Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଅନୁଗୁଳରେ ଡାକ୍ତରଙ୍କୁ କନେଷ୍ଟବଳଙ୍କ ମାଡ ଘଟଣାରେ ମାଡ ମାରିଥିବା ପୋଲିସଙ୍କ ସସ୍ପେଣ୍ଡ ଦାବି

13/08/2018 at 10:17 AM

ଅନୁଗୁଳ ୧୩/୮ : ଅନୁଗୋଳରେ ଡାକ୍ତରଙ୍କୁ କନେଷ୍ଟବଳଙ୍କ ମାଡ ଘଟଣା । ଜିଲ୍ଳାପାଳଙ୍କ ଅଫିସରେ ଅନୁଗୋଳରେ କାର୍ଯ୍ୟରତ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ଗତକାଲି ହେଲମେଟ ଚେକିଂ ସମୟରେ ଡାକ୍ତର କମଳକାନ୍ତ ଜେନାକୁ ପୋଲିସ ଆକ୍ରମଣ କରିଥିଲେ । ଏଥିରେ ଡାକ୍ତର କମଳାକାନ୍ତ ଲହୁଲୁହାଣ ହୋଇଥିଲେ । ପ୍ରତିବାଦରେ ଆଜି ଡାକ୍ତରମାନେ ଅସହଯୋଗ ସ୍ୱରୂପ କାମ ବନ୍ଦ କରିବା ପାଇଁ ଧମକ ଦେଇଥିଲେ । ତେବେ ଏହା ପୂର୍ବରୁ ଅନୁଗୋଳ ଜିଲ୍ଳାପାଳ ଡାକ୍ତର ମାନଙ୍କ ସହ ଆଲୋଚନା କରୁଛନ୍ତି। ଏହି ଆଲୋଚନାରେ ଅନଗୁଳ ଏସ୍ ପି ମିତ୍ରଭାନୁ ମହାପାତ୍ର ଉପସ୍ଥିତ ଅଛନ୍ତି । ମାଡ଼ ସମ୍ପକରେ ଅନଗୁଳ ଥାନାରେ ଡାକ୍ତରମାନେ ଲିଖିତ ଅଭିଯୋଗ କରିବା ସହ ଘଟଣାକୁ ନିନ୍ଦା କରିଛନ୍ତି। ଯେଉଁମାନେ ମାଡ଼ ମାରିଛନ୍ତି ତାଙ୍କୁ ସସପେଣ୍ଡ କରାଯାଉ ବୋଲି ଡାକ୍ତରମାନେ ଜିଦ ଧରିଛନ୍ତି ।

   Related Posts