Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋଇଲା ଖଣିରେ ମାଟି ଧସିବା ଘଟଣା : ୩ ମୃତଦେହ ଉଦ୍ଧାର ଆଜି ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ, ଆହୁରି ଜଣେ ଫସିଥିବା ଆଶଙ୍କା

27/07/2019 at 9:35 AM

ଅନୁଗୋଳ ୨୭|୭: ଅନୁଗୋଳ ଜିଲ୍ଲା ତାଳଚେର ଭରତପୁର କୋଇଲା ଖଣିରେ ମାଟି ଦାବିବା ଘଟଣାରେ ଆଜି ଚତୁର୍ଥ  ଦିନରେ ମଧ୍ୟ ପୁଣି ଥରେ ରେସକ୍ୟୁ ଅପରେସନ ସକାଳୁ ଆରମ୍ଭ ହୋଇଛି । ବର୍ଷା ସତ୍ତ୍ବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏବେ ବି ଆହୁରି ଜଣେ ଫଶି ରହିଥିବା ଅନୁମାନ କରାଯାଉଛି ।

ଉଦ୍ଧାର କାର୍ଯ୍ୟରେ ୩୦ ଜଣିଆ ଏନଡିଆରଏଫ ଟିମ୍ ଲାଗିଛନ୍ତି । ତାଙ୍କ ସହିତ ମାଇନ୍ସ ରେସକ୍ୟୁ ଟିମ୍ ମଧ୍ୟ ସାମିଲ ଅଛନ୍ତି । ଅପରେସନ ଜାରି ରହିଛି ।

ଗତକାଲି ଦୁଇ ଜଣଙ୍କ ମୃତଦେହ ଠାବ ହୋଇଥିଲା । ସେପଟେ ଖଣି ସୁରକ୍ଷା ଦାବି ନେଇ ବିଜେପି କର୍ମୀମାନେ ତାଳଚେରର ସମସ୍ତ ଖଣିକୁ ବନ୍ଦ କରିଛନ୍ତି । କଂଗ୍ରେସ ମଧ୍ୟ ସମାନ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲା । ଖଣିବନ୍ଦ ଯୋଗୁଁ ଉତ୍ପାଦନ ଓ ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

   Related Posts