Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଫିଲ୍ମ ପ୍ରମୋସନ୍‌ ବେଳେ ଭାରତ ପ୍ରତି ସମବେଦନା ଜଣାଇଲେ ଏଞ୍ଜେଲିନା ଜୋଲି, ସମ୍ମୁଖ ଯୋଦ୍ଧାଙ୍କୁ ନେଇ ଏମିତି କହିଲେ

11/06/2021 at 5:34 PM

ମୁମ୍ବାଇ ୧୧/୬: ଭାରତରେ କରୋନାର ଦ୍ବିତୀୟ ଲହର ପ୍ରକୋପ ଧିରେ ଧରେ କମୁଛି। ଦୈନିକ ସଂକ୍ରମଣରେ ବ୍ରେକ୍‌ ଲାଗୁଥିବା ଦେଖିବାକୁ ମିଳିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଦେଶ କରୋନା ଭାଇରସ୍‌ ବିରୋଧରେ ଲଢ଼େଇ କରି ବିଜୟୀ ହେବାକୁ ସବୁ ପ୍ରକାର  ପ୍ରଚେଷ୍ଟା ଜାରି ରଖିଛି। ଏଭଳି ସମୟରେ ବିଦେଶରୁ ମଧ୍ୟ ସହାୟତା ମିଳୁଛି। ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଭାରତକୁ ସମବେଦନା ଜଣାଉଛନ୍ତି। ଏହାରି ଭିତରେ ହଲିଉଡ ଅଭିନେତ୍ରୀ ଏଞ୍ଜେଲିନା ଜୋଲି ଭାରତର ସମ୍ମୁଖ କରୋନା ଯୋଦ୍ଧାଙ୍କ ପାଇଁ କିଛି ଶବ୍ଦ ସେୟାର କରିଛନ୍ତି।

ଭାରତର ବର୍ତ୍ତମାନ ସ୍ଥିତି ହୃଦୟ ବିଦାରକ ବୋଲି କହିବା ସହ ଭାରତର ଏହି ଦୁଃଖ ସମୟରେ ଏକଜୁଟ୍‌ ହୋଇ ଛିଡ଼ା ହୋଇଛୁ ବୋଲି କହିଛନ୍ତି। ନିଜର ଅପକମିଂ ଫିଲ୍ମ ‘ଦୋଜ୍‌ ହୁ ଓ୍ବିସ୍‌ ମି ଡେଡ୍‌’ର ପ୍ରମୋସନ ଅବସରରେ ଭାରତ ପାଇଁ କିଛି କହିବାକୁ ଏଞ୍ଜେଲିନା ଜୋଲିଙ୍କୁ କୁହାଯାଇଥିଲା। ଏହି ଫିଲ୍ମରେ ଏଞ୍ଜେଲିନା ଜଣେ ଫାୟାର ଫାଇଟର ଭୂମିକାରେ ନଜର ଆସିବେ। ଏକ ଓ୍ବେବ୍‌ ପୋର୍ଟାଲ ଅନୁସାରେ ଜୋଲି କହିଛନ୍ତି, ଭାରତର ଏଭଳି ସ୍ଥିତିରେ କିଛି କହିବା ପାଇଁ ଶବ୍ଦ ନାହିଁ । ଏହା ସହ କରୋନାରେ ନିଜର ଲୋକଙ୍କୁ ହରାଇଥିବା ଏବଂ ନିଜେ କରୋନାରେ ଆକ୍ରାନ୍ତ ହୋଥିବା ବ୍ୟକ୍ତିଙ୍କୁ ସମବେଦନା ଜଣାଇଛନ୍ତି ଏଞ୍ଜେଲିନା ଜୋଲି ।

ଫିଲ୍ମରେ ନିଜର ଭୂମିକାକୁ ନେଇ ସେ କହିଛନ୍ତି, କରୋନା ସମୟରେ ସମସ୍ତ ଫ୍ରଣ୍ଟଲାଇନ୍‌ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶଂସା କରୁଛି ଯେଉଁମାନେ ଲୋକଙ୍କୁ ସେବା କରିବାକୁ ଯାଇ ନିଜର ଜୀବନକୁ ବାଜି ଲଗାଇଦେଉଛନ୍ତି। ଲୋକଙ୍କ ପାଇଁ ସେବା କରିବାକୁ ସୁଯୋଗ ମିଳୁଥିବା ଚାକିରୀ ସବୁଠୁ ଭଲ ଚାକିରୀ ବୋଲି ଏଞ୍ଜେଲିନା ଜୋଲି କହିଛନ୍ତି। ଏଞ୍ଜେଲିନା ଜୋଲିଙ୍କ ଏହି ଫିଲ୍ମ ୪ ନଭେମ୍ବର ୨୦୨୧ରେ ଆମେରିକାରେ ରିଲିଜ ହେବ।

   Related Posts