Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

ବୈପାରୀଗୁଡା ସିଡିପିଓଙ୍କ ବିରୋଧରେ ପିସି ମାଗିବା ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ

2/07/2019 at 4:55 PM

ଜୟପୁର ୨|୭: ଲାଞ୍ଚୁଆ ସିଡିପିଓଙ୍କ ବିରୋଧରେ ବଢୁଛି ଅସନ୍ତୋଷ । ବୈପାରୀଗୁଡା ସିଡିପିଓ ସୁରମା ମହାପାତ୍ରଙ୍କୁ ହଟାଇବା ଦାବିରେ ଏକାଠି ହେଲେ କୋରାପୁଟ ଜିଲ୍ଲାର ସମସ୍ତ ଅଙ୍ଗନବାଡୀ କର୍ମୀ ଓ ସୁପରଭାଇଜର । ପ୍ରତ୍ୟେକ କାମରେ ସିଡିପିଓ ପିସି ମାଗୁଛନ୍ତି । ଆଉ ନଦେଲେ ନାନା ହଇରାଣ କରୁଥିବା ଅଭିଯୋଗ ହୋଇଛି ।ଏପରିକି ନିର୍ଯ୍ୟାତନା ସହି ନପାରି ଜଣେ ସୁପରଭାଇଜର ଅସୁସ୍ଥ ହୋଇପଡ଼ିଛନ୍ତି । ସିଡିପିଓଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିବା ପରେ ଏହାର  ତଦନ୍ତ ନିର୍ଦେଶ ଦେଇଛନ୍ତି ଜିଲ୍ଲା ସମାଜ ମଂଗଳ ଅଧିକାରୀ ।

ଦିନ ଗଡ଼ୁଛି, ଅସନ୍ତୋଷ ବଢ଼ୁଛି । ବୈପାରୀଗୁଡା ସିଡିପିଓ ସୁରମା ମହାପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଯେତିକି ବିଳମ୍ବ ହେଉଛି, ତାଙ୍କୁ ନେଇ ଅଙ୍ଗନଓ୍ବାଡୀ କର୍ମୀ ଓ ସୁପରଭାଇଜରଙ୍କ ମଧ୍ୟରେ ସେତିକି ଅସନ୍ତୋଷ ବଢିବାରେ ଲାଗିଛି । ଗତ ୧୫ ଦିନ ହେଲା ଜିଲ୍ଲାର ଅଙ୍ଗନଓ୍ବା କର୍ମୀ ସିଡିପିଓଙ୍କୁ ଚାକିରୀରୁ ତୁରନ୍ତ ଚାକିରୀରୁ ବହିଷ୍କାର କରିବାକୁ ଦାବି କରି ଆସୁଛନ୍ତି ।ହେଲେ ତଦନ୍ତ ଆଳରେ ଦିନ ଗଡ଼ାଉଛି ପ୍ରଶାସନ  । ପ୍ରତିବାଦରେ ବୈପାରୀଗୁଡାଠାରେ ଜିଲ୍ଲାର ସମସ୍ତ ଅଙ୍ଗନଓ୍ବାଡୀ କର୍ମୀ ଓ ସୁପରଭାରଜର ଏକାଠି ହୋଇଛନ୍ତି । ହାତ ଗୁଂଜା ନଦେଲେ ମ୍ୟାଡାମ କାମ କରନ୍ତିନି । ମାନସିକ ନିର୍ଯ୍ୟାତନା ଦେବା ସହ ଗାଳି ଗୁଲଜ ବି କରନ୍ତି । ଏପରିକି ୧୫ ଦିନ ତଳେ ଜଣେ ସୁପର ଭାଇଜର ନିର୍ଯ୍ୟାତନ ସହି ନପାରି ଗୁରୁତର ଅସୁସ୍ଥ ହୋଇ ଜୟପୁର ଡାକ୍ତରଖାନାରେ ବି ଭର୍ତ୍ତ ହୋଇଥିଲେ ।ତେଣୁ ଏହି ଲାଂଚୁଆ ସିଡିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଜିଲ୍ଲାର ଅଙ୍ଗନଓ୍ବାଡୀ କର୍ମୀ ଓ ସୁପରଭାଇଜର ବିକ୍ଷୋଭ ଜାରି ରଖିବେ ବୋଲି କହିଛନ୍ତି ।

ସେପଟେ ସିଡିପିଓ ସୁରମା ମହାପାତ୍ର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।ଏହା ତାଙ୍କ ବିରୋଧରେ ଏକ  ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି । କିଛି ଅଂଗନଓ୍ବାଡୀ କର୍ମୀ ଓ ସୁପରଭାଇଜର ତାଙ୍କ ବିରୋଧରେ ମେଳି ବାନ୍ଧିଥିବା ସେ କହିଛନ୍ତି ।ତେବେ ଘଟଣାରେ ତଦନ୍ତ ପରେ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଜିଲ୍ଲା ସମାଜ ମଂଗଳ ଅଧିକାରୀ।

ସିଡିପିଓ ସୁରମା ମହାପାତ୍ରଙ୍କ ନାଁରେ ଏହା ପ୍ରଥମ ଅଭିଯୋଗ ନୁହେଁ । ପୂର୍ବରୁ ବି ତାଙ୍କ ନାଁରେ ୨ ଥର ଅଭିଯୋଗ ଆସିବା ପରେ ସେ ଭିଜିଲାନ୍ସ ହାତରେ ଧରା ପଡି ଚାକିରୀରୁ ନିଲମ୍ବିତ ହୋଇଥିଲେ ।ତେଣୁ ଏହି ଲାଂଚୁଆ ସିଡିପିଓଙ୍କ ବିରୋଧରେ ଏଥରେ କି କାର୍ଯ୍ୟାନୁଷ୍ଠାନ ପ୍ରଶାସନ ନେଉଛି ତାକୁ ହିଁ ଅପେକ୍ଷା।

   Related Posts