ଜୀବନ ଯୁଦ୍ଧରେ ହାରିଗଲେ କୋରୋନା ଯୋଦ୍ଧା, ଗାଁ ଗାଁ ବୁଲି ସର୍ଭେ ବେଳେ ଟଳିପଡିଲେ ଅଙ୍ଗନଓ୍ବାଡୀ କର୍ମୀ

Published By : Prameya-News7 Bureau | May 05, 2020 IST

କେନ୍ଦୁଝର ୫।୫: କେନ୍ଦୁଝରରେ ଜଣେ କୋରୋନା ଯୋଦ୍ଧା ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ । କୋରୋନା ମହାମାରୀକୁ ନେଇ ସାରା ବିଶ୍ବରେ ଏବେ ଆତଙ୍କ । ହେଲେ ଏହି ସମୟରେ କୋରୋନା ଯୋଦ୍ଧାମାନେ ନିଜ ପରିବାରକୁ ଛାଡି ନିଜ ଜୀବନକୁ ବାଜି ଲଗାଇ ଜନତାଙ୍କର ସେବା କରିବାରେ ଲାଗି ପଡିଛନ୍ତି । ଏହିପରି ଜଣେ କରୋନା ଯୋଦ୍ଧା ଜନତାଙ୍କର ସେବା କରୁଥିବା ବେଳେ ଟଳି ପଡିଥିଲେ । ଫଳେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।

ମୃତକଙ୍କର ପରିବାର ଲୋକଙ୍କର କହିବା ଅନୁସାରେ, ଯୋଡା ବ୍ଲକର ବିଲେଇପଦା ଅଙ୍ଗନଓ୍ବାଡୀ କର୍ମୀ ରୁକ୍ମୁଣୀ ମହାନ୍ତ ସୋମବାର ଦିନ ସକାଳେ ସହାୟିକାଙ୍କ ସହ ତାଙ୍କ ଅଞ୍ଚଳରେ ମଶାରୀ ବଣ୍ଟନ ପାଇଁ ସେର୍ଭ ସହ ଅଣ୍ଡା ବଣ୍ଟନ କରୁଥିବା ସମୟରେ ହଠାତ୍ ଟଳି ପଡିଥିଲେ । ପ୍ରଥମେ ତାଙ୍କୁ ଚମ୍ପୁଆ ସ୍ଥିତ ଏକ କ୍ଲିନିକରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ସ୍ବାସ୍ଥାବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରିଥିଲେ । ସେଠାରେ ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ଅକ୍ଳାନ୍ତ ଚେଷ୍ଟା କରିଥିବା ବେଳେ ସଫଳ ହୋଇନଥିଲେ । ଶେଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.