Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ପୁଅ ନହେବାରୁ ସ୍ୱାମୀ ସାଜିଲା ସୈତାନ : ୨ ଝିଅ ସହ ମାଆକୁ କୂଅକୁ ପେଲିଦେଲା ନୃଶଂସ ବାପା

7/06/2021 at 9:13 AM

ମଧ୍ୟପ୍ରଦେଶ ୭/୬ : ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରୁ ନଜର ଆସିଛି ଅତ୍ୟନ୍ତ ଯନ୍ତ୍ରଣାଦାୟକ ଘଟଣା । ପୁଅ ନ ହେବାରୁ ସ୍ୱାମୀ ସାଜିଥିଲା ନୃଶଂସ । ୪୨ ବର୍ଷ ବୟସ୍କ ବ୍ୟକ୍ତି ନିଜର ପୁଅ ନହେବରୁ କ୍ରୋଧାନ୍ୱିତ ହୋଇ ତାଙ୍କ ପତ୍ନୀ ଏବଂ ଦୁଇ ଝିଅକୁ କୂଅ ଭିତରକୁ ଠେଲି ଦେଇଥିଲେ । ଏଥିରେ ଜଣେ ଆଠ ବର୍ଷର ଝିଅର ମୃତ୍ୟୁ ହୋଇଥିବାବେଳେ ମହିଳାଙ୍କ ପାଟି ଶୁଣି ଗ୍ରାମବାସୀ ତାଙ୍କୁ ଏବଂ ଅନ୍ୟ ପିଲାକୁ ଉଦ୍ଧାର କରିଛନ୍ତି ।

ଛତ୍ରପୁର ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା ଚାନ୍ଦ ପୋଲିସ ଷ୍ଟେସନ ଅଧୀନରେ ଘଟିଛି ଏଭଳି ଘଟଣା । ଚାନ୍ଦ ପୋଲିସ ଷ୍ଟେସନର ତଦନ୍ତକାରୀ ଅଧିକାରୀ ସବ୍-ଇନ୍ସପେକ୍ଟର ରାଜେନ୍ଦ୍ର ସିଂ ଗଣମାଧ୍ୟମକୁ କହିଛନ୍ତି ଯେ ମୃତ ଝିଅର ମାଆ ବିଟି ବାଇ ଯାଦବ ପୋଲିସକୁ ଏକ କହିଛନ୍ତି ଯେ ତିନିମାସ ତଳେ ତାଙ୍କପ ଝିଅ ହେବାରୁ ସ୍ୱାମୀ ରାଜା ଭାୟା ଯାଦବ ତାଙ୍କୁ ନିର୍ଯାତନା ଦେବା ସହ ମାରପିଟ୍ କରୁଥିଲେ । ଏଥିପାଇଁ ସେ ନିଜ ଝିଅମାନଙ୍କୁ ନେଇ ବାପଘରକୁ ଚାଲିଯାଇଥିଲେ ।

ତେବେ ଶନିବାର ଦିନ ଦିନ ଅଭିଯୁକ୍ତ ସ୍ୱାମୀ ରାଜା ତାଙ୍କ ପତ୍ନୀ ଏବଂ ୨ ଝିଅକୁ ମୋଟର ସାଇକେଲ ଯୋଗେ ଘରକୁ ଫେରାଇ ଆଣିଥିଲେ । ତେବେ ରାସ୍ତାରେ ଆଣିବା ସମୟରେ ସେ ମାଆ ଓ ଝିଅଙ୍କୁ ବହୁତ ଗାଳି ମନ୍ଦ କରିଥିଲେ । ଏହା ପରେ ଯୁକ୍ତିତର୍କ ହେବାରୁ ରାଗିଯାଇ ଗାଁ ଠାରୁ ୩,୪ କିଲୋମିଟର ଦୂର କ୍ଷେତକୁ ମୋଟର ସାଇକେଲ ନେଇ ସେଠାରେ ଅଟାକାଇଥିଲେ । ନିକଟରେ ଥିବା କୂଅକୁ ମାଆ ଓ ଝିଅଙ୍କୁ ପେଲିଦେଇଥିଲେ ।

ଏହି ଘଟଣାରେ ତାଙ୍କର ଆଠ ବର୍ଷର ଝିଅର ମୃତ୍ୟୁ ହୋଇଥିବାବେଳେ ମହିଳା ଜଣକ କୌଣସି ପ୍ରକାରେ ଦ୍ୱିତୀୟ ସନ୍ତାନକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । କେବଳ ସେତିକି ନୁହେଁ ଯେତେବେଳେ ସେ କୂଅରୁ ବାହାରକୁ ଆସିବାକୁ ଚେଷ୍ଟା କରୁଥିଲେ, ଅଭିଯୁକ୍ତ ତାଙ୍କୁ ପଥରରେ ଆକ୍ରମଣ କରି ମହିଳାଙ୍କ ମୁଣ୍ଡରେ ଆଘାତ ଦେଇଥିଲା । ତେବେ ମହିଳାଙ୍କ ପାଟି ଶୁଣି ବିଲରେ କାମ କରୁଥିବା ମହିଳା ଗ୍ରାମବାସୀଙ୍କ ସହାୟତାରେ ତାଙ୍କ ଜୀବନ ବଞ୍ଚାଇଥିଲେ । ବର୍ତ୍ତମା ଅଭିଯୁକ୍ତ ସ୍ୱାମୀ ବିରୋଧରେ ହତ୍ୟା ଏବଂ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି । ରାଜା ଏବେ ଫେରାରା ଅଛି, ତାକୁ ଧରିବାକୁ ଉଦ୍ୟମ ଚାଲିଛି ବୋଲି ପୋଲିସ କହିଛି ।

   Related Posts