କ୍ଷତିପୂରଣ ଦାବିରେ ଅଙ୍ଗନୱାଡି କର୍ମୀଙ୍କ ମୃତଦେହ ରଖି ହାଟଡିହି ବ୍ଲକ୍ ଆଗରେ ସଂଘର ଧାରଣା

Published By : Prameya-News7 Bureau | January 10, 2019 IST

କେନ୍ଦୁଝର ୧୦|୧:  କେନ୍ଦୁଝର ଜିଲ୍ଲା କୁଶଟିକିରି ଅଙ୍ଗନୱାଡିରେ କାର୍ଯ୍ୟରତ କର୍ମୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣାକୁ ନେଇ ପ୍ରତିବାଦ । ଅଙ୍ଗନୱାଡି କର୍ମୀଙ୍କ ମୃତଦେହ ରଖି ହାଟଡିହି ବ୍ଲକ୍ ଆଗରେ  କେନ୍ଦୁଝର ଜିଲ୍ଲା ଅଗନୱାଡି କର୍ମୀ ସଂଘ ଧାରଣା ଦେଇଛି । ମୃତକ କିରଣବାଳା ନାୟିକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ଜଣଙ୍କୁ ଚାକିରି ଦାବି କରିଛି ସଂଘ । ଗତକାଲି କିରଣବାଳା ହଦଗଡ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଟିଂ ପାଇଁ ଯାଇଥିବା ବେଳେ ରାସ୍ତାରେ ଖସି ପଡି ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଗତକାଲି ଭାରତ ବନ୍ଦ ବେଳେ କାହିଁକି ଅଫିସ କାମରେ କିରଣବାଳାଙ୍କୁ ଡକାଯାଇଥିଲା , ସେ ନେଇ ଆନ୍ଦୋଳନକାରୀ ପ୍ରଶ୍ନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.