ଜୀବନକୁ ବାଜି ଲଗାଇ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି ଅଙ୍ଗନବାଡି ଦିଦି

Published By : Prameya-News7 Bureau | September 24, 2020 IST

ମାଲକାନଗିରି୨୪/୯: ବିପଦ ସଙ୍କୁଳ ଅବସ୍ଥାରେ ଲୋକମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତିି ଅଙ୍ଗନବାଡି ଦିଦି। ନଦୀରେ ପାଣି ଉଚ୍ଛୁଳିଛି। ଥଳକୂଳ ପାଉ ନାହିଁ। ସେଥିରେ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସେବା ଯୋଗାଉଛନ୍ତି ଦିଦିମାନେ। ପ୍ରତିଦିନ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଦୁଇ ଅଙ୍ଗନବାଡି ଦିଦି। ଚିତ୍ରକୋଣ୍ଡା ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ରାଲେଗାଡା ପଞ୍ଚାୟତ ଯାହା କି ବର୍ଷା ଦିନେ ବିଭିନ୍ନ ଗ୍ରାମ ବିଛିନ୍ନ ହୋଇଯାଏ। ହେଲେ ସୁଆପାଲି ଓ ନେରୁଡ଼ପାଲିର ଦୁଇ ଅଙ୍ଗନବାଡି ଦିଦି ହେମଲତା ଶୀଶା ଓ ପ୍ରମିଳା ପାନେଲ ପ୍ରଖର ସ୍ରୋତରେ ଗଭୀର ନଦୀ ପାରି ହୋଇ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କେମିତି ଆଗେଇ ଯାଇଛନ୍ତି ତାହାର ଦୄଶ୍ୟ ଦେଖନ୍ତୁ।

{"id":334071,"sizeSlug":"large"}

ଲାଉ ତୁମ୍ଭା ମାଧ୍ୟମରେ ନାଳ ପାର ହୋଇ ଅଙ୍ଗନବାଡି ସେଣ୍ଟରରେ ପହଞ୍ଚିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.