ଆଇସିସି ୱାର୍ଲଡ କପ: ୱେଷ୍ଟଇଣ୍ଡିଜକୁ ଆଉ ଏକ ଝଟକା, ଆଗାମୀ ମ୍ୟାଚ୍ ଖେଳିବେନି ଟିମର ଏହି ଭରସା ଯୋଗ୍ୟ ଖେଳାଳି
24/06/2019 at 10:37 PM

ମଞ୍ଚେଷ୍ଟର: ଆଇସିସି ୱାର୍ଲଡ କପରେ ୱେଷ୍ଟଇଣ୍ଡିଜ୍ ଟିମକୁ ଲାଗିଛି ଆଉ ଏକ ବଡ ଝଟକା। ଭାରତ ବୀପକ୍ଷରେ ଜୁନ ୨୭ରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱକପର ୩୪ ତମ ମ୍ୟାଚ୍ ଖେଳିପାରିବେନି ଟିମର ଅଲରାଉଣ୍ଡର ଆନ୍ଦ୍ରେ ରସେଲ। କେବଳ ଭାରତ ବୀପକ୍ଷ ମ୍ୟାଚ୍ ନୁହେଁ ବିଶ୍ୱକପର ଅନ୍ୟ ପରବର୍ତ୍ତି ମ୍ୟାଚ୍ ରୁ ମଧ୍ୟ ସେ ବାଦ ପଡିଛନ୍ତି। ଆଘାତ ଜନିତ କାରଣରୁ ସେ ୱାର୍ଲଡ କପରେ ଆଗକୁ ନିଜ ଟିମ୍ ପାଇଁ ଆଉ କୌଣସି ମ୍ୟାଚ୍ ଖେଳି ପାରିବେନି।

ୱାର୍ଲଡ କପ୍ ରେ ୱେଷ୍ଟଇଣ୍ଡିଜ୍ ଏପର୍ଯ୍ୟନ୍ତ ମୋଟ ୬ଟି ମ୍ୟାଚ୍ ଖେଳିଥିବା ବେଳେ ୨ଟିରେ ବିଜୟୀ ହୋଇଛି। ବାକି ୪ଟିରେ ପରାଜିତ ହୋଇଥିବା ଦଳ ଆଗାମୀ ମ୍ୟାଚ୍ ମାନଙ୍କରେ ରସେଲଙ୍କୁ ଭରସା କରିଥିଲା। ତେବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅନୁଷ୍ଠିତ ମ୍ୟାଚ୍ ରେ ସେ ଆହତ ହୋଇଥିବା ବେଳେ ବାଂଲାଦେଶ ବିପକ୍ଷରେ ଗତ ମ୍ୟାଚ୍ ଠିକ୍ ଭାବେ ଖେଳି ପାରିନଥିଲେ। ଏବେ ସେ ଅନଫିଟ ହୋଇଛନ୍ତି। ତାଙ୍କ ସ୍ଥାନରେ ଟିମ୍ ସୁନୀଲ ଏମ୍ବ୍ରିସଙ୍କୁ ସାମିଲ କରିଛି। ସୁନୀଲ ଜଣେ ଦକ୍ଷ ବ୍ୟାଟସ୍ ମ୍ୟାନ୍।

ଦେଖିବାକୁ ଗଲେ ସୁନୀଲ ୱେଷ୍ଟଇଣ୍ଡିଜ୍ ପାଇଁ ଏପର୍ଯ୍ୟନ୍ତ ମୋଟ ୬ଟି ୱାନଡେ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରୁ ୫ଟି ଇନିଂସରେ ସେ ମୋଟ ୩୧୬ ରନ କରିଥିବା ବେଳେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧ ଶତକ କରିଛନ୍ତି। ମିଡିଲ ଅର୍ଡରରେ ତାଙ୍କୁ ଟିମ୍ ବିକଳ୍ପ କରିପାରିବ ବୋଲି ଆଶା କରାଯାଉଛି।