କୋଇଲା ଖଣିରେ ମାଟି ଧସିବା ଘଟଣା : ଆଉ ଜଣଙ୍କ ମୃତଦେହ ଉଦ୍ଧାର, ଏବେବି ଆହୁରି ୨ଜଣ ଫଶି ରହିଥିବା ଆଶଙ୍କା

Published By : Prameya-News7 Bureau | July 26, 2019 IST

ଅନୁଗୋଳ ୨୬|୭: ଅନୁଗୋଳ ତାଳଚେର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଆଜି ତୃତୀୟ ଦିନରେ ମଧ୍ୟ ପୁଣି ଥରେ ରେସକ୍ୟୁ ଅପରେସନ ସକାଳୁ ଆରମ୍ଭ ହୋଇଛି । ଆଜି ଆଉ ୨ଟି ମୃତଦେହ ଉଦ୍ଧାର କରାଯାଇଛି । ଏହାକୁ ମିଶାଇ ୩ଟି ମୃତଦେହ ଉଦ୍ଧାର କରାଯାଇଛି । ଏବେ ବି ଆହୁରି ୨ଜଣ ଶ୍ରମିକ ମାଟି ତଳେ ଫଶି ରହିଥିବା ଅନୁମାନ କରାଯାଉଛି ।

{"id":137531}

୩୦ଜଣିଆ ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ତାଙ୍କ ସହିତ ମାଇନ୍ସ ରେସକ୍ୟୁ ଟିମ୍ ମଧ୍ୟ ସାମିଲ ଅଛନ୍ତି । ତେବେ ବର୍ଷା ହେଲେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ । ଗତକାଲି ବର୍ଷା ଯୋଗୁଁ ୪ଘଣ୍ଟା ଉଦ୍ଧାର କାର୍ଯ୍ୟ ବନ୍ଦ ଥିଲା । ତେବେ ତାଳଚେର ବିଧାୟକ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି ।

{"id":137061}

ସେପଟେ ଖଣି ସୁରକ୍ଷା ଦାବି ନେଇ ବିଜେପି କର୍ମୀମାନେ ତାଳଚେରର ସମସ୍ତ ଖଣିକୁ ବନ୍ଦ କରିଛନ୍ତି । କଂଗ୍ରେସ ମଧ୍ୟ ସମାନ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି । ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଖଣି ବନ୍ଦ ଯୋଗୁଁ ଉତ୍ପାଦନ ଓ ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.