Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଆନ୍ଧ୍ରର ଦାଦାଗିରି : ପଟାଙ୍ଗୀ ଅଞ୍ଚଳରେ ଫଳକ ପୋତିଲା ଆନ୍ଧ୍ର, ଫଳକ ହଟାଇଲା କୋରାପୁଟ ଜିଲ୍ଲା ପ୍ରଶାସନ

11/11/2020 at 10:25 AM

ଜୟପୁର ୧୧।୧୧: ଓଡିଶା-ଆନ୍ଧ୍ର ସୀମାନ୍ତ ପଟ୍ଟାଙ୍ଗୀ ନିକଟରେ ଓଡିଶା ମଧ୍ୟକୁ ଜୋର ଜବରଦସ୍ତ ପ୍ରବେଶ କରି ନିଜ ଆଧିପତ୍ୟ ବିସ୍ତାର କରିବାକୁ ଉଦ୍ୟମ କରୁଛି ଆନ୍ଧ୍ର। ଆଉ ଏହାକୁ ନେଇ ସୀମାନ୍ତ ଗାଁରେ ଲାଗି ରହିଛି ଉତ୍ତେଜନା।  ପଟ୍ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ପୁକାଲି ଛକଠାରୁ ପ୍ରାୟ ୨୫ କିଲୋମିଟର ପରେ ଆନ୍ଧ୍ରର ସୀମା ଆରମ୍ଭ ହେଉଛି।  କିନ୍ତୁ କିଛି ଦିନ ହେଲା ସୀମା ସେପଟେ ଥିବା ଆନ୍ଧ୍ରର କିଛି ଗାଁର ଲୋକ ଜୋର ଜବରଦସ୍ତ ଓଡ଼ିଶା ସୀମାର ପ୍ରାୟ ୫୦୦ ମିଟର ମଧ୍ୟକୁ ପସି ଆସିଛନ୍ତି। ଆଉ ଏଠାରେ ଫଳକ ବି ମାରିଛନ୍ତି। ଆଉ ଏହାକୁ ନେଇ ଓଡିଶା ସୀମାରେ ଥିବା ସୁନାବେଡା, ସମ୍ବାଇ ଆଦି ଗାଁର ଲୋକମାନେ ବିରୋଧ କରିଛନ୍ତି ।

ଏପରିକି ସୀମାନ୍ତରେ ଆନ୍ଧ୍ରପ୍ରଦେଶ ପଟେ ଥିବା ଗାଁ ଲୋକ ରାସ୍ତାରେ ପଥର ରଖି ରାସ୍ତା ଅବରୋଧ ବି କରିଛନ୍ତି। ଖବର ପାଇ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଏକ ଟିମ୍ ସହ ସ୍ଥାନୀୟ ବିଧାୟକ ଘଟଣା ସ୍ଥଳକୁ ଯାଇ ଫଳକକୁ ହଟାଇ ଦେଇଛନ୍ତି। ଓଡିଶା ସୀମାରେ ନୂଆ ଫଳକ ପୋତିଛନ୍ତି । ଏହାକୁ  ନେଇ ଉଭୟ ପଟର ସୀମାନ୍ତ ଗାଁ ଗୁଡିକରେ ଏବେ ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ସରପଞ୍ଚ ଏନେଇ ପଟ୍ଟାଙ୍ଗୀ ଥାନାରେ ଏତଲା ଦେଇଛନ୍ତି। ଏହି ବିବାଦ ତୁରନ୍ତ ସମାଧାନ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

ପୂର୍ବରୁ କୋଟିଆକୁ ନେଇ ବିବାଦ ଥମି ନଥିବା ବେଳେ ଗତ ସପ୍ତାହରେ ନାରାୟଣପାଟଣାର ଲଙ୍ଗଳବେଡା ଅଞ୍ଚଳରେ ଖୁଣ୍ଟ ପୋତିବା ସହ ଲୋକଙ୍କୁ ବିଜୟନଗରମ୍ ପ୍ରଶାସନ ଜମି ପଟ୍ଟା ବାଣ୍ଟିଥିଲା ।

   Related Posts