ହେଲମେଟ ଚେକିଂ ବେଳେ ଡାକ୍ତରଙ୍କୁ ମାଡ
12/08/2018 at 11:36 AM

ଅନୁଗୁଳ ୧୨/୮ : ଅନଗୁଳ ଥାନା ଛକରେ ଜଣେ ଡାକ୍ତରଙ୍କୁ ବାଡ଼ାଇ ଲହୁ ଲୁହାଣ କରିଛି ଅନଗୁଳ ପୋଲିସ। ଅନଗୁଳ ମେଡିକାଲ ରେ କାର୍ଯ୍ୟରତ ent ଡାକ୍ତର କମଳକାନ୍ତ ଜେନା ଙ୍କୁ ମାଡ଼ ହୋଇଛି। ନିଜ ଘରୁ ମେଡିକାଲକୁ ଆସୁଥିବା ବେଳେ ଥାନା ଛକରେ ହେଲମେଟ ଚେକିଂ କରୁଥିବା ବେଳେ ଏଭଳି ଘଟଣା ଘଟିଛି। ନିଜକୁ ଡାକ୍ତର ଏବଂ ସେ ଡାକ୍ତର ଖାନା ଯାଉଥିବା କହିଥିଲେ ମଧ୍ୟ ତାଙ୍କୁ ଅଭଦ୍ରାମି ବଚସା ପରେ ମାଡ଼ କରିଥିଲେ। 4 ରୁ 5 ଜଣ କନେଷ୍ଟବଳ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। ତାଙ୍କର ମୁଣ୍ଡ ଫାଟିବା ସହ ହାତ ପିଠି ରେ ଆଘାତ ଲାଗିଛି। ସେ ଅନଗୁଳ ମେଡିକଲରେ ଚିକିତ୍ସା ହେଉଛନ୍ତି। ଘଟଣା ସ୍ଥଳରେ ଅନଗୁଳ ପୋଲିସ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଛି।
Related Posts
କରୋନାର ଦ୍ୱିତୀୟ ଲହର ନେଇ ଢେଙ୍କାନାଳରେ ଯାଞ୍ଚ କଡାକଡି
13 April 2021