Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଡାକ୍ତର ସ୍ବାମୀଙ୍କ ଅବୈଧ ସଂପର୍କ ବିଷୟରେ ସ୍ତ୍ରୀ ଜାଣିବା ପରେ ରାଗରେ ବିବାହିତ ପ୍ରେମିକା ଓ ତାଙ୍କ ୬ ବର୍ଷର ଝିଅଙ୍କୁ ଜିଅନ୍ତା ଜାଳି ଦେଲା, ପଢ଼ନ୍ତୁ ପୂରା ଘଟଣା

8/11/2019 at 12:41 PM

ଭରତପୁର୮/୧୧: ସ୍ବାମୀଙ୍କ ଅବୈଧ ସଂପର୍କକୁ କେନ୍ଦ୍ରକରି ଜଣେ ମହିଳା ଏକ ଅଭାବନୀୟ ଘଟଣା ଘଟାଇଛନ୍ତି। ଡାକ୍ତର ସ୍ବାମୀଙ୍କ ଅବୈଧ ସଂପର୍କ ବିଷୟରେ ଜାଣିବା ପରେ ଡାକ୍ତରାଣୀ ସ୍ତ୍ରୀ ସ୍ବାମୀଙ୍କ ପ୍ରେମିକା ଓ ପ୍ରେମିକାଙ୍କ ୬ ବର୍ଷର ଝିଅକୁ ଜୀବନ୍ତ ଜାଳି ଦେଇଛନ୍ତି ।  ମାଆ ଓ ଛୁଆଙ୍କ ଦେହରେ ନିଆଁ ଲଗାଇ ବା ପରେ ଡାକ୍ତରାଣୀ ଫେରାର ହୋଇଯାଇଛି। ରାଜସ୍ଥାନର ଭରତପୁର ଜିଲ୍ଲାରେ ଏଭଳି ଘଟଣା ଘଟିଛି।

ସୂଚନା ଅନୁସାରେ ଭରତପୁର ଜିଲ୍ଲାର ଆଗ୍ରା ରୋଡ଼ସ୍ଥିତ ସୂର୍ଯ୍ୟସିଟି ଅଞ୍ଚଳରେ ଥିବା କଲୋନୀରେ ଏଭଳି ଅଘଟଣ ଘଟିଛି। ଏହି କଲୋନୀରେ ଡାକ୍ତର ସୁଦୀପ ଗୁପ୍ତାଙ୍କ ଘର ସେଠାରେ ଡାକ୍ତର ସୁଦୀପ ଓ ତାଙ୍କ ପତ୍ନୀ ଡାକ୍ତର ସୀମା ଗୁପ୍ତା ରହନ୍ତି । ତେବେ ସେହି କଲୋନୀର ଜଣେ ବିବାହିତ ମହିଳାଙ୍କ ସହ ଡାକ୍ତର ସୁଦୀପଙ୍କ ପରକୀୟା ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ସଂପୃକ୍ତ ମହିଳାଙ୍କ ୬ ବର୍ଷ ଗୋଟିଏ କନ୍ୟା ସନ୍ତାନ ମଧ୍ୟ ଥିଲା । ତଥାପି ସୁଦୀପ ଓ ସଂପୃକ୍ତ ମହିଳା ପରସ୍ପରକୁ ଭଲ ପାଉଥିଲେ । ଅନେକ ଥର ଡାକ୍ତର ସୀମା ଗୁପ୍ତା ତାଙ୍କ ସ୍ବାମୀଙ୍କ ସହ ମହିଳାଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଲେ । ଏହି ଘଟଣାକୁ କେନ୍ଦ୍ର କରି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡା ହୋଇଥିଲା । ଡାକ୍ତର ସୁଦୀପ କିନ୍ତୁ ଏଥିରୁ ନିବୃତ୍ତ ହୋଇନଥିଲେ । ଡାକ୍ତର ସୀମା ଗୁପ୍ତା ସ୍ବାମୀଙ୍କ ପ୍ରେମିକଙ୍କୁ ମଧ୍ୟ ବହୁବାର ତାଗିଦ କରିଥିଲେ । ସେ ମଧ୍ୟ ସୀମାଙ୍କ ବାରଣ ମାନି ନ ଥିଲେ ।  

ପୋଲିସ କହିବା ଅନୁସାରେ ଡାକ୍ତର ସୁଦୀପଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରେମିକାଙ୍କୁ ସୀମା ନିମନ୍ତ୍ରଣ କରିଥିଲେ। ସୀମାଙ୍କ ନିମନ୍ତ୍ରଣ ରକ୍ଷା କରି ମହିଳା ଓ ତାଙ୍କ ୬ ବର୍ଷର ଛୋଟ ଆସିଥିଲେ। କିନ୍ତୁ ଡାକ୍ତରଙ୍କ ପତ୍ନୀ ସୀମା ପୂର୍ବ ଯୋଜନା ଅନୁସାରେ ପ୍ରସ୍ତୁତ ହୋଇ ରହିଥିଲା।  ମହିଳା ଓ ତାଙ୍କ ଛୋଟ ଝିଅ ଆସି ପହଞ୍ଚିବା ମାତ୍ରେ ଦୁଇଜଣଙ୍କ ଉପରେ ​‌ଡାକ୍ତରଙ୍କ ପତ୍ନୀ ସୀମା ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲା। ଘର ଭିତରେ ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ। ନିଆଁ ଲିଭାଇବା ଭିତରେ ମହିଳା ଓ ତାଙ୍କ ଝିଅଙ୍କ ମୃତ୍ୟୁ ହୋଇଯାଇଥିଲା।  ଏହି ଘଟଣା ଘଟିବା ପରେ ଅଭିଯୁକ୍ତ ଡାକ୍ତର ମହିଳା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

   Related Posts