Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||
  • ଏବେ ୪ ଘଣ୍ଟା ଖୋଲା ରହିବ ବ୍ୟାଙ୍କ୍, ଅଧା କର୍ମଚାରୀରେ ଚାଲିବ କାର୍ଯ୍ୟ
  • ||
  • ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୧୨ କରୋନା ଆକ୍ରାନ୍ତ
  • ||
  • ୩ ଦିନ ପାଇଁ ପଞ୍ଚାୟତ ସଟଡାଉନ୍, ସଂକ୍ରମଣ ବୃଦ୍ଧି ପରେ ପ୍ରଶାସନର ବଡ ପଦକ୍ଷେପ
  • ||

କରୋନା ମୁକାବିଲା ପାଇଁ ଅନିଲ ଅଗ୍ରଓ୍ୱାଲ୍‌ ଦେଲେ ୧୦୦କୋଟି, ପେଟିଏମ୍‌ ମାଲିକ ଓ ଆନନ୍ଦ ମହିନ୍ଦ୍ରା ବଢାଇଲେ ସହଯୋଗର ହାତ

23/03/2020 at 11:40 AM

ସାରା ବିଶ୍ୱକୁ ଗ୍ରାସ କରିଥିବା ଭୟଙ୍କର ମହାମାରୀ କରୋନାର ପ୍ରକୋପ ଦେଶରେ ମଧ୍ୟ ବଢ଼ିବାରେ ଲାଗିଛି | ଏହିଭଳି ପରିସ୍ଥିତିରେ ଜନତାଙ୍କ ସାହାଯ୍ୟ ପାଇଁ ବ୍ୟବସାୟିକ ସଂଗଠନ ଆଗକୁ ଆସିବେ ବୋଲି ଆଶା କରାଯାଇଥିଲା | ଏହାର ମୂଳଦୁଆ ପକାଇଥିଲେ ଆନନ୍ଦ ମହିନ୍ଦ୍ରା ଗ୍ରୁପ ମାଲିକ | ଆନନ୍ଦ ମହିନ୍ଦ୍ରା ଗ୍ରୁପ ପରେ ବେଦାନ୍ତ ଗ୍ରୁପ ସଭାପତି ଅନିଲ ଅଗ୍ରୱାଲ ଓ ପେଟିଏମର ସଂସ୍ଥାପକ ବିଜୟ ଶେଖର ଶର୍ମା ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି |

କରୋନାକୁ ରୋକିବା ପାଇଁ ଅନିଲ ଅଗ୍ରୱାଲ ୧୦୦ କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି | ପେଟିଏମ ସଂସ୍ଥାପକ ବିଜୟ ଶର୍ମା କରୋନା ଟୀକା ପ୍ରସ୍ତୁତ ପାଇଁ ୫ କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି | 

ବ୍ୟବସାୟ ଜଗତର ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ସଭାପତି ଆନନ୍ଦ ମହିନ୍ଦ୍ରା ସର୍ବ ପ୍ରଥମେ ସହାୟତାର ହାତ ବଢାଇଥିଲେ | ସେ ନିଜର ପୁରା ଦରମା ଦାନ କରିବେ ବୋଲି ରବିବାର ଦିନ ଘୋଷଣା କରିଥିଲେ | ଆଗକୁ ଆହୁରି ସାହାଯ୍ୟ କରିବେ ବୋଲି ମଧ୍ୟ ସେ କହିଛନ୍ତି | 

ଏହାପରେ ଅନିଲ ଅଗ୍ରୱାଲ ଟ୍ୱିଟ କରି କହିଥିଲେ ଯେ, ଏହି ଭୟଙ୍କର ଭାଇରସ ସହ ଲଢ଼ିବା ପାଇଁ ସେ ୧୦୦ କୋଟି ସହାୟତା କରିବେ | ଏହି ସଙ୍କଟ ସମୟରେ ଦେଶକୁ ଆର୍ଥିକ ସାହାଯ୍ୟ ଦରକାର | ଅନେକ ଲୋକ ଭବିଷ୍ୟତକୁ ନେଇ ଅନିଶ୍ଚିତ ଅଛନ୍ତି | ଏହିଭଳି ସ୍ଥିତିରେ ଦିନ ମଜୁରିଆଙ୍କ ପାଇଁ ସେ ଚିନ୍ତିତ ଏବଂ ନିଜ ତରଫରୁ ସାହାଯ୍ୟ କରିବା ପାଇଁ ପୁରା ଚେଷ୍ଟା କରିବେ ବୋଲି କହିଛନ୍ତି |

ଏହା ପୂର୍ବରୁ ଆନନ୍ଦ ମହିନ୍ଦ୍ରା ଗ୍ରୁପ ଟ୍ୱିଟ କରିଥିଲେ ଯେ, କିଛି ରିପୋର୍ଟ ଆଧାରରେ ଭାରତ କରୋନା ମହାମାରୀ ମାମଲାରେ ଷ୍ଟେଜ ୩ କୁ ପ୍ରବେଶ କରିପାରେ | ଏହି ସଂକ୍ରମଣକୁ ନ ରୋକା ଗଲେ ତାହା ଦ୍ରୁତ ଗତିରେ ବ୍ୟାପଇପାରେ | ଯାହାଫଳରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି | ଏଥିପାଇଁ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଚାପ ସୃଷ୍ଟି ହେବ |

କରୋନା ଭାଇରସ ଟୀକା ପ୍ରସ୍ତୁତ କରିବା ପାଇଁ ପେଟିଏମ ଭାରତୀୟ ରିସର୍ଚ୍ଚକୁ ୫ କୋଟି ଟଙ୍କା ଦାନ କରିଛନ୍ତି | ପେଟିଏମ ସଂସ୍ଥାପକ ଓ ସିଇଓ ବିଜୟ ଶେଖର ଶର୍ମା ରବିବାର ଦିନ ଏକ ଟ୍ୱିଟ କରି କହିଛନ୍ତି, ଅଧିକ ସଂଖ୍ୟକ ଇନୋଭେଟ୍ସ, ରିସର୍ଚ୍ଚ ଟିମ ଆବଶ୍ୟକ | ଏହିଭଳି ରିସର୍ଚ୍ଚ ଟିମ ଦରକାର ଯେଉଁମାନେ କରୋନା ସହ ମୁକବିଲା ପାଇଁ ଦେଶୀ ଉପାୟ ଆବିଷ୍କାର କରିପାରିବେ | କରୋନା ଚିକିତ୍ସା ପାଇଁ କାମ କରୁଥିବା ଟିମକୁ ୫ କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି ପେଟିଏମ ସଂସ୍ଥାପକ | 

   Related Posts