ଦୁଇ ମାସ ହେଲା ମିଳିନି ଦରମା, ଧାରଣାରେ ବସିଲେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ

Published By : Prameya-News7 Bureau | December 04, 2020 IST

ଅନୁଗୋଳ ୪।୧୨: ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଆନ୍ଦୋଳନକୁ ଓହ୍ଲାଇଲେ କାର୍ଯ୍ୟରତ କର୍ମଚାରୀ । ଅକ୍ଟୋବର ଓ ନଭେମ୍ବର ମାସର ଦରମା ସାଙ୍ଗକୁ ଅନ୍ୟାନ୍ୟ ଆନୁସଙ୍ଗୀକ ସହାୟତା ରାଶି ପାଇ ନ ଥିବା ଅଭିଯୋଗ ।

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ବିଭିନ୍ନ ବିଭାଗର ୩୩ ଜଣ ଟେକ୍ନିସିଆନ ଆନ୍ଦୋଳନରେ ବସିଛନ୍ତି । ଏମାନେ ଚୁକ୍ତିଭିତ୍ତିକ ଡିଏମ୍ ଫଣ୍ଡରୁ ଦରମା ପାଇଥାନ୍ତି । କିନ୍ତୁ ଗତ ଅକ୍ଟୋବର ଆଉ ନଭେମ୍ବର ମାସର ଦରମା ଏପର୍ଯ୍ୟନ୍ତ ମିଳିନାହିଁ । ଏହା ସହିତ କୋଭିଡ୍ ଇନସେନଟିଭ ମଧ୍ୟ ମିଳି ନଥିବା ଅଭିଯୋଗ ହୋଇଛି । ତେଣୁ ଅସନ୍ତୁଷ୍ଟ ହୋଇ ଚିକିତ୍ସାଳୟ ଆଗରେ କାର୍ଯ୍ୟ ବନ୍ଦ କରି ଧାରଣାରେ ବସିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

ଖବର ପାଇ ସିଡିଏମଓ ଆନ୍ଦୋଳନରତ କର୍ମଚାରୀଙ୍କୁ ଡକାଇ ଆଲୋଚନା କରିଛନ୍ତି । ୭ ଦିନ ମଧ୍ୟରେ ଏହି ଦରମା ଆଉ ସହାୟତା ରାଶି ଯୋଗାଇ ଦେବେ ବୋଲି ସୂଚନା ଦେଇଛନ୍ତି । ପ୍ରତିଶ୍ରୁତି ପାଇଲା ପରେ ଆନ୍ଦୋଳନରୁ ଓହରି ଥିଲେ କର୍ମଚାରୀ । କିନ୍ତୁ ଯଦି ୭ଦିନ ମଧ୍ୟରେ ଦାବି ପୂରଣ ନ ହୁଏ ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.