ପ୍ରତ୍ୟାଖ୍ୟାନର ସମ୍ମୁଖୀନ ହୋଇ ସାରିଛନ୍ତି ଏହି ଅଭିନେତ୍ରୀ : ‘ସୁନ୍ଦର ନୁହେଁ’ ବୋଲି କହି ଫିଲ୍ମରୁ ବାହାର କରିଥିଲେ ନିର୍ଦ୍ଦେଶକ

Published By : Prameya-News7 Bureau | March 12, 2020 IST

ମୁମ୍ବାଇ ୧୨/୩: ବଲିଉଡର ପ୍ରଖ୍ୟାତ ଅଭିନେତା ଇରଫାନ୍ ଖାନ୍ ଅଭିନୀତ ‘ଅଙ୍ଗେଜୀ ମିଡିୟମ୍’ ଫିଲ୍ମ ମାର୍ଚ ୧୩ତାରିଖ ଅର୍ଥାତ୍ ଆସନ୍ତା କାଲି ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ରାଧିକା,ଇରଫାନଙ୍କ ଝିଅ ଭୂମିକାରେ ଅଭିନୟ କରିଛନ୍ତି। ରାଧିକା ଛୋଟ ପରଦାରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ବଲିଉଡରେ ପାଦ ଥାପିଥିଲେ।

{"id":237192,"sizeSlug":"large"}

‘ଅଙ୍ଗେଜୀ ମିଡିୟମ୍’ ପୂର୍ବରୁ ରାଧିକା ‘ପଟାଖା’ ଫିଲ୍ମରେ କାମ କରିଥିଲେ। ଏଥିରେ ତାଙ୍କ ଅଭିନୟ ସମସ୍ତଙ୍କୁ ପସନ୍ଦ ଆସିଥିଲା। କିନ୍ତୁ ରାଧିକାଙ୍କ ଫିଲ୍ମ ଲାଇନକୁ ଆସିବା ଏତେ ସହଜ ନଥିଲା। ରାଧିକା ନିକଟରେ କହିଛନ୍ତି ଯେ ତାଙ୍କୁ ଥରେ ରିଜେକ୍ଟ କରି ଦିଆଯାଇଥିଲା ଏବଂ ଏହାର କାରଣ ଥିଲା ସେ ଏତେ ସୁନ୍ଦର ନୁହେଁ।

{"id":237194,"sizeSlug":"large"}

ଏକ ସାକ୍ଷାତକାରରେ ରାଧିକା କହିଥିଲେ , ସେ ସୁନ୍ଦର ନଥିବା କଥା କହି ଜଣେ ଡାଇରେକ୍ଟର ତାଙ୍କୁ ରିଜେକ୍ଟ କରି ଦେଇଥିଲେ। ସେ କହିଥିଲେ ଯେ ତାଙ୍କୁ କାଷ୍ଟିଂ ପାଇଁ ଡକାଯାଇଥିଲା ଏବଂ କୁହାଯାଇଥିଲା ସେ ଏତେ ସୁନ୍ଦର ନୁହଁନ୍ତି। ନିର୍ଦେଶକଙ୍କୁ ତାଙ୍କ ଅଭିନୟ ଖୁବ୍ ପସନ୍ଦ ଆସିଥିଲା  କିନ୍ତୁ ତାଙ୍କୁ ଅଧିକ ସୁନ୍ଦର ହେବାର ଆବଶ୍ୟକ ଥିଲା। ତାହା ବଡ଼ ପ୍ରଡକ୍ସନ ହାଉସ୍ ଥିଲା। ସବୁକିଛି ଠିକ୍ ଚାଲିଥିଲା,କିନ୍ତୁ ସବୁ କିଛି ଠିକ୍ ହେଉ ହେଉ ରହିଯାଇଥିଲା।

{"id":237196,"sizeSlug":"large"}

ଏହା ବ୍ୟତୀତ ଇଣ୍ଡଷ୍ଟ୍ରି​ରେ ନେପୋଟିଜ୍ମକୁ ନେଇ ମଧ୍ୟ ରାଧିକା କହିଥିଲେ। ସେ କହିଥିଲେ ଯେ, ‘ ସେ ମଧ୍ୟ ନେପୋଟିଜମର ଶିକାର ହୋଇଥିଲେ।

{"id":237198,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.