Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଦୀର୍ଘ ୧୦ମାସ ପରେ ଖୋଲିଲା ଅଙ୍ଗନବାଡି କେନ୍ଦ୍ର, କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରି ପିଲାଏ ପଢିଲେ ପାଠ

1/02/2021 at 3:06 PM

ସାନଖେମୁଣ୍ଡି ୧।୨: ଦୀର୍ଘ ୧୦ ମାସ ପରେ କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ଫେବୃୟାରୀ ପହିଲାରୁ ସମସ୍ତ ଅଙ୍ଗନବାଡୀ କେନ୍ଦ୍ର ଖୋଲିଛି । କୋଭିଡ୍ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ମାର୍ଚ୍ଚଠୁ ଅଙ୍ଗନବାଡୀ କେନ୍ଦ୍ର ବନ୍ଦ ରହିଥିଲା । ଘରେ ରହିଥିବା କୁନି କୁନି ଶିଶୁ ଦୀର୍ଘ ୧୦ ମାସ ପରେ ଅଙ୍ଗନବାଡୀ କେନ୍ଦ୍ରରେ ପାଠ ପଢିଛନ୍ତି ।

ଅଙ୍ଗନବାଡୀ କେନ୍ଦ୍ରରେ ପିଲାମାନେ ମୁହଁରେ ମାସ୍କ ଦେଇଥିବା ବେଳେ ହାତରେ ସାନିଟାଇଜର ଲଗାଇଥିବା ଦେଖିବାକୁ ମିଳିଥିଲା । ପାଠ ପଢା ବେଳେ ପିଲାମାନେ ସାମାଜିକ ଦୂରତ୍ବ ମଧ୍ୟ ରକ୍ଷା କରିଥିଲେ । ଆନନ୍ଦ ଉଲ୍ଲାସରେ ଭୋଜନ କରିଥିଲେ ।

ସାନଖେମୁଣ୍ଡି ବ୍ଲକରେ ଅଙ୍ଗନବାଡୀ କେନ୍ଦ୍ର ଖୋଲିବା ପରେ ପ୍ରଥମ ଦିନରେ ବିଭିନ୍ନ କେନ୍ଦ୍ର ବୁଲି ସରକାରୀ ନିୟମ ଏବଂ ପିଲାଙ୍କ ଉପସ୍ଥାନ ଦେଖିଥିଲେ ଶିଶୁ ସମନ୍ବୟ ଅଧିକାରୀ । ଏଭଳି ନିଷ୍ପତ୍ତି ପାଇଁ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ ଅଙ୍ଗନବାଡୀ କର୍ମୀ ।

   Related Posts