Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଅନ୍ଧ ବିଶ୍ୱାସ ପାଇଁ ଗଲା ଜୀବନ, ଡାକ୍ତରଖାନା ନନେଇ ପୁଅକୁ ଗୁଣିଆ ପାଖକୁ ନେଇଥିଲେ ପରିବାର ଲୋକେ

20/07/2021 at 9:16 AM

ପାଟଣା,୨୦/୦୭:  ଅନ୍ଧ ବିଶ୍ୱାସ ନେଇଗଲା ଜୀବନ । ସାପ କାମୁଡ଼ାରେ  ନାବାଳକକୁ ମେଡିକାଲକୁ ନ ନେଇ ଗୁଣିଆ ପାଖକୁ ନେଇଥିଲେ ପରିବାର ଲୋକେ । କିନ୍ତୁ ବଞ୍ଚିଲାନି ପୁଅ ।  ଏଭଳି ଘଟଣା ଘଟିଛି  କେନ୍ଦୁଝର ଜିଲ୍ଲା ପାଟଣା ଥାନା ଡାଳପକା ଗ୍ରାମର ମୁଣ୍ଡା ସାହିରେ ।

ମୃତ ବାଳକ ହେଉଛନ୍ତି ସେହି ସାହିର ରତନା ସୋଏଙ୍କ ୧୨ ବର୍ଷିୟ ପୁଅ ଚୁମନ୍ତ ସୋଏ। ସେ ଘରେ ଶୋଇଥିବା ବେଳେ ଏକ ଚିତି ସାପ ତାଙ୍କର କାନକୁ କାମୁଡି ଦେଇଥିଲା। ପରିବାର ଲୋକେ ଗୁଣିଆ  ପାଖକୁ ନେଇ ଝଡାଫୁଙ୍କା କରିବାରୁ ଅବସ୍ଥା ଗୁରୁତର ହୋଇପଡିଥିଲା ।

ପରେ ୧୦୮ ସହାୟତାରେ ପରିବାର ଲୋକେ  ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ  ଭର୍ତ୍ତି କରିଥିଲେ । କିନ୍ତୁ ବିଳମ୍ବ ଯୋଗୁଁ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ  ପରିବାର ଲୋକେ ସାପକୁ ଘରେ ବନ୍ଦ କରି ରଖି ପୁଅ ଭଲ ହେବବୋଲି ପୂଜାର୍ଚ୍ଚନା କରୁଥିବା ସୂଚନା ମିଳିଛି।

   Related Posts