କ୍ରୋଧ ମାନସିକ ଓ ଶାରୀରିକ ସ୍ତରରେ କ୍ଷତି କରେ : ସିଷ୍ଟର ସାବିତ୍ରୀ

Published By : Prameya-News7 Bureau | November 21, 2018 IST

ଭୁବନେଶ୍ୱର ୨୧/୧୧ : କ୍ରୋଧ କୋ÷ଣସି ସମସ୍ୟାର ସମାଧାନ କରେ ନାହିଁ କିମ୍ବା ଏଥିରେ କିଛି ସୃଜନାତ୍ମକ ବିଷୟ ନଥାଏ । ବରଂ ଏହା ସବୁକିଛି ନଷ୍ଟ କରିଦିଏ । ତେଣୁ ମନରେ ଆସୁଥିବା କ୍ରୋଧକୁ ନିୟନ୍ତ୍ରଣ କରିବା ସହ ଠିକ୍ ଭାବରେ ବ୍ୟବହାର କଲେ ସୁସମ୍ପର୍କ ଗଢ଼ିଉଠିଥାଏ ବୋଲି କହିଛନ୍ତି ମାଉଂଟଆବୁ ସ୍ଥିତ ବ୍ରହ୍ମକୁମାରୀ ମୁଖ୍ୟ କାର୍ଯ୍ୟାଳୟର ଆଇଟି ବିଭାଗ ଫାକଲ୍ଟି ସିଷ୍ଟର ସାବିତ୍ରୀ । କ୍ରୋଧ ମଣିଷର ମାନସିକ ଏବଂ ଶାରୀରିକ କ୍ଷତି ଘଟାଇଥାଏ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ କ୍ରୋଧର ପ୍ରଭାବ ପଡ଼ିଥାଏ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜ୍ମେଂଟ ପକ୍ଷରୁ ଆୟୋଜିତ “କ୍ରୋଧ ସମ୍ବରଣ” ଶୀର୍ଷକ କର୍ମଶାଳାରେ କହିଛନ୍ତି ସିଷ୍ଟର ସାବିତ୍ରୀ । ନିଜ କ୍ରୋଧକୁ ନିୟନ୍ତ୍ରଣ କରିପାରିଲେ ମନୁଷ୍ୟ ଲକ୍ଷ୍ୟସ୍ଥଳରେ ପହଂଚିପାରିବ ଏବଂ ଏକ ସୁସ୍ଥ ଓ ଖୁସିଦାୟକ ଜୀବନ ବିତାଇହେବ । ଆମେ ଯଦି ନିଜ ରାଗକୁ ପ୍ରଶମିତ କରିପାରିବା ତେବେ ଭଗବତ ଆଶୀର୍ବାଦ ପ୍ରାପ୍ତି ହେବ ବୋଲି ସେ କହିଛନ୍ତି । ଅନ୍ୟ ବିଷୟରେ ଚିନ୍ତା କରିବା ସହ ନିଜକୁ ଚିନ୍ତାମୁକ୍ତ କରିପାରିଲେ କ୍ରୋଧ ଆସିବ ନାହିଁ ବୋଲି ସେ କହିଛନ୍ତି । ଏହି ଅବସରରେ ଏସ୍ଏଚ୍ଏମ୍ର ଡିନ୍ ଓ ଆଡଭାଇଜର ପ୍ରଫେସର ଶିତିକଣ୍ଠ ମିଶ୍ର କହିଥିଲେ ଯେ ବର୍ତମାନର ଯୁବପିଢ଼ି ନିଜ କ୍ରୋଧକୁ ସମ୍ବରଣ ନ କରିପାରିବା ଦ୍ୱାରା ପରିସ୍ଥିତି ବିଗିଡି ଯାଉଛି । ଅନୁଷ୍ଠାନର ପିଏଚ୍ଡି ସ୍କଲାର୍ ଶ୍ରୀମତି ସ୍ତୁତି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.