ଅଙ୍ଗନଓ୍ବାଡି ଗୃହ ନିର୍ମାଣକୁ ନେଇ ଉତ୍ତେଜନା, କାମ ବନ୍ଦ କରିବା ସହ ଧାରଣା ଦେଲେ ଗ୍ରାମବାସୀ

Published By : Prameya-News7 Bureau | March 10, 2020 IST

ଭଦ୍ରକ ୧୦।୦୩:  ଅଙ୍ଗନଓ୍ବାଡି ଗୃହ ନିର୍ମାଣକୁ ନେଇ ଉତ୍ତେଜନା । ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ବି ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ କାର୍ଯ୍ୟକୁ ବନ୍ଦ କଲେ ଶତାଧିକ ଗ୍ରାମବାସୀ । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ବାଣିତିଆ ପଞ୍ଚାୟତ ହାଟସାହିର ଘଟଣା ।

{"id":235936,"sizeSlug":"large"}

ବାଣିତିଆ ପଞ୍ଚାୟତ ହାଟସାହିର ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ ପାଇଁ ପାଞ୍ଚ ଲକ୍ଷ ଟଙ୍କା  ମଞ୍ଜୁର ହୋଇଥିଲା ।  କିନ୍ତୁ ସମ୍ପୃକ୍ତ ଠିକାଦାର ଗାଁର ଅଭିଭାବକ କିମ୍ବା ଗ୍ରାମବାସୀଙ୍କୁ କିଛି ନଜଣାଇ  ଅଙ୍ଗନବାଡି ଗୃହଟିକୁ ଅନ୍ୟତ୍ର କରିବାରୁ ଗ୍ରାମବାସୀମାନେ ଏହାକୁ ବିରୋଧ କରିଥିଲେ । ଏ ସମ୍ପର୍କରେ ପ୍ରଶାସନ ପାଖରେ ମଧ୍ୟ ଅଭିଯୋଗ କରାଯାଇଥିଲା,  ହେଲେ ଅଭିଯୋଗ ପରେ ପୁନଶ୍ଚ କାର୍ଯ୍ୟ ଆରମ୍ଭ ହେବାରୁ ଶତାଧିକ ମହିଳା ଓ  ଗ୍ରାମବାସୀ କାମ ବନ୍ଦ କରିବାସହ ଉକ୍ତ ସ୍ଥାନରେ ଧାରଣା ଦେଇଛନ୍ତି । ଘଟଣାସ୍ଥଳରେ  ସାମାନ୍ୟ ଉତ୍ତେଜନା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.