କ୍ରିକେଟ୍‌କୁ ଅଲବିଦା କହିଲେ ଆଣ୍ଡ୍ର୍ୟୁ ଏଲିସ୍‌: ହେଲମେଟ୍‌ ପିନ୍ଧି ବୋଲିଂ କରୁଥିଲେ ନ୍ୟୁଜଲାଣ୍ଡର

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ୧୯/୩: ନ୍ୟୁଜିଲାଣ୍ଡର ଅଲ୍‌ରାଉଣ୍ଡର ଆଣ୍ଡ୍ର୍ୟୁ ଏଲିସ୍‌ କ୍ରିକେଟ ଖେଳକୁ ସବୁଦିନ ପାଇଁ ଅଲ୍‌ବିଦା କହିଛନ୍ତି। କ୍ରିକେଟ୍‌ର ତିନୋଟି ପ୍ଲାଟଫର୍ମରୁ ଆଣ୍ଡ୍ର୍ୟୁ ଏଲିସ୍‌ ଅବସର ନେଇଛନ୍ତି। ତାଙ୍କର ବୋଲିଂ କରିବାର ନିଆରା ଢ଼ଙ୍ଗ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ସେ ମୁଣ୍ଡରେ ହେଲମେଟ୍ ପିନ୍ଧି ବୋଲିଂ କରନ୍ତି। ତେବେ ୨୦୦୨ ମସିହାରେ ଏକ ଘରୋଇ ମ୍ୟାଚ୍‌ ମାଧ୍ୟମରେ ଆଣ୍ଡ୍ର୍ୟୁ ଏଲିସ୍‌ କ୍ରିକେଟ ଜଗତରେ ପାଦ ଥାପିଥିଲେ। ସେ ୨୦ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। କିନ୍ତୁ ଗତ ସାତ ବର୍ଷ ଭିତରେ ତାଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବା ପାଇଁ ସୁଯୋଗ ମିଳି ନାହିଁ।

{"id":240999,"width":584,"height":327,"sizeSlug":"large"}

ମୁଣ୍ଡରେ ହେଲମେଟ୍ ପିନ୍ଧି ବୋଲିଂ କରିବାକୁ କ୍ରିକେଟପ୍ରେମୀ ବେଶ ପସନ୍ଦ କରୁଥିଲେ। ସେଥିପାଇଁ କ୍ରିକେଟପ୍ରେମୀଙ୍କ ପାଖରେ ଆଣ୍ଡ୍ର୍ୟୁ ଏଲିସ୍‌ ନିଜର ଏକ ନୂତନ ପରିଚୟ ସୃଷ୍ଟି କରିଥିଲେ। ମୁଣ୍ଡରେ ହେଲମେଟ୍ ପିନ୍ଧି ବୋଲିଂ କରିବା ପଛରେ ଏକ କାରଣ ରହିଛି। ଏକ ଘରୋଇ ମ୍ୟାଚ ଖେଳିବା ସମୟରେ ଆଣ୍ଡ୍ର୍ୟୁ ଏଲିସଙ୍କ ମୁଣ୍ଡରେ ବଲ ବାଜିଥିଲା। ତେଣୁ ସେହିଦିନ ଠାରୁ ବୋଲିଂ କରିବା ସୟମରେ ଏଲିସ୍ ମୁଣ୍ଡରେ ହେଲମେଟ୍ ପିନ୍ଧିଥାଆନ୍ତି।

{"id":241000,"width":568,"height":318,"sizeSlug":"large"}

ତେବେ ୧୫ଟି ଏକ ଦିବସୀୟ ମ୍ୟାଚ, ୫ଟି ଟି-୨୦ ମ୍ୟାଚରେ ଅଂଶ ଗ୍ରହଣ କରିବାକୁ ଆଣ୍ଡ୍ର୍ୟୁ ଏଲିସ୍‌ଙ୍କୁ ସୁଯୋଗ ମିଳିଛି। ଘରୋଇ କ୍ରିକେଟ ମ୍ୟାଚ୍‌ରେ ସବୁବେଳେ ତାଙ୍କର ଜବରଦସ୍ତ ପ୍ରଦର୍ଶନ ରହିଛି।୧୦ ବର୍ଷଧରି ଘରୋଇ ମ୍ୟାଚ୍ ଖେଳିବା ପରେ ୨୦୧୨ ମସିହାରେ ଆଣ୍ଡ୍ର୍ୟୁ ଏଲିସ୍‌ଙ୍କୁ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ସୁଯୋଗ ମିଳିଥିଲା। କ୍ରିକେଟ ଖେଳିବା ସମୟରେ ଆଣ୍ଡ୍ର୍ୟୁ ଏଲିସ୍‌ ୫ ଥର ଆଘାତ ପାଇଥିଲେ। ଏପରି କି ୨୦୧୦ ମସିହାରେ ତାଙ୍କର ସର୍ଜରୀ ମଧ୍ୟ ହୋଇଥିଲା। ସେହି ଦମଦାର ଖେଳାଳି ଆଣ୍ଡ୍ର୍ୟୁ ଏଲିସ୍‌ ସବୁଦିନ ପାଇଁ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.