Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ମନା କଲେ ଝିଅର ଆଉ ପିଛା କରନି, ନଶୁଣିବାରୁ ଲୁହା ପାଇପ୍‌ରେ ପିଟି ପିଟି ଯୁବକଙ୍କୁ ମାରି ଦେଲେ ବାପା

16/06/2021 at 6:07 PM

ଚେନ୍ନାଇ ୧୬।୦୬: ମନା କଲେ ଝିଅର ପିଛା କରନି। ଝିଅକୁ ହଇରାଣ କରେନି। ତଥାପି ଶୁଣିବାକୁ ନାରାଜ ଥିଲେ ଯୁବକ। ଝିଅର ଅନିଚ୍ଛା ସତ୍ଵେ ପୁଣି  ପିଛା କରି ହଇରାଣ କରିଥିଲେ। ଏଥିରେ ଉତ୍ତକ୍ଷୀପ୍ତ ହୋଇ ବାପା ଶେଷରେ ଯୁବକଙ୍କୁ  ହତ୍ୟା କରିବାକୁ ପଛେଇ ନାହାନ୍ତି। ଏହି ଘଟଣା ଘଟିଛି ତାମିଲନାଡୁରୁ ଚେଙ୍ଗଲପେଟରେ।

ତାମିଲନାଡୁର ଜଣେ ନିର୍ମାଣ ଶ୍ରମିକ ନିଜ ଝିଅକୁ ପିଛା କରୁଥିବା ଜଣେ ୨୨ ବର୍ଷୀୟ ଯୁବକଙ୍କ ହତ୍ୟା କରିଛନ୍ତି। ଏହି ଘଟଣା ଜୁନ ୧୫ରେ ଚେଙ୍ଗଲପେଟରେ ଘଟିଛି। ମୃତକ ଯୁବକଙ୍କ ନାମ ରାଜେଶ ବୋଲି ଜଣା ପଡିଛି। ଯୁବକଙ୍କୁ ହତ୍ୟା କରି ଫେରାର ମାରିବା  ବେଳେ ଅଭିଯୁକ୍ତ ବାପା ଦିଲ୍ଲୀଙ୍କୁ ସ୍ଥାନୀୟ ଲୋକେ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ପୋଲିସ ଅଭିଯୁକ୍ତ ବାପା ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ପୋଲିସ ସୂଚନା ଅନୁଯାୟୀ, ରାଜେଶ ନିତିଦିନ ଦିଲ୍ଲୀଙ୍କ ୧୬ ବର୍ଷୀୟ ଝିଅଙ୍କ ପିଛା କରୁଥିଲା ଏବଂ ହଇରାଣ ହରକତ କରୁଥିଲା। ଏଥିରେ ବ୍ୟତିବ୍ୟସ୍ତ ହୋଇ ଝିଅଟି ବାପାଙ୍କଠାରେ ଅଭିଯୋଗ କରିଥିଲା। ଏହା ପରେ ବାପା ଦିଲ୍ଲୀ ଝିଅକୁ ଆଉ ହଇରାଣ ନକରିବାକୁ ରାଜେଶଙ୍କୁ ଚେତାବନୀ ଦେଇଥିଲେ। ହେଲେ ରାଜେଶ କିଛି ଶୁଣିନଥିଲା ଏବଂ ପୂର୍ବପରି ଯୁବତୀଙ୍କ ପିଛା କରିବାରେ ଲାଗିଥିଲା।

ତେବେ ଜୁନ ୧୫ ତାରିଖ ଯେବେ ନାବାଳିକା ସଉଦା ଦୋକାନରୁ ଘରକୁ ଫେରୁଥିଲେ, ରାଜେଶ ବାଟରେ ଅଟକାଇ ପ୍ରେମ ନିବେଦନ କରିଥିଲା। ହେଲେ ଝିଅଟି ମନା କରିବାରୁ ରାଜେଶ ଦୁର୍ବ୍ୟବହାର କରିଥିଲା। ବାପା ଦିଲ୍ଲୀ କାମ ସାରି ଘରକୁ ଫେରିବା ପରେ ଝିଅକୁ ଦୁଃଖ ଏବଂ ବିଷାଦରେ ଦେଖିବାକୁ ପାଇଥିଲେ। ନିଜ  ଝିଅ ମୁହଁରୁ ଘଟଣା ବିଷୟରେ ଶୁଣି ସେ  ରାଗରେ ଜର୍ଜରିତ  ହୋଇ ଉଠିଥିଲେ। ହାତରେ ଲୁହା ପାଇପ୍ ଧରି ରାଜେଶକୁ ଖୋଜିବାକୁ ଲାଗିଲେ। ସାମ୍ନାରେ ରାଜେଶକୁ ଦେଖିବା ପରେ ନିର୍ମମ ଭାବେ ଲୁହା ପାଇପ୍‌ରେ ପିଟିବା ଆରମ୍ଭ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ରାଜେଶ ଟଳି ପଡିଥିଲା।

ଘଟଣାସ୍ଥଳରେ କିଛି ଲୋକ ରାଜେଶଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ। ରାଜେଶକୁ  ମାରିବା ପରେ ଦିଲ୍ଲୀ ଘଟଣାସ୍ଥଳରୁ ଦୌଡି ଖସି ପଳାଇବାକୁ ଚେଷ୍ଟା କରିଥିଲେ। ହେଲେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ପୋଲିସ ଜିମାରେ ଦେଇଥିଲେ। ରାଜେଶଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  

   Related Posts