Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚମକ ହରାଉଛି ସୁନା : ପୁଣି କମିଲା ଦାମ୍, ୧୦ ହଜାର ଟଙ୍କା ହେଲାଣି ଶସ୍ତା
  • ||
  • ଗଜପତି : ଘାରିଲା କରୋନା ଭୟ, ଆଜିଠୁ ଗଜପତି ଜିଲ୍ଲାର ସବୁ ସୀମା ସିଲ୍
  • ||
  • ନୀଳଗିରି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଚାନ୍ଦବାଲି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଜଳେଶ୍ବର : ଓଭରବ୍ରିଜ୍ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟିଲା ବୋଲେରୋ, ୬ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୨୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୪୧ ପଜିଟିଭ୍ ଚିହ୍ନଟ
  • ||
  • ନୟାଗଡ଼ : ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ
  • ||
  • ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ! ୧୫ ଯାଏଁ ତାତିରୁ ମିଳିବ ତ୍ରାହି
  • ||

ଆଶା ଏବଂ ଅଙ୍ଗନବାଡି କର୍ମୀଙ୍କ ପାରିତୋଷିକ ବୃଦ୍ଧି କଲେ ପ୍ରଧାନମନ୍ତ୍ରୀ

11/09/2018 at 3:04 PM

ଭୁବନେଶ୍ୱର ୧୧/୯ : ପ୍ରଧାନମନ୍ତ୍ରୀ ଆଜି ଦେଶର ଆଶା ଓ ଅଙ୍ଗନବାଡି ୱାର୍କର ମାନଙ୍କର ପାରିତୋଷିକ ପାରିଶ୍ରମିକ ବୃଦ୍ଧି କରିଛନ୍ତି | ଦେଶର ଏହି ବର୍ଦ୍ଧିତ ପାରିତୋଷିକ ଆସନ୍ତା ମାସରୁ ଅଙ୍ଗନବାଡି ଓ ଆଶା କର୍ମୀମାନେ ପାଇବେ | ଦେଶର ଲକ୍ଷ ଲକ୍ଷ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଏବଂ ଏଏନଏମ ମାନଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି | ଆଶା କର୍ମୀ ମାନଙ୍କୁ ଦିଆଯାଉଥିବା ନିୟମିତ ପାରିତୋଷିକକୁ ସରକାର ଦ୍ୱିଗୁଣିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି | ସେହିଭଳି ଆଶା କର୍ମୀ ଏବଂ ସେମାନଙ୍କର ହେଲପର ମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ଅନ୍ତର୍ଭୁକ୍ତ କରାଯିବ ବୋଲି ଘୋଷଣା କରିଛନ୍ତି |
ଅଙ୍ଗନବାଡି କର୍ମୀଙ୍କୁ ଦିଆଯାଉଥିବା ପାରିଶ୍ରମିକ ମଧ୍ୟ ବୃଦ୍ଧି କରାଯାଇଛି | ଯେଉଁମାନେ ୩ ହଜାର ଟଙ୍କା ପାରିଶ୍ରମିକ ପାଉଥିଲେ ସେମାନେ ଏବେ ୪୫୦୦ ଟଙ୍କା ପାଇବେ | ସେହିଭଳି ଯେଉଁମାନେ ୨୨୦୦ ଟଙ୍କା ପାରିଶ୍ରମିକ ପିଉଥିଲେ ସେମାନେ ଏବେ ୩୫୦୦ ଟଙ୍କା ପାଇବେ | ଯେଉଁ ଅଙ୍ଗନବାଡି ହେଲପରମାନେ ୧୫୦୦ ଟଙ୍କା ପାରିଶ୍ରମିକ ପାଉଥିଲେ ସେମାନେ ଏବେ ୨୨୫୦ ଟଙ୍କା ପାରିଶ୍ରମିକ ପାଇବେ |
ଯେଉଁ ଅଙ୍ଗନବାଡି କର୍ମୀମାନେ ସିଏଏସ ପ୍ରଯୁକ୍ତି କୌଶଳ ବ୍ୟବହାର କରୁଛନ୍ତି ସେମାନଙ୍କ ଦକ୍ଷତା ଅନୁସାରେ ସେମାନଙ୍କୁ ୨୫୦ ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଅଧିକ ପାରିତୋଷିକ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି | ପୋଷଣ କାର୍ଯ୍ୟକ୍ରମର ସଫଳତା ପାଇଁ ଆଶା, ଅଙ୍ଗନବାଡି ଓ ଏଏନଏମ କର୍ମୀମାନେ ମିଳିତ ଭାବରେ ଯେଉଁ ଉଦ୍ୟମ କରୁଛନ୍ତି ତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି |

   Related Posts