Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋଇଲା ଖଣି ଧସିବା ଘଟଣା : ଏନଡିଆରଏଫ ଓ ମାଇନ୍ସ ରେସକ୍ୟୁ ଟିମ୍‌ର ସର୍ଚ୍ଚ ଅପରେସନ ଜାରି, ୩ଶ୍ରମିକ ଫସିଥିବା ଆଶଙ୍କା

25/07/2019 at 9:35 AM

ଅନୁଗୋଳ ୨୫|୭: ଅନୁଗୋଳ ତାଳଚେର ଭରତପୁର କୋଇଲା ଖଣିରେ ଆଜି ଦ୍ଵିତୀୟ ଦିନରେ ମଧ୍ୟ ରେସକ୍ୟୁ ଅପରେସନ ଜାରି ରହିଛି। ଏଥିରେ ନିୟୋଜିତ ଅଛନ୍ତି ଏନଡିଆରଏଫ ଟିମ୍ ଏବଂ ମାଇନ୍ସ ରେସକ୍ୟୁ ଟିମ୍ । ମାଟି ଖୋଳିବାରେ ନିୟୋଜିତ ଅଛି ୩ଟି ପ୍ରୋକଲିନ୍ ମେସିନ୍। ଏବେବି ୩୦ଫୁଟ ମାଟି ତଳେ ୩ ଜଣ ଶ୍ରମିକ ଫସି ରହିଛନ୍ତି ।

ଗତକାଲି ରାତିରେ ସାମାନ୍ୟ ବର୍ଷା ହୋଇଛି, ସକାଳୁ ମଧ୍ୟ ହୋଇଛି। ଯଦି ବଡ଼ ବର୍ଷା ହୁଏ ତେବେ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିପାରେ । ମାଟି ତଳେ ଫଶିଥିବା ଶ୍ରମିକଙ୍କ ସ୍ଥିତି ଜାଣିବା ଲାଗି ଆଜି ଏକ ଅତ୍ୟାଧୁନିକ ମେସିନ ମଗାଯାଉଛି । ଏହା ପରେ ସଠିକ ଜାଗାରେ ଅପରେସନ ଆରମ୍ଭ ହେବ । ମାଟି ଧସିବା ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି ।

ମୃତକଙ୍କ ପରିବାରଙ୍କୁ ୫୦ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ସହ ପରିବାରର ଜଣକୁ ଏମସିଏଲରେ ସ୍ଥାୟୀ ନିଯୁକ୍ତି ଦାବି ହୋଇଛି । ଅନ୍ୟପକ୍ଷରେ ତାଳଚେରର ଅନ୍ୟ ସମସ୍ତ ଖଣିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ସହ ଏମସିଏଲ ବିରୋଧରେ ମାମଲା ରୁଜୁ କରିବାକୁ ମଧ୍ୟ ଦାବି କରାଯାଉଛି ।

   Related Posts