RWSS ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ଟି ସ୍ଥାନରେ ଚଢାଉ କରୁଛି ଅନୁଗୋଳ ଓ କଟକ ଭିଜିଲାନ୍ସ ଟିମ୍
29/12/2020 at 10:35 AM

ଅନୁଗୋଳ ୨୯।୧୨: ଅନୁଗୋଳ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ଼୍ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଅନୁଗୋଳ ଓ କଟକ ଭିଜିଲାନ୍ସ ଟିମ ଏକକାଳୀନ ଚଢ଼ାଉ ଜାରି ରଖିଛି ।

ସୂଚନାଯୋଗ୍ୟ ଏ, ଅନୁଗୋଳ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କିରାଣୀଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବରିଷ୍ଠ କିରାଣୀ ରୋହିତେଶ୍ବ ବାଗଙ୍କ ଘର, ଅଫିସ୍ ଏବଂ ସରକାରୀ କ୍ବାର୍ଟର ସମେତ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।

ବର୍ତ୍ତମାନ ସୁଦ୍ଧା କିଛି ସମ୍ପତ୍ତି ଜବତ କରାଯାଇଥିବା ବେଳେ କିଛି ରେକର୍ଡ ଯାଞ୍ଚ ଚାଲିଥିବା ଜଣାପଡିଛି । ତାଙ୍କର ପୈତୃକ ଘର ଆଠମଲ୍ଲିକରେ ମଧ୍ୟ ରେଡ଼୍ ଚାଲିଛି । ଅନୁଗୋଳ ଏବଂ କଟକ ଭିଜିଲାନ୍ସ ଟିମ୍ ଏକ କାଳୀନ ଚଢ଼ାଉ କରିଛନ୍ତି ।
Related Posts
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021