Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ତତଲା ସୁପ୍କୁ ନେଇ ହେଲା ଯୁକ୍ତିତର୍କ, ମହିଳା ଜଣଙ୍କ ରାଗିଯାଇ ମ୍ୟାନେଜରଙ୍କୁ ଦେଲେ ଏପରି ଦଣ୍ଡ, ସିସିଟିଭି ରେ ହେଲା କଏଦ…

11/11/2021 at 10:27 AM

ୱାଶିଂଟନ ୧୧।୧୧ : ଆମେରିକାରେ ଜଣେ ମହିଳା ରେଷ୍ଟୁରାଣ୍ଟର ସର୍ଭିସ୍‌ ଉପରେ ଏତେ ରାଗିଗଲେ ଯେ ମ୍ୟାନେଜରଙ୍କ ପାଟି ଓ ମୁହଁରେ ଗରମ ସୁପ୍ ଫୋପାଡି ଦେଇଥିଲେ । ଭଲ କଥା ହେଉଛି , ମ୍ୟାନେଜର ଅଧିକ ଆଘାତ ପାଇ ନାହାଁନ୍ତି। ଏହି ଘଟଣାଟି ରେଷ୍ଟୁରାଣ୍ଟରେ ଥିବା ସିସିଟିଭିରେ କଏଦ ହୋଇଛି। ଯାହା ବର୍ତ୍ତମାନ ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିଯୁକ୍ତ ମହିଳାଙ୍କ ସହ ଜଣେ ପୁରୁଷ ମଧ୍ୟ ଉପସ୍ଥିତ ଥିଲେ, ଘଟଣା ଘଟିବା ପରେ ଦୁହେଁ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

ତେବେ ରିପୋର୍ଟ ଅନୁଯାୟୀ, ଏହି ଘଟଣା ନଭେମ୍ବର ୭ରେ ଆମେରିକାର ଟେକ୍ସାସର ମେକ୍ସିକୋ ରେଷ୍ଟୁରାଣ୍ଟ’ ସୋଲ ଡି ଜାଲିସ୍କୋ’ରେ ଘଟିଥିଲା। ବାସ୍ତବରେ ମହିଳା ଜଣକ ସୁପ୍ ଅର୍ଡର କରିଥିଲେ। ଡେଲିଭରି କରିବାର କିଛି ସମୟ ପରେ ମହିଳା ରେଷ୍ଟୁରାଣ୍ଟକୁ ଡାକି ମ୍ୟାନେଜରଙ୍କ ନିକଟରେ ଅଭିଯୋଗ କରିବା ଆରମ୍ଭ କଲେ। ମହିଳା ଜଣକ କହିଛନ୍ତି ଯେ ସୁପ୍ ଏତେ ଗରମ ଥିଲା, ଯେଉଁଥିପାଇଁ ପ୍ଲାଷ୍ଟିକ୍ ଢାଙ୍କୁଣି ତରଳି ଯାଇଥିଲା । ଫୋନରେ ଯୁକ୍ତିତର୍କ ପରେ ମହିଳା ସିଧା ରେଷ୍ଟୁରାଣ୍ଟକୁ ଯାଇଥିଲେ।

ରେଷ୍ଟୁରାଣ୍ଟରେ ପହଞ୍ଚିବା ପରେ ମ୍ୟାନେଜର ଜାନେଲ ବ୍ରୋଲାଣ୍ଡଙ୍କୁ ଏକ ସୁପ୍ ଡବା ଦେଖାଇ ଅଭିଯୁକ୍ତ ପୁନର୍ବାର ଯୁକ୍ତିତର୍କ କରିଥିଲେ। କିଛି ସମୟ ପାଇଁ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତା’ପରେ ହଠାତ୍ ମହିଳା ସୁପ୍ ଡବା ଉଠାଇ ମ୍ୟାନେଜରଙ୍କ ମୁହଁକୁ ଫୋପାଡି ଦେଲେ । ଏହା ପରେ ଅଭିଯୁକ୍ତ ସେଠାରୁ ପଳାଇ ଯାଇଥିଲେ। ମ୍ୟାନେଜର ମଧ୍ୟ ତାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସଫଳ ହୋଇପାରିଲେ ନାହିଁ । ଏହା ପରେ ପୀଡିତା ମ୍ୟାନେଜର ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ଏପର୍ଯ୍ୟନ୍ତ ସୁପ୍ ଫିଙ୍ଗିଥିବା ମହିଳାଙ୍କ ବିଷୟରେ ପୋଲିସ କିଛି ସୂଚନା ପାଇପାରି ନାହିଁ। ବର୍ତ୍ତମାନ ପୋଲିସ ଅଜ୍ଞାତ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛି ଏବଂ ଫୁଟେଜ ଆଧାରରେ ତାଙ୍କୁ ଖୋଜା ଚାଲିଛି।

   Related Posts