ବ୍ୟାରେଜ୍‌ ନିର୍ମାଣ ନେଇ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ, ଉପକୃତ ହେବ ଓଡିଶା

Published By : Prameya-News7 Bureau | April 17, 2021 IST

ଭୁବନେଶ୍ବର ୧୭/୦୪ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ଆର ଜଗନ ମୋହନ ରେଡ୍ଡୀ । ବଂଶଧାରା ନଦୀରେ ନେରାଡି ବ୍ୟାରେଜ୍‌ ନିର୍ମାଣ ପାଇଁ ନବୀନଙ୍କୁ ଜଗନ ମୋହନ ଚିଠି ଲେଖିଥିବା ସୂଚନା ମିଳିଛି । ତେବେ ବଂଶଧାରା ନଦୀ​‌ରେ ବ୍ୟାରେଜ୍‌ ନିର୍ମାଣ ହେଲେ ଆନ୍ଧ୍ର ଉପକୃତ ହେବା ସହି ଓଡିଶାର ଗଜପତି ଜିଲ୍ଲା ମଧ୍ୟ ଉପକୃତ ହୋଇପାରିବ ବୋଲି ଚିଠିରେ ଉଲ୍ଲେଖ ରହିଛି । ଏ ଦୃଷ୍ଟିରୁ ବ୍ୟାରେଜ୍‌ ନିର୍ମାଣ ପାଇଁ ଓଡିଶା, ଆନ୍ଧ୍ରକୁ ସହଯୋଗ କରୁ ବୋଲି କହିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.