ନରଖାଦକ ବାଘୁଣୀକୁ ଟ୍ରାକ୍ଟର ମଡାଇ ମାରିଦେଲେ ଗାଁ ଲୋକେ

Published By : Prameya-News7 Bureau | November 05, 2018 IST

ଲକ୍ଷ୍ମୀପୁର ୫|୧୧: ବାଘୁଣୀ ଆକ୍ରମଣରେ ଜଣେ ଲୋକ ପ୍ରାଣ ହରାଇବା ପରେ ବାଘୁଣୀକୁ ମାରିଦେଲେ ଉତ୍ୟକ୍ତ ଲୋକେ । ଉତ୍ତପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ ଏହି ଘଟଣା ଘଟିଛି । ବାଘୁଣୀକୁ ଲୋକେ ପିଟିପିଟି ମାରି ଦେଇଛନ୍ତି । ମହାରାଷ୍ଟ୍ରରେ ବାଘୁଣୀ  ଅବନୀ ୧୩ ଜଣ ଲୋକଙ୍କୁ ମାରିବା ପରେ ଏହାକୁ ବନ ବିଭାଗ କର୍ମଚାରୀ ଗୁଳି ମାରିବା ଏବଂ ଓଡ଼ିଶାରେ ସୁନ୍ଦରୀ ବାଘକୁ ନେଇ ଆତଙ୍କ ଜାରି ରହିଥିବା ବେଳେ ଏବେ ଉତ୍ତରପ୍ରଦେଶରେ ଏହି ନୂଆ ଘଟଣା ସାମ୍ନାକୁ ଆସିଛି । ଲକ୍ଷ୍ମୀପୁର ଖେରୀର ଦୁଧୱା ବ୍ୟାଘ୍ର ଅଭୟାରଣ୍ୟରେ ଏହି ବାଘୁଣୀ ଜଣେ ଲୋକଙ୍କୁ ଆକ୍ରମଣ କରିଥିଲା ।  ପରେ ଆକ୍ରମଣର ଶିକାର ବ୍ୟକ୍ତିଙ୍କ ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ବନ କର୍ମଚାରୀଙ୍କ ଠାରୁ ଟ୍ରାକ୍ଟର ଛଡ଼ାଇ ନେବା ସହିତ ବାଘୁଣୀକୁ ଟ୍ରାକ୍ଟର ମଡ଼ାଇ ହତ୍ୟା କରିଛନ୍ତି ଗାଁ ଲୋକେ । ଗତ ୨ ସପ୍ତାହ ହେଲା ଏହି ବାଘୁଣୀ ସେହି ଅଞ୍ଚଳରେ ଆତଙ୍କରାଜ ଚଳାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.