ତାଳଚେର ଭରତପୁର କୋଇଲା ଖଣିରେ ଏବେ ବି ମାଟି ତଳେ ଫସି ରହିଛନ୍ତି ୩ ଶ୍ରମିକ , ଦ୍ବିତୀୟ ଦିନରେ ମଧ୍ୟ ରେସକ୍ୟୁ ଟିମର ହାତ ଖାଲି

Published By : Prameya-News7 Bureau | July 25, 2019 IST

ଅନୁଗୁଳ୨୫|୭: ତାଳଚେର ଭରତପୁର କୋଇଲା ଖଣିରେ ଏବେ ବି ମାଟି ତଳେ ଫସି ରହିଛନ୍ତି ୩ ଶ୍ରମିକ। ଦ୍ବିତୀୟ ଦିନରେ ମଧ୍ୟ ରେସକ୍ୟୁ ଟିମର ହାତ ଖାଲି । ଦୁଇଟି ଡଗ୍ ସ୍କ୍ବାର୍ଡ ମଧ୍ୟ ଶ୍ରମିକଙ୍କ ସନ୍ଧାନ ନେବାରେ ଫେଲ ମାରିଛି । ଏତିକି ବେଳେ ବର୍ଷା ମଧ୍ୟ ରେସକ୍ୟୁ ଅପରେସନରେ ବାଧା ସୃଷ୍ଟି କରିଛି । ଏତେବଡ଼ ଦୁର୍ଘଟଣା ସତ୍ତ୍ବେ ଏମସିଏଲ୍ କର୍ତ୍ତୃପକ୍ଷ ଏହାକୁ ଗୁରୁତର ସହ ନେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

{"id":137304}

ଦ୍ବିତୀୟ ଦିନରେ ମଧ୍ୟ ରେସ୍କ୍ୟୁ ଟିମ୍‌ର ହାତ ଖାଲି । ତାଳଚେର ଭରତପୁର କୋଇଲା ଖଣିରେ ଆଜି ମଧ୍ୟ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ମାଟି ତଳେ ଫସି ରହିଥିବା ଶ୍ରମିକଙ୍କ ସନ୍ଧାନରେ ନିୟୋଜିତ ଅଛନ୍ତି ୩୦ ଜଣିଆ NDRF ଟିମ୍ । ତାସହ ମାଇନ୍ସ ରେସକ୍ୟୁ ଟିମ୍ ଏବଂ ଦୁଇଟି ଡଗ୍ ସ୍କ୍ବାର୍ଡ ମଧ୍ୟ କାମରେ ଲାଗିଛନ୍ତି। ମାଟି ଖୋଲିବାରେ ନିୟୋଜିତ ଅଛି ୩ଟି ପକଲିଂ।

{"id":137305}

ଏବେବି ମାଟି ଭିତରେ ଫସି ରହିଛନ୍ତି ୩ ଶ୍ରମିକ। ସେମାନଙ୍କ ଉପରେ ୩୦ ଫୁଟ ଉଚ୍ଚର ମାଟି ରହିଛି। ତେବେ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି ବର୍ଷା । ଗତ ରାତିରେ ସାମାନ୍ୟ ବର୍ଷା ହୋଇଥିବା ବେଳେ ଆଜି ସକାଳେ ମଧ୍ୟ ଝିପି ଝିପି ବର୍ଷା ହୋଇଥିଲା। ସେପଟେ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ସହ ପରିବାରର ଜଣକୁ MCLରେ ସ୍ଥାୟୀ ନିଯୁକ୍ତି, ଘଟଣାର ଉଚ୍ଚସ୍ଥରୀୟ ତଦନ୍ତ ସହ ସମସ୍ତ ଖଣିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ, ଏମସିଏଲ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି ତାଳଚେରବାସୀ ।

{"id":137306}

 ଏମସିଏଲର ଡାଇରେକ୍ଟର ଟେକ୍ନିସିଆନଙ୍କ କହିବା କଥା ସିକଲ କମ୍ପାନୀର ରେଜିଷ୍ଟର ଅନୁସାରେ ମାଟି ତଳେ ଏବେ ବି ୩ ଜଣ ଫସି ରହିଛନ୍ତି । ଖଣି ଭିତରେ ମାଟିକୁ ଅଟକାଇବା ପାଇଁ ଏକ ବ୍ୟାରିୟର ଥିଲା। କୌଣସି କାରଣରୁ ଏହି ବ୍ୟାରିୟର ଭାଙ୍ଗିବା ସହ ମାଟି ଶ୍ରମିକଙ୍କ ଉପରକୁ ଧସିଯାଇଥିଲା । କାହିଁକି ଏଭଳି ଘଟିଲା ତଦନ୍ତ ପରେ ଜଣାପଡ଼ିବ । ସେହିପରି ଜମି ଅଧିଗ୍ରହଣ ଏବଂ କୋଇଲାର ଚାହିଦା ଦୃଷ୍ଟିରୁ vartical ଭାଗେ କୋଇଲା କଟା ଯାଉଛି ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ । ମାଟି ତଳେ ତିନି ତିନିଟି ଜୀବନ, ହେଲେ ଏମସିଏଲର ମନ୍ଥର ଗତିରେ ଉଦ୍ଧାର କାର୍ଯ୍ୟକୁ ନେଇ ଅସନ୍ତୁଷ୍ଟ ସ୍ଥାନୀୟ ଲୋକେ । ଖଣି ସୁରକ୍ଷା ଦାବି ନେଇ ଆଜିଠାରୁ ବିଜେପି ସମସ୍ତ କୋଇଲା ଖଣି ବନ୍ଦ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.