ଗୁଳୁଗୁଳି ଜନଜୀବନକୁ ଅସହ୍ୟ କରୁଥିବାବେଳେ ଚାଲିଛି ଅଙ୍ଗନବାଡ଼ି : ଆଜବେଷ୍ଟସ ଛାତ ତଳେ ଫୁଙ୍ଗୁଳା ବସିଛନ୍ତି କୁନି କୁନି ପିଲା

Published By : Prameya-News7 Bureau | June 12, 2019 IST

ଭୁବନେଶ୍ବର ୧୨/୬ : ଆକାଶରୁ ବର୍ଷୁଛି ନିଆଁ । ସକାଳ ୮ଟାରୁ ଗରମ ଗୁଳୁଗୁଳି ଜନଜୀବନକୁ ଅସହ୍ୟ କରିପକାଉଛି । ତଥାପି ଚାଲିଛି ଅଙ୍ଗନବାଡ଼ି । ଏ ଖରା ଗରମରେ  ଆଜବେଷ୍ଟସ ଛାତ ତଳେ ଫୁଙ୍ଗୁଳା ବସିଛନ୍ତି କୁନି କୁନି ପିଲା । ଆଉ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇରେ ବ୍ୟସ୍ତ ଅଙ୍ଗନବାଡ଼ି ଦିଦି । ସ୍କୁଲ-କଲେଜ ଭଳି ଅଙ୍ଗନବାଡ଼ିରେ ସରକାରଙ୍କ ଖରାଛୁଟି କଟକଣା ନାହିଁ । ସେଥିପାଇଁ ଅଙ୍ଗନବାଡ଼ି ଦିଦିଙ୍କ ମନ ବି ଦୁଃଖ….

{"id":122420,"width":595,"height":409}

ଦୁଇ ଦିନ ହେଲା ରାଜଧାନୀର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ସକାଳ ୮ଟାରୁ ଅସହ୍ୟ ଗରମ ଆଉ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ୁଛି ଜନଜୀବନ । ଆକାଶରୁ ବର୍ଷୁଛି ନିଆଁ । ତଥାପି ଚାଲିଛି ଅଙ୍ଗନବାଡ଼ି । ଆଜବେଷ୍ଟସ ଛାତ ତଳେ ଫୁଙ୍ଗୁଳା ବସିଛନ୍ତି କୁନି କୁନି ପିଲା । ଆଉ ସେଇ ଘରେ ମଧ୍ୟାହ୍ନ ଭୋଜନ ରୋଷେଇ ବି ଚାଲିଛି । ଇଏ ହେଉଛି ଓ୍ବାର୍ଡ଼ ନମ୍ବର ୨୭ରେ ଫାୟାର ଷ୍ଟେସନ ବସ୍ତିର ମିନି ଅଙ୍ଗନବାଡ଼ିର ଚିତ୍ର ।

{"id":122421,"width":595,"height":331}

ଏତେ ଖରା ଗରମରେ ବସ୍ତିର ଏହି କୁନି କୁନି ଛୁଆମାନେ ଏଠି କେମିତି ପାଠ ପଢ଼ୁଛନ୍ତି ଆଉ ଅଙ୍ଗନବାଡ଼ି ଦିଦି କେମିତି ପାଠ ପଢ଼ାଉଛନ୍ତି ତାକୁ ତ ଦେଖିଲେ, ଏବେ ଆସନ୍ତୁ ପିଲାଙ୍କୁ ଦିଆଯାଉଥିବା ଖାଦ୍ୟ ଉପରେ ଟିକେ ନଜର ପକାଇବା । ସରକାର ପ୍ରତି ଶିଶୁ ପିଚ୍ଛା ଖାଦ୍ୟ ବାବଦରେ ଦିନକୁ ୬ଟଙ୍କା ୫୦ ପଇସା ଦେଉଛନ୍ତି । ସେଥିପାଇଁ ନିର୍ଦ୍ଦିଷ୍ଟ ଡାଏଟ୍‌ ଚାର୍ଟ ବି ରହିଛି । ଆଜିର ଦିନରେ ଯେଉଁଠି ଅଣ୍ଡା ଗୋଟାକ ୫ଟଙ୍କା ୫୦ ପଇସା ପଡ଼ୁଛି ସେଠି ବାକି ଟଙ୍କାକରେ କେତେ ଡାଲି, କେତେ ପରିବା, ଜାଳେଣି ମିଳିପାରିବ ସେକଥା ନକହିବା ଭଲ । ତେବେ ପିଲାଙ୍କୁ ଦିଆଯାଉଥିବା ଛତୁଆ ଏଜେନ୍ସୀ ଦେଇ ଦେଉଛି । ବାକି ସ୍କୁଲ –କଲେଜ ଭଳି ଅଙ୍ଗନବାଡ଼ିରେ ଖରାଛୁଟି ନାହିଁ । ଖରା-ବର୍ଷା-ଶୀତ ସବୁଦିନ ଅଙ୍ଗନବାଡ଼ି ଖୋଲା ।

{"id":122422,"width":593,"height":351}

ଏବେ ଦେଖନ୍ତୁ  ବରମୁଂଡ଼ା ଅଙ୍ଗନୱ।ଡ଼ି କେନ୍ଦ୍ର ନମ୍ବର ୩  । ଆଜି ଟୀକା ଦେବା ପାଳି ଥିଲା । ଫ୍ୟାନ୍ ଅଛି କିନ୍ତୁ ଇଲେକ୍ସନ ଗଲା ତ  କରେଣ୍ଟ ବି ଯାଇଛି । ଛୁଆଙ୍କୁ ଟୀକା ଦେବାକୁ ଆସିଲେ ମାଆ ମାନେ ଘରୁ ବିଞ୍ଚଣା ଧରି ଆସୁଛନ୍ତି । ଚାର୍ଜ ରେ ଥିବା ଏଏନଏମ ଦିଦି ବି ନିରୁପାୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.