ଦେଶରେ ଅକ୍ସିଜେନ ସଙ୍କଟ ବେଳେ ହଜାର ହଜାର ସଂଖ୍ୟାରେ ଗଛ କାଟୁଛନ୍ତି ଆନ୍ଧ୍ର କାଠ ମାଫିଆ

Published By : Prameya-News7 Bureau | May 17, 2021 IST

ସାନଖେମୁଣ୍ଡି, ୧୭/୫: ବର୍ତ୍ତମାନ ସମୟରେ ଦେଶରେ ଅକ୍ସିଜେନ ସଙ୍କଟ ଜାରି ରହିଛି। ପ୍ରାକୃତିକ ପରିବେଶରେ ସୃଷ୍ଟି ହେଉଥିବା ଅକ୍ସିଜେନ ସ୍ତର ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଲୋକେ ଆବଶ୍ୟକ ସ୍ଥଳେ କୃତ୍ରିମ ଉପାୟରେ ପ୍ରସ୍ତୁତ ହେଉଥିବା ଅକ୍ସିଜେନ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।

ସାଧାରଣତଃ ଅନେକ ସମୟରେ ସାମାଜିକ ଗଣମଧ୍ୟମରେ ପ୍ରକାଶ ପାଉଛି ଯେ ଦେଶରେ ଅକ୍ସିଜେନ ସଙ୍କଟ ହାହାକାର ମାଚାଇଛି l ଯାହା ଫଳରେ ଅନେକଙ୍କ ଜୀବନ ଚାଲି ଯାଉଛି। ପରିବେଶ ବିଶେଷଜ୍ଞଙ୍କ ମତାମତ ଅନୁଯାୟୀ ପ୍ରାକୃତିକ ବିପର୍ଯ୍ୟୟ ତଥା ବୃକ୍ଷ ରୋପଣ ମାତ୍ରା କମିବା ଏବଂ ଗଛ କାଟିବା କାରଣରୁ ଅକ୍ସଜେନ ସଙ୍କଟ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଲକଡାଉନ, ସଟଡାଉନ ଚାଲିଥିବା ବେଳେ ଲୋକେ ଘରେ ରହୁଛନ୍ତି l ତେବେ ଏହାର ମୌକା ନେଇ ଆନ୍ଧ୍ର କାଠ ମାଫିଆ ମାନେ ଗାଁ ଗହଳିର କିଛି ମୁଷ୍ଟିମେହ ଲୋକଙ୍କୁ ହାତ ବାରିସୀ ସଜାଇ କିଛି ଅର୍ଥ ଆଶା ଦେଖାଇ ମନ ଇଛା ଗଛ କାଟୁଛନ୍ତି। ତାହା ପୁଣି ଆନ୍ଧ୍ରରୁ କ୍ରେନ ଓ ଟ୍ରକ ଆଣି ସ୍ପଷ୍ଟ ଦିବା ଲୋକରେ ରାସ୍ତା କଡ଼, ପାହାଡ଼, ଜଙ୍ଗଲ ନଦୀ ହୁଡା ଗୁଡିକରେ ଲାଗିଥିବା ବିଭିନ୍ନ ରକମର ବହୁ ପୁରାତନ ଓ ନୂତନ ଗଛ ଗୁଡିକ କଟର ମେସିନରେ କାଟି ନେଉଛନ୍ତି l

କ୍ରେନ ସାହାଯ୍ୟରେ କାଠ ଗଣ୍ଡି ଗୁଡିକୁ ଟ୍ରକ ମାଧ୍ୟମରେ ନିଜ ରାଜ୍ୟକୁ ନେଉଛନ୍ତି।ପ୍ରଶ୍ନ ଉଠୁଛି ଏମାନଙ୍କୁ ନିର୍ଦେଶ ଦେଲା କିଏ? କାହାର ସାହସରେ ଏମାନେ ଗଞ୍ଜାମରୁ ଆନ୍ଧ୍ର ଚାଲାଣ କରୁଛନ୍ତି କାଠ। କୋରନାର ଆନ୍ଧ୍ର ଷ୍ଟ୍ରେନକୁ ନେଇ ପ୍ରଶାସନ ଓଡ଼ିଶା ଆନ୍ଧ୍ର ସୀମାନ୍ତ ଚେକ ପୋଷ୍ଟ କରି ଯାଞ୍ଚ କଡାକଡ଼ି କରୁଥିବା ବେଳେ କିଭଳି ଆନ୍ଧ୍ରବାସୀ ଓଡ଼ିଶା ଆସି କାଠ ନେଉଛନ୍ତି। ଯାହାକୁ ନେଇ ଅଞ୍ଚଳ ବାସୀ ଭୟଭୀତ।

ଏନେଇ ବନ ବିଭାଗ ଦିଗପହଣ୍ଡି ରେଞ୍ଜର କାଂହ୍ନୁ ଚରଣ ପଟ୍ଟନାୟକ କହିଛନ୍ତି ଯେ କାକପୋଇ ଚାକୁଡ଼ା ଗଛ କାଟି ନେଉଛନ୍ତି l ଏଥିପାଇଁ କୌଣସି ସରକାରୀ ପ୍ରତିବନ୍ଧକ ନାହିଁ ସେମାନେ ନେଇ ପାରିବେ l କିନ୍ତୁ ଓଡ଼ିଶା ମଧ୍ୟରେ ଆନ୍ଧ୍ର ନୁହେଁ ଅନ୍ତ ରାଜ୍ୟ ପାଇଁ ସ୍ୱତନ୍ତ୍ର ନିର୍ଦେଶ ଆବଶ୍ୟକ। ଯଦି ଆମ ଦୃଷ୍ଟିକୁ ଆସେ ଆମେ ଆଇନ ଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.