ଅଙ୍ଗନବାଡି ଦିଦିଙ୍କୁ ଅପହରଣ, ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ଓ ତା' ପରେ ଗଣଦୁଷ୍କର୍ମ

Published By : Prameya-News7 Bureau | September 11, 2018 IST

ଢେଙ୍କାନାଳ ୧୧/୯ : ଅପହରଣ, ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ଓ ତା' ପରେ ପାଶବିକ ଅତ୍ୟାଚାର | ଅଙ୍ଗନବାଡି ଦିଦିଙ୍କୁ ଗଣଦୁଷ୍କର୍ମ ଘଟଣାର ରହସ୍ୟ ଫିଟିବାରେ ଲାଗିଛି | ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୋଲିସ ଏକ କାର ମଧ୍ୟ ଜବତ କରିଛି | ପୀଡିତାଙ୍କ ବୟାନ ରେକର୍ଡ କରି ପୋଲିସ ଅଧିକ ଛାନଭିନ କରୁଛି | ଗତକାଲି ରାତିରେ ଅଙ୍ଗନବାଡି ଦିଦି ଜଣକ ସ୍କୁଟିରେ ଯୋରନ୍ଦାରୁ ଘରକୁ ଫେରୁଥିଲେ | ସନ୍ଧ୍ୟା ପ୍ରାୟ ସାଢେ ୫ଟା ବେଳେ ୩ ଅଭିଯୁକ୍ତ ଏକ କାରରେ ଆସି ସ୍କୁଟିକୁ ପଛରୁ ଧକ୍କା ଦେଇଥିଲେ | ଭାଇଙ୍କୁ ମାରପିଟ କରି ଅଙ୍ଗନବାଡି ଦିଦିଙ୍କୁ ପାଖରେ ଥିବା ଏକ ଫାର୍ମ ହାଉସକୁ ଅପହରଣ କରି ନେଇଯାଇଥିଲେ | ଅପହରଣ ପରେ ଭାଇଙ୍କୁ ଫୋନ କରି ୫ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ଦାବି କରିଥିଲେ ଦୁର୍ବୁର୍ତ୍ତ | ଟଙ୍କା ନଦେଲେ ଭଉଣୀ ଓ ଭିଣୋଇଙ୍କୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ | ଏହା ସହ ଅଙ୍ଗନବାଡି ଦିଦିଙ୍କୁ ୩ ଅଭିଯୁକ୍ତ ଦୁଷ୍କର୍ମ କରିଥିଲେ | ୩ ଅଭିଯୁକ୍ତ ହେଲେ ଅନନ୍ତ ଦାସ, ଗୋବିନ୍ଦ ପ୍ରଧାନ ଓ ଯୋରନ୍ଦାର ଲକ୍ଷ୍ମୀଧର ବିଶ୍ୱାଳ | ପୀଡିତା ଓ ତାଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.