କୋଟିଆରେ ଓଡିଶା-ଆନ୍ଧ୍ର ଛକାପଞ୍ଝା : ରାଜ୍ୟ ବାଣ୍ଟୁଛି କରୋନା ଟିକା, ଆନ୍ଧ୍ର ବାଣ୍ଟୁଛି ବାର୍ଦ୍ଧକ୍ୟ ଭତ୍ତା

Published By : Prameya-News7 Bureau | March 02, 2021 IST

କୋରାପୁଟ ୨।୩: ଥମୁନି ଆନ୍ଧ୍ରର ଦାଦାଗିରି । ଗୋଟିଏ ପଟେ ଓଡିଶାର ସରକାର ପକ୍ଷରୁ କୋଭିଡ୍ ଟିକାକରଣ ଓ ଜାତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅନ୍ୟପଟେ ଏହାକୁ ଭଣ୍ଡୁର କରିବା ପାଇଁ ଆନ୍ଧ୍ର ଘରକୁ ଘର ବୁଲି ବାଣ୍ଟୁଛି ବାର୍ଦ୍ଧକ୍ୟ ଭତ୍ତା ।  

ଦେଶବ୍ୟାପୀ ବୟସ୍କ ବ୍ୟକ୍ତିଙ୍କ ପାଇଁ ମାର୍ଚ୍ଚ ପହିଲାରୁ ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିବାବେଳେ କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ମଧ୍ୟ ଏହି ଟିକାକରଣ କରାଯାଇଥିଲା । ଜିଲ୍ଲା ପ୍ରଶାସନ କୋଟିଆରେ ପ୍ରଥମ ଦିନରେ ୫୦ରୁ ୧୦୦ ଜଣଙ୍କୁ ଟିକା ଦେବାର ଲକ୍ଷ୍ୟ ରଖିଥିବାବେଳେ ୧୧୪ ଜଣଙ୍କୁ ଟିକା ଦିଆଯାଇଥିବା ଜଣାପଡିଛି । କୋଟିଆ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା ବେଳେ ଏହାକୁ ଗୁରୁତ୍ବ ଦେଇ କୋଟିଆବାସୀଙ୍କୁ ଉତ୍ସାହିତ କରିବା ପାଇଁ କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ମଧ୍ୟ କୋଟିଆ ସ୍ବାସ୍ଥ୍ୟକେନ୍ଦ୍ରରେ କୋଟିଆବାସୀଙ୍କ ସହିତ ଏକାଠି ଟିକା ନେଇଛନ୍ତି । ତାଙ୍କ ଉପସ୍ଥିତି କୋଟିଆବାସୀଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳୁଛି । ଫଗୁଣସିନେରୀ ଓ ଫାଟୁସିନେରୀରେ ପଟ୍ଟାଙ୍ଗି ତହସିଲର କର୍ମଚାରୀ ଓଡିଶା ସରକାରଙ୍କ ତରଫରୁ ଗାଁ ଗାଁ ବୁଲି ଲୋକଙ୍କୁ ଜାତି ପ୍ରମାଣପତ୍ର ବାଣ୍ଟିଛନ୍ତି  ।

ସେପଟେ କୋଟିଆର କିଛି ଦୂରରେ ଥିବା ଗଞ୍ଜେଇପଦରରେ ଆନ୍ଧ୍ର ସରକାରଙ୍କ ଦ୍ବାରା ଉପଭୋକ୍ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବାବଦରେ ୨୨୫୦/- ଟଙ୍କା ପ୍ରଦାନ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.