ଅନୁଗୋଳ ଶାବଳଭଙ୍ଗା ଗାଁରେ ନିଆଁରେ ପୋଡି ହୋଇ ୩ ଗୁରୁତର ଘଟଣା ; ଚିକିତ୍ସାଧୀନ ଅବସ୍ଥାରେ ଦୁଇ ପୁଅ ମୃତ

Published By : Prameya-News7 Bureau | November 20, 2018 IST

ଅନୁଗୋଳ ୨୦|୧୧:  ଅନୁଗୋଳ ଶାବଳଭଙ୍ଗା ଗାଁରେ ନିଆଁରେ ପୋଡି ହୋଇ ୩ଜଣ ଗୁରୁତର ଚିକିତ୍ସିତ ହେଉଥିଲେ କଟକ ବଡ ମେଡିକାଲରେ । ଚିକିତ୍ସାଧୀନ ଅବସ୍ଥାରେ ଦୁଇ ପୁଅଙ୍କର ମୃତ୍ୟୁ ହୋଇଛି । ମୃତ ଦୁଇ ଭାଇ ହେଲେ ଅଭିମନ୍ୟୁ ବେହେରା ଓ ରାହୁଲ ବେହେରା । ମାଆ ଲିଲିମଣି ବେହେରାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଘରେ ଶୋଇଥିବା ବେଳେ ନିଆଁ ଲାଗି ୩ ଜଣ ଗୁରୁତର ହୋଇଥିଲେ । ସମସ୍ତଙ୍କ ଶରୀରର ୯୦ ପ୍ରତିଶତ ପୋଡିଯାଇଥିଲା । ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମ ଅନୁଗୋଳ ଡାକ୍ତରଖାନା ଏବଂ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.