Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଶରୀରରେ ମହୁମାଛି ଚଢାଇ ଫଟୋସୁଟ୍ କଲେ ହଲିଉଡ୍ ଅଭିନେତ୍ରୀ ଆଞ୍ଜେଲିନା ଜୋଲି, ସ୍ଥିର ହୋଇ ଛିଡା ହେଲେ ୧୮ ମିନିଟ୍

23/05/2021 at 6:17 PM

ନୂଆଦିଲ୍ଲୀ ୨୩/୦୫: ହଲିଉଡ ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ବୋଲ୍ଡନେସ୍ ଏବଂ ସୌନ୍ଦର୍ଯ୍ୟ ପାଇଁ ସମସ୍ତେ ପାଗଳ । ବିଶେଷକରି ଝିଅମାନେ ତାଙ୍କ ପରି ସୁନ୍ଦର ଦେଖାଯିବା ପାଇଁ କସମେଟିକ୍ ସର୍ଜରୀ ପର୍ଯ୍ୟନ୍ତ କରିଥାନ୍ତି । ଆଞ୍ଜେଲିନାଙ୍କ ଫଟୋ ସୋସିଆଲ ମିଡିଆରେ ଆସିବା ମାତ୍ରେ ଭାଇରାଲ ହୋଇଯାଏ । ଆଜିକାଲି ଅଭିନେତ୍ରୀ ତାଙ୍କର ଏକ ବିଶେଷ ଫଟୋସୁଟ ପାଇଁ ଚର୍ଚ୍ଚାରେ ରହିଛନ୍ତି। ସେ ମହୁମାଛି ସହିତ ଫଟୋସୁଟ୍ କରିଛନ୍ତି ଯାହା ଭାଇରାଲ୍ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

PunjabKesari

ବାସ୍ତବରେ, ଆଞ୍ଜେଲିନା ଜୋଲି ବିଶ୍ୱ ମହୁମାଛି ଦିବସରେ ଏକ ଫଟୋସୁଟ୍ କରିଥିଲେ । ଯେଉଁ ଫଟୋ ନ୍ୟାସନାଲ୍ ଜିଓଗ୍ରାଫିକ୍ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛି । ଏହି ଫଟୋଗୁଡ଼ିକରେ ଆଞ୍ଜେଲିନାଙ୍କ ଶରୀରରେ ମହୁମାଛି ଚଢିଥିବାର ଦେଖାଯାଇଛି । ଯାହା ତାଙ୍କ କାନ୍ଧ ଏବଂ ମୁହଁରେ ଚାଲୁଥିବାର ଦେଖାଯାଇଛି ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ମହୁମାଛିମାନେ ଆଞ୍ଜେଲିନାଙ୍କ ଶରୀର ଉପରେ ୧୮ ମିନିଟ୍ ପର୍ଯ୍ୟନ୍ତ ଅଟକି ରହିଥିଲେ । ଏହି ସମୟରେ ଅଭିନେତ୍ରୀ ସ୍ଥିର ରହି ମୁଣ୍ଡ ଉପରକୁ ଓ ତଳକୁ କରୁଥିବା ଦେଖାଯାଇଛି । ମହୁମାଛି ପାଳକ ଏବଂ ଫଟୋଗ୍ରାଫରମାନେ କହିଛନ୍ତି ଯେ ମହୁମାଛିଙ୍କୁ ଶାନ୍ତ କରିବା ଏବଂ ଆଞ୍ଜେଲିନାଙ୍କ ଶରୀରରକୁ ନକାମୁଡିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହି ସୁଟ୍ ଅତି ସାବଧାନର ସହିତ ସମାପ୍ତ ହୋଇଥିଲା ।

   Related Posts