାର ଶେୟାର ବଜାରକୁ ଦେଇଥିବା ସୂଚନା ଅନୁସାରେ ଅଧ୍ୟକ୍ଷ ଓ ନିର୍ଦ୍ଦେଶକମାନଙ୍କର ଇସ୍ତଫା ସମ୍ପର୍କରେ ନିଷ୍ପତ୍ତି ନେବାକୁ ଗତ ନଭେମ୍ବର ୨୦ ତାରିଖରେ ସିଓସି ବୈଠକ ଡକାଯାଇଥିଲା। ଏଥିରେ ସମିତିର ସମସ୍ତ ସଦସ୍ୟ ସେମାନଙ୍କ ଇସ୍ତଫା ଗ୍ରହଣ ନ କରିବାକୁ ଏକମତ ହୋଇଥିଲେ। ଏ ନେଇ ଆରକମ ପକ୍ଷରୁ ସମ୍ପୃକ୍ତ କାର୍ଯ୍ୟକର୍ତ୍ତାମାନଙ୍କୁ ସେମାନଙ୍କ ଇସ୍ତଫା ମଞ୍ଜୁର ହୋଇନଥିବା ଜଣାଇ ଦିଆଯିବା ସହ ପୂର୍ବ ଭଳି କମ୍ପାନୀ ଲାଗି ସେମାନଙ୍କ ଦାୟିତ୍ୱ ନିର୍ବାହ କରିବାକୁ କୁହାଯାଇଛି। 

{"id":189286,"sizeSlug":"large"}

ସେମାନଙ୍କୁ କମ୍ପାନୀର ଦେବାଳିଆ ଓ ଋଣ ପରିଷୋଧ ପ୍ରକ୍ରିୟାରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସିଓସି କହିଛନ୍ତି । ଆରକମ ଦେବାଳିଆ ହେବା ଯୋଗୁ ନିକଟରେ ଅଧ୍ୟକ୍ଷ ପଦରୁ ଅନୀଲ ଅମ୍ବାନୀ ଇସ୍ତଫା ଦେଇଥିବା ବେଳେ ୪ ନିର୍ଦ୍ଦେଶକ ଛାୟା ବିରାନୀ, ରାୟନା କରାନୀ, ମଞ୍ଜରୀ କାକର ଓ ସୁରେଶ ରଙ୍ଗାଚାର ମଧ୍ୟ ଇସ୍ତଫା ଦେଇଥିଲେ। ସେମାନଙ୍କ ଇସ୍ତଫାକୁ କମ୍ପାନୀର ସିଓସିଙ୍କ ନିକଟରେ ଉପସ୍ଥାପନ କରାଯାଇଥିବା ବେଳେ ତାହା ନାମଞ୍ଜୁର ହୋଇଯାଇଛି।

{"id":189287,"width":582,"height":382,"sizeSlug":"large"}

ଟେଲିକମ ଉପକରଣ କମ୍ପାନୀ ଏରିକ୍ସନର ଆବେଦନ ପରେ ଆରଏମ ଏବେ ପୁରା ଦେବାଳିଆ ହୋଇଯାଇଛି। ଏଣୁ ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ କମ୍ପାନୀର ଦାୟିତ୍ୱ ବ୍ୟଙ୍କରପ୍ସି ସଲ୍ୟୁସନ ପ୍ରଫେସନାଲଙ୍କୁ ପ୍ରଦାନ କରିଛନ୍ତି। ଏବେ କମ୍ପାନୀ ଋଣଦାତାଙ୍କୁ ସେମାନଙ୍କ ପ୍ରାପ୍ୟ ଫେରାଇବା ଲାଗି ନିଜ ସମ୍ପତ୍ତି ବିକ୍ରି ଲାଗି ରଖିଛି। ଆରକମର ସମ୍ପତ୍ତି ବିକ୍ରି କାମ ତଦାରଖ କରୁଥିବା ସିଓସି ଖୁବ୍ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବେ ବୋଲି ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.