ଅନୁଗୋଳ ବିଧାୟକଙ୍କ ପୁଅଙ୍କୁ ଆକ୍ରମଣ ଉଦ୍ୟମ, ଜଣେ ଦୁର୍ବୃତ୍ତ ଅଟକ, ଛୁରୀ ଜବତ

Published By : Prameya-News7 Bureau | June 05, 2021 IST

ଅନୁଗୋଳ ୫।୬: ଅନୁଗୋଳ ବିଧାୟକ ତଥା ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ପୁଅ ଉପରେ ଆକ୍ରମଣ ଉଦ୍ୟମ ହୋଇଛି । ରଜନୀକାନ୍ତଙ୍କ ପୁଅ ଅରୁଣାଭ ସିଂହଙ୍କୁ ନିଜ ଗାଁ ଗୋତମରା ଘର ଆଗରେ ଆକ୍ରମଣ ଉଦ୍ୟମ ହୋଇଥିବା ନିଜେ ଅରୁଣାଭ ଅନୁଗୋଳ ବଂରପାଳ ଥାନାରେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଏକ କେସ୍ ରୁଜୁ ହୋଇଛି । ଏହି ଘଟଣାରେ ଜଣକୁ ଅଟକ ରଖିଛି ପୋଲିସ । ତା ନିକଟରୁ ଛୁରୀ ମଧ୍ୟ ଜବତ ହୋଇଛି ।

ତେବେ ଗଣ୍ଡଗୋଳର କାରଣ ଷ୍ପଷ୍ଟ ହୋଇ ନ ଥିବା ବେଳେ ଅରୁଣାଭଙ୍କୁ ଆକ୍ରମଣ କରିବା ପାଇଁ ୪ କିମ୍ବା ୫ ଜଣ ଆସିଥିଲେ । ଘର ସାମନାରେ ପାଟି କରୁଥିବା ବେଳେ, କିଏ ଘର ଆଗରେ ପାଟି କରୁଛ ବୋଲି ପଚାରିବାରୁ ଅରୁଣାଭଙ୍କୁ ମାରିବା ପାଇଁ ଗୋଡ଼ାଇଥିଲେ । ସେହି ସମୟରେ ଅରୁଣାଭ ଘର ଭିତରକୁ ପଳାଇ ଯାଇଥିଲେ । ଆକ୍ରମଣକାରୀଙ୍କ ମଧ୍ୟରୁ ଜଣଙ୍କୁ ଗାଁ ଲୋକ କାବୁ କରିନେଇଥିଲେ । ତାକୁ ବଂରପାଳ ଥାନାରେ ଅଟକ ରଖାଯାଇଛି । ଅନ୍ୟ ଲୋକ କିଏ କିଏ ତାର ତନାଘନା ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.