ପ୍ରେମ ପାଇଁ: ପରିବାରଲୋକେ ଝିଅକୁ ପିଟି ପିଟି ମାରି ତରବରିଆଭାବେ ପୋଡ଼ିଦେଲେ ଶବ

Published By : Prameya-News7 Bureau | December 09, 2018 IST

ଝାଡ଼ଖଣ୍ଡ ୯/୧୨: ପୁଣି ଥରେ ଏକ ଅନର କିଲିଂର ମାମଲା ପଦାକୁ ଆସିଛି।ଏହି ଘଟଣାରେ ଜଣେ ୨୦ବର୍ଷ ବୟସ୍କା ଯୁବତୀକୁ ବାପା ମାଆ ପିଟି ପିଟି ଦରମରା କରିଦେଇଛନ୍ତି। ଏହା ପରେମନ ଶାନ୍ତି ନ ହେବାରୁ ଏକ ତକିଆ ସାହାଯ୍ୟରେ ମୁହଁ ବନ୍ଦ କରି ହତ୍ୟା କରିଛନ୍ତି। ଯୁବତୀଙ୍କ ମୃତ୍ୟୁଘଟିବା ପରେ ବିଳମ୍ବିତ ରାତିରେ ତୁରନ୍ତ ଶବକୁ ଘରଠାରୁ କିଛି ଦୂରକୁ ନେଇଯାଇ ପୋଡ଼ିଦେଇଥିଲେ।

ସକାଳ ହେବାରୁ ଲୋକମାନେ ଏହି ଖବର ବିଷୟରେ ଜାଣିଯାଇଥିଲେ। କିନ୍ତୁପରିବାରଲୋକେ ଏହା କହି ଗ୍ରାମବାସୀଙ୍କୁ ଚୁପ୍ କରାଇଥିଲେ ଯେ ତାଙ୍କ ଝିଅ ରାଗିଯାଇ କୂଅରେ ଡେଇଁପଡ଼ିଥିଲା ଏବଂ ତାର ମୃତ୍ୟୁ ଘଟିଥିଲା। କିନ୍ତୁ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଅବଗତ ଥିଲେ ।ତଥାପି ସେମାନେ ଚୁପ୍ ରହିଥିଲେ।

ସୂଚନା ପାଇ ପୋଲିସ୍ ଆସି ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଚଳାଇଥିଲା।ସୂଚନାଯୋଗ୍ୟ ଯେ, ଆରକେ ମହିଳା କଲେଜରେ ପିଜି ପ୍ରଥମ ବର୍ଷରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ହିତେନ୍ଦ୍ରକୁମାର ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଏହି କଥା ଛାତ୍ରୀଟିର ବାପା ମାଆ ସହ ଅନ୍ୟଲୋକମାନେ ମଧ୍ୟ ଜାଣିସାରିଥିଲେ। ଘର ଲୋକେ ଯୁବକକୁ  ଭୁଲିଯିବାକୁ ତାକୁ ବାରମ୍ବାର କହୁଥିଲେ କିନ୍ତୁ ସେ ରାଜିହେଉନଥିଲା।

ଯୁବତୀଟି କଲେଜରେ ନିଜ ସାଙ୍ଗମାନଙ୍କୁ ମଧ୍ୟ ତା ବାପା ମାଆଙ୍କ ଅତ୍ୟାଚାରବିଷୟରେ କହୁଥିଲା। ଗତ ମଙ୍ଗଳବାର ଯୁବତୀ ନିଜ ପ୍ରେମିକ ସହ ରାତିରେ ମୋବାଇଲରେ ଚାଟିଂ କରୁଥିଲା।ସୁଯୋଗ ପାଇ ମାଆ ବାପା ଯୁବତୀଟିକୁ ପିଟିବା ଆରମ୍ଭ କରିଦେଇଥିଲେ। ସକାଳ ହେବା ପୂର୍ବରୁ ଯୁବତୀରମୃତ୍ୟୁ ପରେ ଶବକୁ ପୋଡ଼ିଦେଇଥିଲେ।

    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.