ପରକୀୟାପ୍ରୀତିର କରୁଣ ପରିଣତି, ସ୍ବାମୀର ଯୌନାଙ୍ଗ କାଟି ଫିଙ୍ଗିଦେଲା ସ୍ତ୍ରୀ

Published By : Prameya-News7 Bureau | December 24, 2018 IST

ବ୍ୟାଙ୍କକ୍ ୨୪|୧୨ : ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ଏକ ସାଧାରଣ କଥା । ମାତ୍ର କେବେ କେବେ ଏହି ଝଗଡା ଭୟଙ୍କର ରୂପ ନେଇଥାଏ । ରାଗରେ ମଣିଷ ଏମିତି କିଛି କାମ କରିବସେ ଯାହା କେହି କଳ୍ପନା ମଧ୍ୟ କରିପାରିବେନାହିଁ ।

ଏମିତି ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି ଯାହା ଶୁଣି କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ଯେତେବେଳେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ପରକୀୟାପ୍ରୀତି ବିଷୟରେ ଜଣାପଡିଥିଲା ସେ ଏମିତି କିଛି କାମ କଲେ ଯାହାର କଳ୍ପନା ଆପଣ କେବେ କରି ବି ନଥିବେ ।

ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କଠାରୁ ପ୍ରତିଶୋଧ ନେବା ପାଇଁ ଆଗରୁ ମଧ୍ୟ ଯୋଜନା କରିସାରିଥିଲେ । ପ୍ରଥମେ ମହିଳା ତାଙ୍କ ସ୍ବାମୀଙ୍କୁ ଉତ୍ତେଜିତ କରିଥିଲେ ତାପରେ ଏକ ଧାରୁଆ ଛୁରୀରେ ତାଙ୍କ ଯୌନାଙ୍ଗ କାଟିଦେଇଥିଲେ । ଏହାପରେ ମଧ୍ୟ ମହିଳାଙ୍କ ରାଗ ଶାନ୍ତ ହୋଇନଥିଲା । ସ୍ବାମୀଙ୍କ ଯୌନାଙ୍ଗ କାଟିବା ପରେ ଝରକା ବାହାରକୁ ଫିଙ୍ଗିଦେଇଥିଲେ ମହିଳା ।

ଏଭଳି ଘଟଣା ଥାଇଲାଣ୍ଡରେ ଘଟିଛି । ୨୪ବର୍ଷୀୟ କରୁଣା ସନୁସନ ନାମ୍ନୀ ମହିଳା ତାଙ୍କ ସ୍ବାମୀଙ୍କ ସହ ଏଭଳି କରିଛନ୍ତି । ମହିଳା ନିଜେ ହିଁ ପୋଲିସକୁ କହିଛନ୍ତି ଯେ, ସେ ତାଙ୍କର ୪୦ବର୍ଷୀୟ ସ୍ବାମୀ ସିରପନଙ୍କ ଶୋଇବାକୁ ଅପେକ୍ଷା କରିଥିଲେ । ଏହାପରେ ସେ ତାଙ୍କୁ ଉତ୍ତେଜିତ କରି ଛୁରୀରେ ତାଙ୍କ ଯୌନାଙ୍ଗ କାଟିଦେଇ ବାହାରକୁ ଫିଙ୍ଗିଦେଇଥିଲେ ।

ପଡୋଶୀମାନେ ତାଙ୍କର ଚିତ୍କାର ଶୁଣି ପୋଲିସକୁ ଫୋନ୍ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି କଟା ହୋଇଥିବା ଯୌନାଙ୍ଗକୁ ଖୋଜି ବରଫରେ ରଖିଥିଲେ । ବର୍ତ୍ତମାନ ମେଡିକାଲରେ ସିରିପନଙ୍କ ଚିକିତ୍ସା ଚାଲିଛି । ଡାକ୍ତରଙ୍କୁ ସେହି ଅଙ୍ଗକୁ ପୁର୍ନବାର ଯୋଡିବାକୁ କହିଛି ପୋଲିସ । ପୋଲିସ ସ୍ତ୍ରୀ କରୁଣାଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.