Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||
  • ଢେଙ୍କାନାଳ : ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଚଣ୍ଡିଖୋଲ : ବେଆଇନ ଲଘୁଖଣିଜ ପରିବହନ ବେଳେ ଭିଜିଲାନ୍ସ ରେଡ୍‌, ହାଇୱା ଓ ଟ୍ରକ ଜବତ
  • ||

ମନ୍ତ୍ରୀଙ୍କ ବଡ ଘୋଷଣା: ଅଙ୍ଗନୱାଡି କର୍ମୀଙ୍କୁ ମିଳିବ ମୋବାଇଲ୍ ଫୋନ୍‌

24/01/2021 at 4:58 PM

ବ୍ରହ୍ମପୁର୨୪/୧: ବ୍ରହ୍ମପୁରରେ ଅଲ୍ ଓଡିଶା ଅଙ୍ଗନାୱାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟ ଅନୁବନ୍ଧିତ ବିଜୁ ଶ୍ରମିକ ସାମ୍ମୁଖ୍ୟ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଅଙ୍ଗନାୱାଡି କର୍ମୀଙ୍କ ଦରମା ବୃଦ୍ଧି ସହ ଅନ୍ୟାନ୍ୟ ସମାସ୍ୟାର ସମାଧାନ ଦିଗରେ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବକୁ ସମାଲୋଚନା କରିଲେ ଅଲ୍ ଓଡିଶା ଅଙ୍ଗନାୱାଡି କର୍ମଚାରୀ ସଂଘ। ସେପଟେ ସମାସ୍ୟାର ସମାଧାନ ଦିଗରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କର୍ମଚାରୀଙ୍କୁ ମୋବାଇଲ୍ ବଣ୍ଟନ କରାଯିବା ନେଇ ସୂଚନା ଦେଲେ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ।

ବ୍ରହ୍ମପୁରରେ ଅଙ୍ଗନାୱାଡି କର୍ମୀଙ୍କ ସମ୍ମିଳନୀ। ସମାସ୍ୟାର ସମାଧାନ କରିବା ଦିଗରେ ଉଠାଇଲେ ଦାବି କେନ୍ଦ୍ର ସରକାରଙ୍କ ଅବହେଳା ନେଇ ଉଠାଇଲେ ପ୍ରସଙ୍ଗ। ସେପଟେ ସମାସ୍ୟାର ସମାଧାନ ଦିଗରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସାଙ୍ଗକୁ କର୍ମୀଙ୍କୁ ମୋବାଇଲ୍ ପ୍ରଦାନ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ କହିଲେ ବିଭାଗୀୟ ମନ୍ତ୍ରୀ।

ବ୍ରହ୍ମପୁରରେ ଆଜି ଡାଇମଣ୍ଡ୍ ଜୁବୁଲି ଟାଉନ୍ ହଲ୍ ପରିସରରେ ଅଲ୍ ଓଡିଶା ଅଙ୍ଗନାୱାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟ ଅନୁବନ୍ଧିତ ବିଜୁ ଶ୍ରମିକ ସାମ୍ମୁଖ୍ୟ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ରାଜ୍ୟ ସଭାନେତ୍ରୀ ଯୋଗ ଦେଇ ଅଙ୍ଗନାୱାଡି କର୍ମୀଙ୍କ ସମାସ୍ୟା ସଂପର୍କରେ ଆଲୋକପାତ କରିଥିଲେ। ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ କରୁଥିବା ବେଳେ କେନ୍ଦ୍ର ସରକାର ବୈମାତୃତ ମନୋଭାବ ପରିପୋଷଣ କରୁଥିବା ଅଭିଯୋଗ କରିଛନ୍ତି। ମାସିକ ଦରମା ୭୫୦୦ ଟଙ୍କା ମିଳୁଥିବା ବେଳେ ୧୫ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବୀ କରିଛି ସଂଘ। କେନ୍ଦ୍ର ସରକାର ଦରମା ବୃଦ୍ଧି କରନଥିବା ସଂଘ ଅଭିଯୋଗ କରିଛନ୍ତି।

 ସେପଟେ ଗୋଟିଏ ଅଣ୍ଡାର ମୃଲ୍ୟ ୬ଟଙ୍କା ୪୫ ପଇସା ହେଉଥିବା ବେଳେ ସେ ମୂଲ୍ୟ ପ୍ରଦାନ କରାଯାଉନାହିଁ। ନିମ୍ନ ମାନର ଛତୁଆ ସହ ଅନ୍ୟାନ୍ୟ ଖାଦ୍ୟ ପାଇଁ ଅନେକ ସମୟରେ ଫିଲ୍ଡ୍‌ରେ କାର୍ଯ୍ୟ କରୁଥିବା ଅଙ୍ଗନାୱାଡି କର୍ମୀ ଅସୁବିଦାର ସମ୍ମୁଖୀନ ହେଉଛନ୍ତି। ଏସବୁର ସମାସ୍ୟାର  ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସଂଘ ଦାବୀ କରିଛି। ସେପଟେ ଅଙ୍ଗନାୱାଡି କର୍ମୀଙ୍କ ସମାସ୍ୟାର ସମାଧାନ ଦିଗରେ କେନ୍ଦ୍ର ସରକାର ପୁରାପୁରି ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛନ୍ତି ଓଡିଶା ନିର୍ମାଣ ଶ୍ରମିକ ସଂଘ ସଭାପତି ତଥା ରାଜ୍ୟସଭା ସାଂସଦ ସୁବାଷ ସିଂହ। ଏସବୁ ସମାସ୍ୟାର ସମାଧାନ ଦିଗରେ ରାଜ୍ୟ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇ ସମାସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା।

ଅଙ୍ଗନାୱାଡି କର୍ମୀଙ୍କ ସମାସ୍ୟାର ସମାଧାନ ଦିଗରେ ରାଜ୍ୟ ସରକାର ସମସ୍ଥ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ମହିଳାଙ୍କ ବିକାଶ ଦିଗରେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି। ଅଙ୍ଗନାୱାଡି କର୍ମୀଙ୍କ କାର୍ଯ୍ୟଶୈଳୀକୁ ଅଧିକ ମଜବୁତ୍ ଏବଂ ସରକାରୀ ସୂଚନା ଜାଣିବା ପାଇଁ ଅଙ୍ଗନାୱାଡି କର୍ମୀଙ୍କୁ ମୋବାଇଲ୍ ପ୍ରଦାନ କରାଯିବ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି। ଶିଶୁଙ୍କ ଓଜନ ତଦାରଖ କରିବାକୁ ଓଜନ ମାପ ଯନ୍ତ୍ର ମଧ୍ୟ ସମସ୍ଥ କେନ୍ଦ୍ରକୁ ବିତରଣ କରାଯିବ।

ସ୍ବଚ୍ଛ ପାଣି ଯୋଗାଣ ପାଇଁ ସମସ୍ଥ କେନ୍ଦ୍ରରେ ଓଭରାଲ୍ ଟ୍ୟାଙ୍କ୍ ନିର୍ମାଣ କରାଯାଇ ଫିଲଟର୍ ର ବ୍ୟବସ୍ଥା କରାଯିବ ବୋଲି ବିଭାଗୀୟମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ଅଙ୍ଗନାୱାଡି କର୍ମୀ ଖୁସି ବ୍ୟକ୍ତ କରିଚନ୍ତି। ସେପଟେ ଶ୍ରମିକ, ଅଙ୍ଗନାୱାଡି କର୍ମୀ ଓ ମହିଳାଙ୍କୁ ଅଧିକ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। କିନ୍ତୁ କେନ୍ଦ୍ର ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା କହିଛନ୍ତି ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ। ଗୋଟିଏ ପଟେ ସମାସ୍ୟାର ସମାଧାନ ଦିଗରେ ସଂଘର ଦାବୀ ଅନ୍ୟପଟେ ଅଙ୍ଗନାୱାଡି କର୍ମୀଙ୍କ କାର୍ଯ୍ୟଶୈଳୀକୁ ମଜବୁତ୍ କରିବା ପାଇଁ ସରକାରଙ୍କ ନିଆରା ପଦକ୍ଷେପ। ଆଗାମୀ ଦିନରେ ଅଙ୍ଗନାୱାଡି କର୍ମୀଙ୍କ ସମାସ୍ୟାର ସମାଧାନ କିପରି ହୋଇପାରୁଛି ତାକୁ ହିଁ ଅପେକ୍ଷା।

   Related Posts