ରାଗିଗଲେ ଗାର୍ଲଫ୍ରେଣ୍ଡ ; ପଇସା, ଫୋନ୍ ଏବଂ ପାସ୍‌ପୋର୍ଟ ନଥାଇ ନ୍ୟୁୟର୍କରେ କେମିତି ହିନସ୍ତା ହେଲେ ଅଙ୍ଗଦ ବେଦି ଜାଣନ୍ତୁ

Published By : Prameya-News7 Bureau | November 17, 2018 IST

ମୁମ୍ବାଇ ୧୭|୧୧: ଡେଟିଂ ନିଶା ପାଇଁ ଢେର ହିନସ୍ତା ହେଲେ ବଲିଉଡ୍ ଷ୍ଟାର ଅଙ୍ଗଦ ବେଦି । ନିଜଠୁ ବୟସ୍କା ଯୁବତୀ ଓ ମହିଳାଙ୍କୁ ଡେଟିଂ କରିବା ଅଙ୍ଗଦଙ୍କ ଏକ ସଉକ ନୁହେଁ ଅଭ୍ୟାସ ଥିଲା । ଯୁବତୀ ଓ ମହିଳାଙ୍କ ସାନ୍ନିଧ୍ୟ ଏହି ୟଙ୍ଗ ଷ୍ଟାରଙ୍କୁ ବେଶ୍ ମଜ୍ଜା ଦେଉଥିଲା ।  ବିଶେଷ କରି ବିଦେଶରେ ବୁଲିଲା ବେଳେ ଅଙ୍ଗଦ ସବୁବେଳେ ତାଙ୍କଠାରୁ ବୟସରେ ବଡ଼ ଝିଅ ମାନଙ୍କ ସହ ବନ୍ଧୁତା କରୁଥିଲେ, ମଉଜ ମଜଲିସ କରୁଥିଲେ । ପାଖାପାଖି ୭୫ ଜଣ ଏପରି ଯୁବତୀ ଓ ମହିଳାଙ୍କ ସହ ଡେଟିଂ କରିଥିବା ମାନିଛନ୍ତି  କ୍ରିକେଟର ଟର୍ଣ୍ଣଡ୍‌ ଆକ୍ଟର ଅଙ୍ଗଦ । କିନ୍ତୁ ତାଙ୍କର ଏସବୁ ମଜ୍ଜା ତାଙ୍କର ଥରେ ଛାଡିଗଲା , ଯେତେବେଳେ ସେ ନ୍ୟୁୟର୍କ ରାସ୍ତାରେ ହିନସ୍ତା ହେଲେ । ଘଟଣାଟି ପୁରୁଣା । ଆଉ ଖୋଦ ଅଙ୍ଗଦ ତାଙ୍କର ଏହି ପୁରୁଣା ଏପିସୋଡର ପେଡି ପତ୍ନୀ ନେହା ଧୂପିଆଙ୍କ ଆଗରେ ଖୋଲିଛନ୍ତି । ମାନିଯାଇଛନ୍ତି ତାଙ୍କ ଭୁଲ । ତେବେ ଘରେ ନୁହେଁ, ସାର୍ବଜନୀନ ଅନୁଷ୍ଠାନରେ ହିଁ ଅଙ୍ଗଦ ତାଙ୍କ ଭୁଲ ପ୍ରକାଶ କରିବାରେ କୁଣ୍ଠା କରିନାହାନ୍ତି । ଅବସରଟି ଥିଲା ଏକ ରେଡିଏ ଶୋ । ମଜାଦାର କଥାଟି ହେଲା ନେହା ଧୂପିଆଙ୍କ ସଂଚାଳିତ ରେଡିଓ  କାର୍ଯ୍ୟକ୍ରମ ନୋ ଫିଲଟର ନେହା ରେ ଅଂଶଗ୍ରହଣ କରି ଅଙ୍ଗଦ ତାଙ୍କ ଭୁଲ କଥା ମାନିଛନ୍ତି । ପତ୍ନୀ ନେହାଙ୍କ ପ୍ରଶ୍ନର ଉତ୍ତରରେ ସତ ସତ କହିଦେଇଛନ୍ତି । ଶିଖ୍‌ ହୋଇ ବି ଚୁଟି କାଟୁ ଥିବା ଅଙ୍ଗଦ ଥରେ ନ୍ୟୁୟର୍କରେ ତାଙ୍କଠାରୁ ପାଖାପାଖି ୪ ବର୍ଷ ବଡ଼ ଜଣେ ଯୁବତୀଙ୍କ ସହ ଡେଟିଂ କରୁଥିଲେ । ଦୁହେଁ  ସଂପୃକ୍ତ ଯୁବତୀଙ୍କ ଜନ୍ମଦିନ ପାଳନ ଲାଗି ଏକ ବାର୍‌ କୁ ଯାଇଥିଲେ । ସେତେବେଳେ କୌଣସି କାରଣରୁ ଯୁବତୀ ଜଣକ ହଠାତ୍ ରାଗି ଯାଇଥିଲେ । ପାଟି କରି ଉଠି ପଳାଇଥିଲେ । ଅଙ୍ଗଦ ବି ତାଙ୍କୁ କଡାକରି ଦିପଦ କହିଦେଇଥିଲେ । କିନ୍ତୁ ତାପରେ  ଅଙ୍ଗଦ ହରକତ ହୋଇଥିଲେ । କାରଣ ତାଙ୍କ ପର୍ସ ଆଉ ଫୋନ୍ ସେହି ଯୁବତୀଙ୍କ ବ୍ୟାଗ୍‌ରେ ରହିଯାଇଥିଲା । ବାର୍‌ରେ ପଇସା ଦେବାକୁ ତାଙ୍କ ପାଖରେ ପଇସା ନଥିଲା । ସେ ରହୁଥିବା ହୋଟେଲକୁ ଯିବାକୁ ବି ଟଙ୍କା ନଥିଲା । ହୋଟେଲ୍‌ରେ ପାସ୍‌ପୋର୍ଟ ଥିଲା , ଆଉ ହୋଟେଲର ଠିକଣା ବି ସେ ଜାଣିନଥିଲେ । ବିଚରା ଅଙ୍ଗଦ ନ୍ୟୁୟର୍କ ରାସ୍ତାରେ ଅସହାୟ ହୋଇ ଛିଡା ହୋଇଥିଲେ । କିନ୍ତୁ ମିଆମିରେ ଛୁଟି କାଟିବାକୁ ଯିବାକୁ ସେ ବିମାନ ଟିକଟ୍ ବୁକିଂ କରିଥିଲେ ଆଉ ସେହି ସୁଯୋଗ ଛାଡିବାକୁ ଚାହୁଁନଥିଲେ । ତାପରେ ସୌଭାଗ୍ୟ ବଶତଃ ନ୍ୟୁୟର୍କରେ କିଛି ବନ୍ଧୁଙ୍କ ସହ ଭେଟ ହୋଇଯିବାରୁ ଅଙ୍ଗଦଙ୍କ ସମସ୍ୟା ତୁଟିଥିଲା । ତାପରେ ବି ସେ ଆଉ କିଛି ବାନ୍ଧବୀଙ୍କ ସହ ପାର୍ଟି କରିବାକୁ ଚାଲିଯାଇଥିଲେ । ବାହଘର ପରେ ଏସବୁ ଦୋଷ ଛାଡିଛନ୍ତି ତ ଟାଇଗର ଜିନ୍ଦା ହେ ଷ୍ଟାର ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.