Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଚିନ୍ତାକଲା ଭଳି ଅବସ୍ଥାରେ ଅଛି ରାଜଧାନୀର ଏହି ଅଙ୍ଗନୱାଡି କେନ୍ଦ୍ର, ଅନ୍ୟ ଅଞ୍ଚଳ କଥା ନକହିବା ଭଲ…

9/08/2019 at 8:42 AM

ଭୁବନେଶ୍ବର ୯|୮: ଯଦି ରାଜଧାନୀ ଭୁବନେଶ୍ବରରେ ଥିବା ଅଙ୍ଗନୱ।ଡ଼ି​ କେନ୍ଦ୍ରର ଅବସ୍ଥା ଅତି ଶେ।ଚନୀୟ ହେ।ଇପାରେ ତେବେ ରାଜ୍ୟର ଅନ୍ୟ ଅଙ୍ଗନୱ।ଡ଼ି​ କଥା କଣ ଥିବ ଅନୁମାନ କରନ୍ତୁ । ଭୁବନେଶ୍ବରରେ ବି ଏମିତି ବି ଅଙ୍ଗନୱ।ଡ଼ି​ କେନ୍ଦ୍ର ଅଛି ଯେଉଁଠି ନିଜସ୍ବ ଗୃହ ନଥିବା ବେଳେ, ଟଏଲେଟ୍, ପିଇବାପାଣି ଏବଂ ଇଲେକ୍ଟ୍ରିଫିକେସନ ବ୍ୟବସ୍ଥା ନାହିଁ ।

ଆଉ ଏହି ନାହିଁ ନାହିଁ ଭିତରେ ଚାଲିଛି ଅଙ୍ଗନୱ।ଡ଼ି​ କେ।ମଳମତି ପିଲାଙ୍କ ପାଠ ପଢା । କେବଳ ଭୁବନେଶ୍ବରର ଏହି ଅଙ୍ଗନୱ।ଡ଼ି​ ସେଣ୍ଟର ଅବସ୍ଥା ଏମିତି ଦୟନୀୟ ନୁହେଁ ବରଂ ସାରା ରାଜ୍ୟରେ ଥିବା ସବୁ ଅଙ୍ଗନୱ।ଡ଼ି​ ସ୍ଥିତି ସମାନ ରହିଛି । ଆଉ ସବୁଠୁ ବଡ଼ ଲଜାଜନକ କଥା ହେଉଛି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସବୁ ଜାଣିଶୁଣି ବି ଉନ୍ନତି କରିବା ଦିଗରେ ଧ୍ୟାନ ଦେଉ ନାହାନ୍ତି । ଦେଖନ୍ତୁ ଏହି ରିପେ।ର୍ଟ ।

ରାଜ୍ୟରେ ଅଙ୍ଗନୱ।ଡ଼ି​ କେନ୍ଦ୍ର ଗୁଡ଼ିକର ଅବସ୍ଥା ଭଲ ନାହିଁ । ଖେ।ଦ୍ ରାଜଧାନୀ ୱ।ର୍ଡ଼ ନମ୍ବର ୨୭ ର ଫାୟାରଷ୍ଟେସନ ବସ୍ତିର ଏହି ଅଙ୍ଗନୱ।ଡ଼ି​ କେନ୍ଦ୍ରର ଅବସ୍ଥା । ଏହି ମେନ୍ ଅଙ୍ଗନୱ।ଡ଼ି​ କେନ୍ଦ୍ର ଭଡ଼ା ଘରେ ଚାଲୁଛି । ୧୦ ଫୁଟ୍ ଲମ୍ବ ୬ ଫୁଟ୍  ଓସାର ଘର । ଏହି ସେଣ୍ଟରରେ ୩୫ କେ।ମଳମତି ପିଲା ପାଠ ପଢୁଛନ୍ତି । ଅଲଗା ରେ।ଷେଇ ଘର ନାହିଁ । ତେଣୁ ଯେଉଁଠି ପାଠ ପଢା ସେଇଠି ରେ।ଷେଇ ହେଉଛି ।

ଯେଉଁଠି କୁନିକୁନି ପିଲାଙ୍କ ହାତଗେ।ଡ଼ ବୁଲୁନାହିଁ ସେଇଠି ନାଚଗୀତ ମାଧ୍ୟମରେ ପାଠ ପଢାଯାଉଛି । ଭଙ୍ଗା ଆଜବେଷ୍ଟ ଯେ।ଗୁଁ ଆକାଶ ଦେଖାଯାଉଛି । ପିଲାମାନଙ୍କ ଲାଗି ଟଏଲେଟ୍ ନଥିବାରୁ ବାହାରେ ଡ଼୍ରେନ୍ ରେ ପରିଶ୍ରା କରୁଛନ୍ତି । କିନ୍ତୁ ବିଦ୍ୟୁତ୍ ନାହିଁ । ପିଇବା ପାଣି ନାହିଁ । କିଛି ସୁବିଧା ନଥାଇ ଏ ଘରର ଭଡ଼ା ହେଉଛି ୧୩ ଶହ ଟଙ୍କା ।

କିନ୍ତୁ ରାଜ୍ୟ ସରକାର ୭୫୦ ଟଙ୍କା ମାସକ ଭଡ଼ା ଦିଅନ୍ତି ସିଏ ପୁଣି ୧୨ ମାସରେ ଥରେ । ତେଣୁ ଘର ଭଡ଼ା ଦେବା ଲାଗି କେହି ରାଜି ହେଉନାହାନ୍ତି । ଏ ସେଣ୍ଟର ଅଲଗା ଯାଗାରେ ଥିଲା । ୧୫ ଶହ ଟଙ୍କା ଭଡ଼ା ନଦେଇପାରିବାରୁ ଘର ଛାଡ଼ି ଏଠିକି ଆସିବାକୁ ପଡ଼ିଲା । କେବଳ ଏତିକି ନୁହେଁ ପାଖରେ ଅଛି ଗେ।ଟେ ବଡ଼ ଅଳିଆ ଗଦା । ଗନ୍ଧରେ ନାକ ଫାଟି ପଡ଼ୁଛି । ମାଛି ଭଣଭଣ ହେଉଛନ୍ତି । ଏଭଳି ଅସ୍ବାସ୍ଥ୍ୟକର ପରିବେଶ ଭିତରେ ଦେଶର ଭବିଷ୍ୟତ କୁହାଯାଉଥିବା କୁନିକୁନି ଛାତ୍ରଛାତ୍ରୀ ମାନେ କିପରି ପାଠ ପଢିବେ ?

କଂଗ୍ରେସ ବିଧାୟକ ସନ୍ତେ।ଷ ସିଂ ସାଲୁଜାଙ୍କ ବିଧାନସଭାର ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଏମିତି ଉତ୍ତର ରଖିଛନ୍ତି । ଉତ୍ତର ଅନୁଯାୟୀ ରାଜ୍ୟରେ ୩୮ ଲକ୍ଷ ୨୮ ହଜାର ୫୩୮ଜଣ ଶିଶୁ ଅଙ୍ଗନୱ।ଡ଼ି​ ରେ  ପାଠ ପଢୁଛନ୍ତି । ଏଥିପାଇଁ ୭୨,୫୮୭ ଟି ଅଙ୍ଗନୱ।ଡ଼ି​ ଏବଂ ମିନି ଅଙ୍ଗନୱ।ଡ଼ି​ କେନ୍ଦ୍ର ରହିଛି । ୩୯,୬୧୬ କେନ୍ଦ୍ରର ନିଜସ୍ବ ଗୃହ ଅଛି ଆଉ ୩୨,୯୭୦ ଟି ଅଙ୍ଗନୱ।ଡ଼ି​ କେନ୍ଦ୍ରର ନିଜସ୍ବ ଗୃହ ନାହିଁ(ଭଡ଼ାରେ ଚାଲିଛି) । ଏଥିମଧ୍ୟରୁ ୧୯୭୨୭ କେନ୍ଦ୍ରରେ ଟଏଲେଟ୍ ଅଛି ଆଉ  ୫୨,୮୬୪ କେନ୍ଦ୍ରରେ ଟଏଲେଟ୍ ନାହିଁ । ୩୬୭୭୯ କେନ୍ଦ୍ରରେ ପିଇବା ପାଣି ବ୍ୟବସ୍ଥା ଅଛି ଆଉ ୩୫,୮୦୮ କେନ୍ଦ୍ରରେ ପିଇବା ପାଣି ନାହିଁ । ୨୫୫୬ ଟି କେନ୍ଦ୍ରରେ ଇଲେକ୍ଟ୍ରିଫିକେସନ ବ୍ୟବସ୍ଥା ଅଛି ଆଉ ୭୦,୦୩୧ ରେ  ଅଙ୍ଗନୱ।ଡ଼ି​ ଗୃହରେ ଇଲେକ୍ଟ୍ରିଫିକେସନ ନାହିଁ ।

ତେବେ ନଜର ପକାଇବା କିଛି ଜିଲ୍ଲା ଉପରେ…

ଗଞ୍ଜାମ ଜିଲାରେ ସର୍ବ।ଧିକ ୫୧୪୧ ଟି ଅଙ୍ଗନୱ।ଡ଼ି​ କେନ୍ଦ୍ର ରହିଥିବା ବେଳେ ବୌଦ୍ଦ ରେ ରହିଛି ସବୁଠୁ କମ୍ ୭୧୭ ଟି କେନ୍ଦ୍ର ।

୧-ଗଞ୍ଜାମ ଜିଲାରେ ୫୧୪୧ ଟି କେନ୍ଦ୍ର ରହିଛି । ସେଥିରୁ ୨୮୫୧ ଟି ଅଙ୍ଗନୱ।ଡ଼ି​ କେନ୍ଦ୍ରର ନିଜସ୍ବ ଗୃହ ନାହିଁ ମାନେ ଭଡ଼ାରେ ଚାଲିଛି । ୩୫୭୫ ଟି କେନ୍ଦ୍ରରେ ଟଏଲେଟ୍ ନାହିଁ ମାନେ କେ।ମଳମତି ପିଲାମାନେ ବାହାରେ ଝାଡ଼ା ପରିସ୍ରା କରନ୍ତି । ୩୨୧୫ ଟି କେନ୍ଦ୍ରରେ ପିଇବା ପାଣିର ବ୍ୟବସ୍ଥା ନାହିଁ ଅର୍ଥାତ୍ ଏହା ଦିଦି ଆରେଞ୍ଜ କରିବେ । ୪୭୭୭ ଟି ଅଙ୍ଗନୱ।ଡ଼ି​ ରେ ଇଲେକ୍ଟ୍ରିଫିକେସନ ନାହିଁ । ଏହାର ଅର୍ଥ ହେଉଛି ସେ ଅଙ୍ଗନୱ।ଡ଼ି​ କେନ୍ଦ୍ରରେ ଇଲେକ୍ଟ୍ରି ବଲବ୍ ନାହିଁ ଏବଂ ଫ୍ୟାନ୍ ନାହିଁ ।

୨-ମୟୁରଭଞ୍ଜରେ ୪୮୮୦ ଟି ଦିତୀୟ ସର୍ବ।ଧିକ ଅଙ୍ଗନୱ।ଡ଼ି​ କେନ୍ଦ୍ର ରହିଛି । ଏଥିମଧ୍ୟରୁ  ୧୧୮୯ ଟି କେନ୍ଦ୍ରର ନିଜସ୍ବ ଗୃହ ନାହିଁ ତେଣୁ ଏହି କେନ୍ଦ୍ର ଗୁଡ଼ିକ ଭଡ଼ାରେ ଘର ନେଇ ଚଲାଇଥାନ୍ତି ।  ୨୯୮୮ ଟି ଅଙ୍ଗନୱ।ଡ଼ି​ କେନ୍ଦ୍ରରେ ବିଲକୁଲ୍ ଟଏଲେଟ୍ ନାହିଁ ।  ୧୫୨୮ ଟି ଅଙ୍ଗନୱ।ଡ଼ି​ କେନ୍ଦ୍ରରେ ପିଇବା ପାଣିର ବନ୍ଦେ।ବସ୍ତ ନାହିଁ ।  ୪୭୯୧ ଟି ଅଙ୍ଗନୱ।ଡ଼ି​ କେନ୍ଦ୍ରରେ ଇଲେକ୍ଟ୍ରିଫିକେସନ ନାହିଁ ।

୩-ତୃତୀୟ ରେ ରହିଛି ବାଲେଶ୍ବର ଜିଲା । ଏଠାରେ ୪୧୬୭ ଟି ଅଙ୍ଗନୱ।ଡ଼ି​ କେନ୍ଦ୍ର ରହିଛି । ସେଥିମଧ୍ୟରୁ ୨୮୦୮ ଟି କେନ୍ଦ୍ର ଭଡ଼ାରେ ଚାଲୁଛି । ୩୭୭୬ ଟି କେନ୍ଦ୍ରରେ ଟଏଲେଟ୍ ନାହିଁ ।  ୨୮୬୧ ଟି କେନ୍ଦ୍ରରେ  ପାନୀୟଜଳ ସୁବିଧା ନାହିଁ । ୩୯୩୪ ଟି କେନ୍ଦ୍ରରେ ଇଲେକ୍ଟ୍ରିସିଟି ବ୍ୟବସ୍ଥା ନାହିଁ ।

୪-ଚତୁର୍ଥରେ ରହିଛି ସୁନ୍ଦରଗଡ଼ ଜିଲ୍ଲା । ଏଠାରେ ୩୮୦୯ ଟି ଅଙ୍ଗନୱ।ଡ଼ି​ କେନ୍ଦ୍ର ରହିଛି । ଏଥିମଧ୍ୟରୁ ୧୨୩୬ ଟି କେନ୍ଦ୍ର ଭଡ଼ା ଘରେ ଚାଲୁଛି ।  ୨୨୮୮ ଟି କେନ୍ଦ୍ରରେ ଟଏଲେଟ୍ ନାହିଁ ।  ୧୩୮୬ ଟି କେନ୍ଦ୍ରରେ ପିଇବା ପାଣିର ବ୍ୟବସ୍ଥା ନାହିଁ ।  ୩୭୨୦ ଟି କେନ୍ଦ୍ରରେ ଇଲେକ୍ଟ୍ରିଫିକେସନ ନାହିଁ ।

୫-ଖୋର୍ଦ୍ଧା- ଏହି ଜିଲ୍ଲାରେ ୨୫୫୪ ଟି କେନ୍ଦ୍ର ରହିଛି । ଏଥିମଧ୍ୟରୁ ୧୬୪୫ ଟି କେନ୍ଦ୍ର ଭଡ଼ାରେ ଚାଲୁଛି । ୧୭୮୧ ଟି କେନ୍ଦ୍ରରେ ଟଏଲେଟ୍ ନାହିଁ । ୧୬୭୩ ଟି କେନ୍ଦ୍ରରେ ପିଇବା ପାଣିର ବ୍ୟବସ୍ଥା ନାହିଁ । ୨୪୫୫ ଟି କେନ୍ଦ୍ରରେ ଇଲେକ୍ଟ୍ରିଫିକେସନ ନାହିଁ ।

୬-ବୌଦ୍ଧ ଜିଲ୍ଲାରେ ରହିଛି ୭୧୭ ଟି ଅଙ୍ଗନୱ।ଡ଼ି​ କେନ୍ଦ୍ର ।  ୨୦୧୪ଟି କେନ୍ଦ୍ର ଭଡ଼ା ଗୃହରେ ଚାଲିଛି । ୫୩୫ଟି କେନ୍ଦ୍ରରେ ବିଲକୁଲ୍ ଟଏଲେଟ୍ ନାହିଁ । ୨୦୯ଟି କେନ୍ଦ୍ରରେ ପିଇବା ପାଣିର ବ୍ୟବସ୍ଥା ନାହିଁ । ଏବଂ  ୭୧୩ଟି କେନ୍ଦ୍ରରେ ଇଲେକ୍ଟ୍ରିଫିକେସନ ନାହିଁ ।

ସେହିଭଳି ନୂଆପଡ଼ା, ସମ୍ବଲପୁର, ପୁରୀ, ବୌଦ୍ଦ ଭଳି ଅନ୍ୟ ସବୁ ଜିଲାରେ ବ୍ୟବସ୍ଥା ଆଦୌ ନ କହିବା ଭଲ ।

ବିଜେଡ଼ି ସରକାର ଲଗାତର ୫ ଥର ନିର୍ବାଚିତ ହେ।ଇ ଶାସନ ଗାଦିରେ ବସିଛନ୍ତି । ଏହାପରେ ବି ସବୁ ଅଙ୍ଗନୱ।ଡ଼ି​ କେନ୍ଦ୍ର ପାଇଁ ନିଜସ୍ବ ଗୃହ ବନାଇ ପାରିଲେ ନାହିଁ ରାଜ୍ୟ ସରକାର ।  ପାଇଖାନା, ପିଇବାପାଣି ଓ ଇଲେକ୍ଟ୍ରିଫିକେସନ ବ୍ୟବସ୍ଥା କରାଇ ପାରିଲେ ନାହିଁ । ଏଥିରୁ ଜଣାପଡ଼ୁଛି ରାଜନୈତିକ ଇଛା ଶକ୍ତିର ଘେ।ର ଅଭାବ ଅଛି ।

   Related Posts