Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

କିରୋସିନି ଢାଳି ଅଙ୍ଗନଓ୍ଵାଡି କର୍ମୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି

15/06/2021 at 7:58 PM

ଢେଙ୍କାନାଳ ୧୫।୦୬ : ଦେହରେ କିରୋସିନି ଢାଳି ନିଆଁ ଲଗାଇ ଅଙ୍ଗନଓ୍ଵାଡି କର୍ମୀଙ୍କ ଆତ୍ମହତ୍ୟା ଉଦ୍ୟମ। ତେବେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଗ୍ରାମବାସୀ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ନିଆଁରେ ତାଙ୍କ ଶରୀରର ପ୍ରାୟ ଶତକଡା  ୮୦ ପ୍ରତିଶତ ପୋଡି ଯାଇଥବା ଜଣାପଡିଛି।

ଗୁରୁତର ଅଙ୍ଗନଓ୍ଵାଡି କର୍ମୀ ଜଣଙ୍କ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ଗ୍ରାମର ଅସନପାଟିଆ ସ୍ଥିତ ଅଙ୍ଗନଓ୍ଵାଡି-୧ର କର୍ମୀ ସମିତା ମିଶ୍ର। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଢେଙ୍କାନାଳ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ତାଙ୍କ ଆତ୍ମହତ୍ୟା ଉଦ୍ୟମର ସଠିକ କାରଣ ଜଣା ନପଡ଼ିଥିଲେ ମଧ୍ୟ ସମିତା ଓ ତାଙ୍କ ଝିଅ ମଧ୍ୟରେ କଳହ ଏକ କାରଣ ବୋଲି ଆନୁମାନ କରାଯାଇଛି ।

ସୂଚନା ମୁତାବକ, ଏହି ଅଙ୍ଗନଓ୍ଵାଡି କର୍ମୀ ସମିତା ସେହି ଅଙ୍ଗନଓ୍ବାଡି କେନ୍ଦ୍ର ନିକଟରେ ଦୀର୍ଘବର୍ଷ ହେବ ଝିଅ ସହ ଏକାକି ରହି ଆସୁଥିଲେ। ବିଭିନ୍ନ ସମୟର  ମା ଓ ଝିଅ  ମଧ୍ୟରେ କଳହ ଲାଗିରହୁଥିଲାl  ଆଜି  ଅପରାହ୍ନରେ ସମିତା କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ତାଙ୍କ ଝିଅ ଗ୍ରାମବାସୀଙ୍କୁ ଡାକି ମାଙ୍କୁ ଉଦ୍ଧାର କରିଥିଲେ।ତାଙ୍କୁ ପ୍ରଥମେ ଜିରାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।  ଖବର ପାଇ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

   Related Posts